36 C
Bhubaneswar
Sunday, April 11, 2021

ସଲମାନ୍ ଖାନଙ୍କ ପରିବାର ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ମୁମ୍ବାଇ, ୧୬/୬ (ଏଜେନ୍ସି) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ତାରିଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ଶକ୍ତ ଆଘାତ ଦେଇଛି । ସମସ୍ତେ ସୋସିଆଲ୍ ମିଡିଆରେ ତାଙ୍କ ପାଇଁ ପୋଷ୍ଟ୍ କରୁଛନ୍ତି । ଏବେ ଦବଙ୍ଗ ଫିଲ୍ମର ଡାଇରେକ୍ଟର ଅଭିନବ କଶ୍ୟପ ସୋସିଆଲ୍ ମିଡିଆରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ସଲମାନ ଖାନ୍ ଏବଂ ତାଙ୍କ ପରିବାର ତାଙ୍କୁ ଭୟଭୀତ କରିବା ସହ ତାଙ୍କ ଫିଲ୍ମକୁ କ୍ଷତ ପହଞ୍ଚାଇଛନ୍ତି । ଅଭିନବ ଲେଖିଛନ୍ତି ଯେ, ତାଙ୍କ ଅନୁଭବ ଭିନ୍ନ ନୁହେଁ । ସେ ନିଜେ ମଧ୍ୟ ଶୋଷଣ ଏବଂ ବୁଲିଂର ଭୁକ୍ତଭୋଗୀ । ଦବଙ୍ଗ ର୍ନିମାଣ କରିବାର ୧୦ବର୍ଷ ପରେ ଏହା ତାଙ୍କ କାହାଣୀ । ୧୦ବର୍ଷ ତଳେ ଦବଙ୍ଗ ପାର୍ଟ ୨ରୁ ସେ ଏଥିପାଇଁ ହଟିଯାଇଥିଲେ । କାରଣ ଅରବାଜ ଖାନ୍,ସୋହେଲ୍ ଖାନଙ୍କ ସହ ମିଶି ଯାଇଥିଲେ ଏବଂ ପୂରା ପରିବାର ବୁଲିଂ ଜରିଆରେ ତାଙ୍କ କ୍ୟାରିୟରକୁ କଣ୍ଟ୍ରୋଲ୍ କରିବାକୁ •ହୁଁଥିଲେ । ଅରବାଜ ଖାନ୍ ତାଙ୍କ ଅଷ୍ଟବିନାୟକ ଫିଲ୍ମସ୍ ସହ ସେକେଣ୍ଡ ପ୍ରୋଜେକ୍ଟରେ ଷଡ଼ଯନ୍ତ୍ର କରିଥିଲେ । ସେ ଏହା ମିଷ୍ଟର ରାଜ ମେହେତାଙ୍କ ସହ ବ୍ୟକ୍ତଗତ ଭାବେ ସାଇନ୍ କରିଥିଲେ । ରାଜଙ୍କୁ ଅଭିନବଙ୍କ ସହ ଫିଲ୍ମ କରିବା ଉପରେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା ।’ ଫଳତଃ ତାଙ୍କୁ ଶ୍ରୀ ଅଷ୍ଟବିନାୟକ ଫିଲ୍ମସକୁ ସାଇନିଂ ଏମାଉଣ୍ଟକୁ ଫେରାଇବାକୁ ପଡ଼ିଥିଲା ଏବଂ ତାହା ଭାୟାକମ୍ ପିକ୍ଚର୍ସକୁ •ଲି ଯାଇଥିଲା । ଏହା ପରେ ସୋହେଲ୍ ଖାନ୍ ତକ୍ରାଳୀନ ଭାୟାକମର ସିଇଓ ବିକ୍ରମ ମାଲହୋତ୍ରାଙ୍କୁ ଡରାଇଥିଲେ । ତାଙ୍କ ପ୍ରୋଜେକ୍ଟସ୍ ନଷ୍ଟ କରି ଦିଆଯାଇଥିଲା ଏବଂ ତାଙ୍କୁ ୭କୋଟିର