27 C
Bhubaneswar
Wednesday, September 23, 2020

ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି: ଧର୍ମେନ୍ଦ୍ର ପ୍ରଧାନ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର, ୧୬ ।୬ (ଶ୍ରୁ.ମି.) : ମୋଦିଙ୍କ ଉପରେ ଦେଶର ଜନତାଙ୍କ ବିଶ୍ୱାସ ବଢିଛି । ଅନ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଅପେକ୍ଷା ୮୫ ପ୍ରତିଶତ ଲୋକ ମୋଦିଜୀଙ୍କୁ ବିଶ୍ୱାସ କରିଛନ୍ତି । ଓଡିଶାରେ ୧୦୦ରୁ ୯୬ ଜଣ ଲୋକଙ୍କ ମୋଦିଜୀଙ୍କ ଉପରେ ଭରସା କରିଛନ୍ତି । ରାଜ୍ୟବାସୀ ଲୋକସଭା ନିର୍ବାଚନରେ ବିଜେପି ୩୮.୪% ଭୋଟ ଏବଂ ୮ ଜଣ ଲୋକସଭା ସାଂସଦଙ୍କୁ ବିଜୟୀ କରି ମୋଦିଜୀଙ୍କ ହାତମୁଠାଙ୍କୁ ଟାଣ କରିଛନ୍ତି । ଓଡିଶାବାସୀ ଦାର୍ଘ ୨୦ ବର୍ଷ ଧରି ବିରୋଧୀ ଦଳ ଥିବା କଂଗ୍ରେସକୁ ପଛରେ ପକାଇ ବିଜେପି ପ୍ରମୁଖ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି । ଗତ ନିର୍ବାଚନରେ ଜନତା ୯୧ ଲକ୍ଷରୁ ଅଧିକ ଭୋଟ ବିଜେପିକୁ ଦେଇଛନ୍ତି । ଅନ୍ୟପଟେ ପୂର୍ବ ଭାରତର ବିକାଶକୁ ମୋଦିଜୀ ସବୁ ସମୟରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ପୂର୍ବ ଭାରତର ବିକାଶ ନହେବା ପର୍ଯ୍ୟନ୍ତ ଦେଶରେ ସନ୍ତୁଳିତ ବିକାଶ ହେବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଗତ ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । ପୂର୍ବଭାରତର ସିଂହଭାଗର ଲାଭ କେବଳ ଓଡିଶା ହିଁ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ଜନସମ୍ବାଦ ରାଲିକୁ ସମ୍ବୋଧିତ କରି କହିଛନ୍ତି । ଗତ ୨୦୧୪ ଅଗଷ୍ଟ ୧୫ ଅଗଷ୍ଟରେ ଦେଶରେ ଶୌଚାଳୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ଠାରେ କହିଥିଲେ । ମା ଭଉଣୀଙ୍କ ଉଜ୍ଜତ ଏବଂ ସ୍ୱାଭିମାନକୁ ରକ୍ଷା କରିବାକୁ ଯାଇ ମୋଦି ସରକାର ଏବେ ଦେଶରେ କୋଟି ଲୋକଙ୍କ ଘରେ ଶୌଚାଳୟ ଯୋଗାଇ ଦେଇଛି । ଆଜି କରୋନାର ମହା ବିପତି ସମୟରେ ୪ କୋଟି ମହିଳା ଏବଂ ଓଡିଶାର ୪୦ ଲକ୍ଷ ମହିଳାଙ୍କୁ ୧୫୦୦ ଟଙ୍କା ଲେଖାଏଁ ଜନଧନ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି । ମୋଦି ସରକାର ୮ କୋଟିରୁ ଉଦ୍ଧ୍ୱର୍ ମହିଳାଙ୍କ ଆକାଉଂଟରେ ୫୦୦ କୋଟିରୁ ଉଦ୍ଧ୍ୱର୍ ଅଗ୍ରୀମ ଟଙ୍କା ପଠାଇଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନା, ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ, ଇନ୍ଦ୍ରଧନୁଷ ଯୋଜନାରେ ଟୀକା ପ୍ରଦାନ, ସୌଭାଗ୍ୟ ଯୋଜନାରେ ମାଗଣା ବିଦୁ୍ୟତ ଆଦି ମୋଦି ସରକାର ମା ଭଉଣୀଙ୍କ ପାଖରେ ପହଂଚାଇଛନ୍ତି । ଗର୍ଭବତୀ ମା ଏବଂ ଶିଶୁ ପାଇଁ ସୁପୋଷଣ ଯୋଜନା ଲାଗୁ କରାଯାଇଛି । ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବିଜେପି ସରକାର ସବୁ ସମୟରେ ନିଜର ରିପୋର୍ଟ କାର୍ଡ ଲୋକଙ୍କ ପାଖରେ ପହଂଚାଇଥାଏ । ଗତ ୧ ବର୍ଷରେ ଦେଶର ୮ କୋଟି ମୁସଲିମ ମହିଳାଙ୍କ ପାଇଁ ତିନ ତଲାକକୁ ହଟାଇ ତାଙ୍କ ସ୍ୱାଭିମାନକୁ ବଂଚାଇ ରଖିଛନ୍ତି । ଦେଶର ୫୦ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯାଜନା ଲାଗୁ କରାଯାଇଛି । ରାମମନ୍ଦିର କାର୍ଯ୍ୟ ବି ଖୁବଶୀଘ୍ର ଆରମ୍ଭ ହେବ । ଏହା ସହ ଗତ ୬ ବର୍ଷ ଧରି ଓଡିଶାର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ୮ କୋଟିରୁ ଉଦ୍ଧ୍ୱର୍ ମହିଳାଙ୍କୁ ମାଗଣାରେ ଗ୍ୟାସ ଯୋଗାଇ ଦେଇ ସେମାନଙ୍କ ଆଖିରୁ ଲୁହ ପୋଛିଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ପ୍ୟାକେଜ ମାଧ୍ୟମରେ ମୋଦି ସରକାର ୧ଲକ୍ଷ ୭୦ ହଜାର କୋଟି ସାରା ଦେଶପାଇଁ ବ୍ୟବସ୍ଥା କରିଛନ୍ତି । କରୋନା ଲକଡାଉନ ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି
ହିତାଧୀକାରିଙ୍କୁ ମିଳିଛି ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ ଓ ୧ କିଲୋ ଡାଲି । କରୋନା ପାଇଁ ୮ କୋଟିରୁ ଉଦ୍ଧ୍ୱର୍ ମହିଳାଙ୍କୁ ୩ ମାସ ପାଇଁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି । ୨୦ କୋଟି ମହିଳାଙ୍କୁ ଜନଧନ ଆକାଉଂଟରେ ୧୫୦୦ ଟଙ୍କା ଲେଖାଏଁ ପଠାଇ ଦିଆଯାଇଛି । ଆତ୍ମନିର୍ଭର ଭାରତ ଯୋଜନାରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟି ଘୋଷଣା କରିଛନ୍ତି । ମୁଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଏବେ ବିନା କୌଣସି ସିକୁ୍ୟରିଟି ଜମାରେ ଲୋନ ନେଇ ଆତ୍ମନିର୍ଭର ହୋଇ ପାରିବେ ବୋଲି ଶ୍ରୀମତୀ ରାହତକର କହିଛନ୍ତି । ମହିଳାଙ୍କ ପ୍ରତି ମୋଦି ସରକାର ଉତ୍ସର୍ଗୀକୃତ । ତିନ ତଲାକ, ଧାରା ୩୭୦ ଧାରା ହଟାଇ ମୋଦି ସରକାର ଐତିହାସିକ ନିଷ୍ପତି ନେଇଛନ୍ତି । କରୋନା ସମୟରେ ମୋଦି ସରକାରଙ୍କ କାର୍ଯ୍ୟ କଳାପକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି । ମହିଳାମାନେ ଫେସ କଭର ତଥା ମାସ୍କକୁ ତିଆରି କରି କୋଟି କୋଟି ଲୋକଙ୍କୁ ପ୍ରଦାନ କରି ସେମାନଙ୍କୁ ସୁରକ୍ଷିତ ରଖିବାର କାର୍ଯ୍ୟ କରିଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସରୋଜା ପାଣ୍ଡେ କହିଛନ୍ତି । ଏହି ଭର୍ଚୁଆଲ ର୍ୟାଲିକୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପ…ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ତଥା ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀ ଓ ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, କସ୍ତୁରୀ ମିଶ୍ର, ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ଅଧ୍ୟକ୍ଷା, ପଦାଧିକାରୀ, ମଣ୍ଡଳସ୍ତରୀୟ ମହିଳା ପଦାଧିକାରୀଙ୍କ ସମେତ ୫ ହଜାରରୁ ଉଦ୍ଧ୍ୱର୍ ମହିଳା ଯୋଗ ଦେଇଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...