29 C
Bhubaneswar
Saturday, September 19, 2020

ବିନା ସିମେଣ୍ଟରେ ନିର୍ମାଣ ହେଲା କଂକି୍ରଟ୍‍ ରାସ୍ତା

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର, ୧୬ ।୬ (ଶ୍ରୁ.ମି.) : କିଟ୍‍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବିକଶିତ କରିଛନ୍ତି । ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଜୁନ୍‍ ପ୍ରଥମ ସପ୍ତାହରେ କଟକ ଜିଲ୍ଲା ଅମନପଡ଼ା ଗ୍ରାମ୍ୟ ରାସ୍ତା ନିର୍ମାଣରେ ଏହି ଟେକ୍ନୋଲୋଜିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି । ବିନା ସିମେଣ୍ଟରେ କେବଳ ଶିଳ୍ପ ବର୍ଜ୍ୟ ବ୍ୟବହାର କରି ପ୍ରଦୂଷଣମୁକ୍ତ କଂକ୍ରିଟ୍‍ ରାସ୍ତା ନିର୍ମାଣ କରାଯାଇଛି । ନିର୍ମାଣ କ୍ଷେତ୍ରରେ ଏହି ଟେକ୍ନୋଲୋଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କିଟ୍‍ର ଗବେଷକମାନେ ଦାବି କରିଛନ୍ତି । ସିମେଣ୍ଟ ତିଆରି ଯୋଗୁଁ ବ୍ୟାପକ ବାୟୁ ପ୍ରଦୂଷଣ ହେଉଥିବା ସହ ଏଥିପାଇଁ ଅଧିକରୁ ଅଧିକ ପରିମାଣର ଚୂନ ପଥର ବ୍ୟବହାର ହୋଇଥାଏ । ଆସନ୍ତା ୨୦-୨୫ ବର୍ଷ ମଧ୍ୟରେ ଚୂନପଥରର ଘୋର ଅଭାବ ଦେଖା ଦେବ ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ତାପଜ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକରୁ ନିର୍ଗତ ବର୍ଜ୍ୟବସ୍ତୁ ଫ୍ଲାଏଆସ୍‍କୁ କିପରି ସିମେଣ୍ଟର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ସେ ନେଇ କିଟ୍‍ର ଗବେଷକମାନେ ଦୀର୍ଘଦିନ ଧରି ଗବେଷଣା କରିଆସୁଥିଲେ । ସିମେଣ୍ଟର ବିକଳ୍ପ ଭାବେ ‘ଜିଓ ପଲିମର କଂକ୍ରିଟ୍‍’କୁ ନିର୍ମାଣରେ ବ୍ୟବହାର କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଛି । ପାଇଲଟ୍‍ ପ୍ରକଳ୍ପ ଭାବେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଡିଭିଜନ ଏବଂ କିଟ୍‍ର ବୈଷୟିକ ଜ୍ଞାନ ସହଯୋଗରେ ଉପରୋକ୍ତ ରାସ୍ତା ନିର୍ମାଣ କରାଯାଇଛି । ସିମେଣ୍ଟ ବିହୀନ କଂକ୍ରିଟ୍‍ ରାସ୍ତା ନିର୍ମାଣ ସମୟରେ କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‍-୧ର ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ବାରିକ, ଇଂ ପ୍ରଶାନ୍ତ ସାହୁ, ଇଂ ରାମାୟା ରଞ୍ଜନ ପଣ୍ଡା, ଇଂ ନୀଳ ମାଧବ ସାହୁ, ଇଂ ସାହେବ କୁମାର ସାହୁ, ଇଂ ସତ୍ୟଜିତ ଦଳେଇ, ଇଂ ପ୍ରଶାନ୍ତ ଶତପଥୀ, କିଟ୍‍ର ଆସୋସିଏଟ୍‍ ପ୍ରଫେସର ଦିଲିପ କୁମାର ବେରା, ପ୍ରାକ୍ତନ ପ୍ରଫେସର ଅଶୋକ କୁମାର ରଥ, ଠିକାଦାର ସେକ୍‍ ଖଲ୍ଲିଉଲ୍ଲା ଏବଂ ସମାଜସେବୀ ଲଳିତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଗବେଷକ ଇଂ ଜଗନ୍ନାଥ ପଟେଲ, ଇଂ ସୁବୋଧ ରାଉତରାୟ, ଇଂ ଅମରେନ୍ଦ୍ର ମହାପାତ୍ରଙ୍କ ସମେତ କିଟ୍‍ର ଏମ୍‍ ଟେକ୍‍ ଏବଂ ପିଏଚ୍‍ଡି ସ୍କଲାରପ୍ରମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କିଟ୍‍ ଆରମ୍ଭ ହେବା ଦିନଠାରୁ ଶିକ୍ଷା ସହ ଗବେଷଣା ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ ବିଭିନ୍ନ କ୍ଷେତ୍ରରେ ଗବେଷଣା କରି କିଟ୍‍ ଅନେକ ସଫଳତା ପାଇଆସୁଛି । ତା ମଧ୍ୟରୁ ସିମେଣ୍ଟ ବିହୀନ କଂକ୍ରିଟ୍‍ ରାସ୍ତା ନିର୍ମାଣ ଅନ୍ୟତମ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...