ସାଇନିଂ ଏମାଉଣ୍ଟ ୯୦ଲକ୍ଷର ସୁଧ ସହ ଫେରାଇବାକୁ ପଡ଼ିଥିଲା । ଏହା ପରେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍ ତାଙ୍କୁ ସହଯୋଗ କରିଥିଲେ ଏବଂ ଫିଲ୍ମ ‘ବେଶରମ୍’ ପାଇଁ ଏକ ସ୍ଥାୟୀ ଚୁକ୍ତି କରିଥିଲେ । କିନ୍ତୁ ସଲମାନ୍ ମହାଶୟ ଏବଂ ତାଙ୍କ ପରିବାର ଫିଲ୍ମର ରିଲିଜବେଳେ ପୁଣି କ୍ଷତି ପହଞ୍ଚାଇଥିଲେ । ରିଲିଜ ହେବା ପୂର୍ବରୁ ତାଙ୍କୁ ଏବଂ ତାଙ୍କ ଫିଲ୍ମ ବେଶରମ୍ ବିରୋଧରେ ଲଗାତାର ନକରାତ୍ମକ ଅଭିଯାନ ଚଲାଯାଇଥିଲା । ଏହା ଦ୍ୱାରା ଡିଷ୍ଟ୍ରିବ୍ୟୁଟରମାନେ ତାଙ୍କ ଫିଲ୍ମ କିଣିବାକୁ ଡରିଥିଲେ । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ସେ ଫିଲ୍ମକୁ କିଣିବାକୁ ସକ୍ଷମ ଥିଲେ । ତାଙ୍କ ଫିଲ୍ମ ବକ୍ସ ଅଫିସରେ ରିଲିଜ ନ ହେବା ଯାଏଁ ଲଗାତାର ଫିଲ୍ମ ବିରୋଧରେ ନକରାତ୍ମକ ଟ୍ରୋଲିଂ ଏବଂ ଅପପ୍ର•ର କରାଯାଇଥିଲା । ବେଶରମ୍ ହଲରୁ ହଟିବା ପୂର୍ବରୁ ୫୮କୋଟି ଟଙ୍କା ଆୟ କରିଥିଲା । ଆଗକୁ ଅଭିନବ ଲେଖିଛନ୍ତି- ସେମାନେ ଫିଲ୍ମର ସ୍ୟାଟେଲାଇଟ୍ ରିଲିଜକୁ କ୍ଷତି ପହଞ୍ଚାଇଥିଲେ ଯାହା ପୂର୍ବରୁ ମିଷ୍ଟର ଜୟନ୍ତୀ ଲାଲ ଗଡ଼ାଙ୍କୁ ବିକି ଦିଆଯାଇଥିଲା । ମିଷ୍ଟର ଜୟନ୍ତୀ ଲାଲ ସେହି ସମୟରେ ଜି ଟେଲିଫିଲ୍ମର ମୁଖ୍ୟ ଆଗ୍ରିଗେଟର ଥିଲେ । ରିଲାଏନ୍ସର ଗୁଡୱିଲ୍ ସହ ସେ ବହୁତ କମ୍ ମୂଲ୍ୟରେ ଗଡ଼ାଙ୍କ ସହ ସ୍ୟାଟେଲାଇଟ୍ ରିଲିଜର ଅଧିକାରର ବିକ୍ରି ଉପରେ ପୁଣି ଥରେ କଥାବାର୍ତ୍ତା କରିବାକୁ ସକ୍ଷମ ଥିଲେ । ଖାଲି ସେତିକି ନୁହେଁ ଆଗାମୀ କିଛି ବର୍ଷରେ,ତାଙ୍କର ସମସ୍ତ ପ୍ରୋଜେକ୍ଟ ଏବଂ ଅଭିନବ ପ୍ରୟାସକୁ କ୍ଷତି ପହଞ୍ଚାଯାଇଥିଲା । ଏପରିକି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିଲା ଓ ତାଙ୍କ ଘରର ମହିଳା ସଦସ୍ୟଙ୍କୁ ଦୁଷ୍କର୍ମ ଧମକ ଦିଆଯାଇଥିଲା । ଲଗାତାର ବୁଲିଂ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ତାଙ୍କ ପରିବାରକୁ ଅତ୍ୟଧିକ କ୍ଷତି ପହଞ୍ଚାଇଥିଲା । ଶେଷରେ ୨୦୧୭ମସିହାରେ ଏହି ମାମଲା ଛାଡ଼ପତ୍ର ଯାଏଁ ପହଞ୍ଚି ଯାଇଥିଲା । । ଏଥିରେ ଅତିଷ୍ଠ ହୋଇ ୨୦୧୭ରେ ଅଭିନବ ପୋଲିସ୍ ନିକଟରେ ମାମଲା ରୁଜୁ କରିବାକୁ ଯାଇଥିେ । କିନ୍ତୁ ପୋଲିସ୍ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ । ଏହାପରେ ତାଙ୍କୁ ଲଗାତାର ଧମକ ଆସିଥିଲା ସେତେବେଳେ ସେ ପୋଲିସକୁ ନମ୍ବର ଟ୍ରେସ୍ କରିବାକୁ ବାଧ୍ୟ କରିଥିଲେ । କିନ୍ତୁ ସେମାନେ ସୋହେଲ୍ ଖାନଙ୍କୁ ଟ୍ରେସ୍ କରି ପାରିନଥିଲେ । ତାଙ୍କ ମାମଲା ଆଜି ଯାଏଁ ଖୋଲା ରହିଛି ଏବଂ ତାଙ୍କ ନିକଟରେ ଏବେ ବି ସମସ୍ତ ପ୍ରମାଣ ରହିଛି । ଅଭିନବ ଆହୁରି ଲେଖିଛନ୍ତି ଯେ, ଶତ୍ରୁ ଧୂର୍ତ୍ତ ଏବଂ •ଲାକ ଅଟନ୍ତି । ସବୁବେଳେ ତାଙ୍କୁ ପଛପଟୁ ଆକ୍ରମଣ କରନ୍ତି ଏବଂ ଲୁଚି ରହନ୍ତି । କିନ୍ତୁ ସବୁଠୁ ଭଲ କଥା ହେଉଛି ଯେ ସେ ଜାଣିଛନ୍ତି ଯେ ତାଙ୍କ ଶତ୍ରୃ କିଏ? ସେମାନେ ହେଲେ ସଲିମ୍ ଖାନ୍,ସଲମାନ୍ ଖାନ୍,ଅରବାଜ ଖାନ୍ ଏବଂ ସୋହେଲ୍ ଖାନ୍ । ଆହୁରି ଅନେକ ଏଥିରେ ସାମିଲ ଅଛନ୍ତି କିନ୍ତୁ ସଲମାନ୍ ଖାନଙ୍କ ପରିବାର ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି । ସେମାନେ କାହାକୁ ଡରାଇବା ପାଇଁ ନିଜ ଟଙ୍କା,ରାଜନୈତିକ କ୍ଷମତା ଏବଂ ଅଣ୍ଡରୱାଲର୍ଡ ସହ ସମ୍ପର୍କର ଉପଯୋଗ କରିଥାନ୍ତି । ତେବେ ସୁଶାନ୍ତଙ୍କ ପରି ହାର୍ କେବେ ହାର ମାନିବେ ନାହିଁ । ସେବେ ଯାଏଁ ସେ ଲଢ଼ିବେ ଯେବେ ପର୍ଯ୍ୟନ୍ତ ସେ କାହାର ଅନ୍ତ ନ ଦେଖୁଛନ୍ତି ବୋଲି ଅଭିନବ ପୋଷ୍ଟ କରିଛନ୍ତି ।

- Advertisement -ସଲମାନ୍ ଖାନଙ୍କ ପରିବାର ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

More articles

LEAVE A REPLY

Please enter your comment!
Please enter your name here

- Advertisement -ସଲମାନ୍ ଖାନଙ୍କ ପରିବାର ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...