26 C
Bhubaneswar
Sunday, September 20, 2020

ଭାରତୀୟ ଦୂତାବାସ କର୍ମ•ରୀଙ୍କୁ ଅପହରଣ ପରେ ଦିଆଯାଇଥିଲା ଅକଥନୀୟ ର୍ନିଯାତନା

Must read

ଅଇଲା କଳା ପାହାଡ

କଳାପାହାଡ ଓଡିଆ ଜାତି ପାଇଁ ଏକଭୟଙ୍କର ଦୁସ୍ୱପ୍ନ ଭଳି ଥିଲା । ତାର ବର୍ବରଆକ୍ରମଣରେ ଖାଲି ମଣିଷ ନୁହେଁ, ଦେଶରଦେବା ଦେବୀ ମାନେ ମଧ୍ୟ...

ଆଜୀବନ ସମାଜସେବୀ, ଅଦ୍ୱିତୀୟ ପ୍ରତିଭାଧର ପ୍ରଫେସର ଡ଼ା. ପି.ସି. ସାହୁ

ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁଏକାଧାରରେ ଜଣେ ଅ ।ନ୍ତର୍ଜାତିକଖ୍ୟାତିସମ୍ପନ୍ନ ଭେଷଜ ଚିକିତ୍ସାବିତ୍,ମେଧାବୀ ଛାତ୍ର, ଗୁରୁଣାଂ ଗୁରୁ, ନିରଳସସମାଜସେବୀ, ଅ ।ଧ୍ୟାତ୍ମିକବାଦୀ,ଗବେଷକ, ଅ ।ଦର୍ଶ...

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ନୂଆଦିଲ୍ଲୀ, ୧୬/୬ (ଏଜେନ୍ସି) : ଭାରତୀୟ ଦୂତାବାସର ୨ ଜଣ କର୍ମ•ରୀ ଡ୍ୟୁଟିରେ ଥିବାବେଳେ ଗତକାଲି ପାକିସ୍ତାନରୁ ନିଖୋଜ ହୋଇଯାଇଥିଲେ । ପରେ ଇସଲାମବାଦ ପୋଲିସ ପକ୍ଷରୁ କୁହାଯାଇଥିଲା, ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମ•ରୀଙ୍କୁ ଅଟକ ରଖିଥିଲା । କିନ୍ତୁ ଏ ନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା । ପରେ ଉଭୟଙ୍କୁ ମୁକ୍ତି କରି ଦେଇଥିଲା ପାକିସ୍ତାନ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ କର୍ମ•ରୀ ପୋଲିସ ହେପାଜତରେ ଥିବା ସୂଚନା ଦେଇଥିଲା ପାକିସ୍ତାନୟ ଉଭୟଙ୍କୁ ମୁକ୍ତ କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ତେବେ ମୁକ୍ତ ହେବା ପୂର୍ବରୁ ଅପହୃତ ୨ ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଅପହରଣକାରୀମାନେ ଅକଥନୀୟ ନିର୍ଯାତନ ଦିଆଯାଇଥିଲା ବୋଲି ମୁକୁଳିଥିବା କର୍ମଚାରୀଦ୍ୱୟ ଅଭିଯୋଗ କରିଛନ୍ତି । ଭାରତର ସୁରକ୍ଷା ସମ୍ବନ୍ଧୀୟ ଅତିବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ସେମାନଙ୍କ ଉପରେ ଚାପ ପକାଯାଇଥିଲା । ମାତ୍ର ସେମାନେ ତାହା ନ କରିବାରୁ ସେମାନଙ୍କୁ ଅପହୃତମାନେ ପ୍ରବଳ ମାଡ଼ ମାରିଥିଲେ । ସେମାନଙ୍କର ସମ୍ବେଦନଶୀଳ ଅଙ୍ଗକୁ ମଧ୍ୟ ଆଘାତ କରାଯାଇଥିଲା । ଏହି ସମୟରେ ଯନ୍ତ୍ରଣାରେ ଛଟପଟ ହୋଇ ଯେତେବେଳେ ସେ ଦୁହେଁ ପିଇବା ପାଇଁ ପାଣି ମାଗିଥିଲେ ସେତେବେଳେ ସେମାନଙ୍କୁ ଅସନା ଓ ମଇଳା ପାଣି ପିଇବାକୁ ଦିଆଯାଇଥିଲା । ପ୍ରକାଶ୍ୟ ଯେ, ଗତ ସୋମବାର ସକାଳ ୮.୩୦ରେ ଉଭୟଙ୍କୁ ଦୂତାବାସ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରୁ ଉଠାଇ ନିଆଯାଇଥିଲା । ୬ଟି ଗାଡ଼ିରେ ହତିଆର ନେଇ ପ୍ରାୟ ୧୫ରୁ ୧୬ ଜଣ ଲୋକ ଆସିଥିଲେ । କର୍ମ•ରୀଙ୍କ ହାତ ବାନ୍ଧି ଦେବା ସହ ସେମାନଙ୍କର ଆଖିରେ ପ…ି ବାନ୍ଧି ଦେଇଥିଲେ । ବାଡ଼ିରେ ଉଭୟଙ୍କୁ ପିଟିଥିଲେ । ସେଠାରୁ ଫେରିବା ପରେ ଉଭୟଙ୍କ ଶରୀରର ଅନେକ ସ୍ଥାନରେ ମାଡର ଚିହ୍ନ ଦେଖିବାକୁ ମିଳିଥିଲା । ଅବଶ୍ୟ ମେଡିକାଲ ଯାଞ୍ଚ ପରେ କୌଣସି ପ୍ରାଣଘାତି ମାଡ ଦିଆଯାଇଥିବା ଜଣାପଡ଼ିନି । ତେବେ ଇସଲାମବାଦ ପୋଲିସ ଦୁଇ କର୍ମ•ରୀଙ୍କୁ ପୁରା ଫସାଇବା ଉଦେ୍ଦଶ୍ୟରେ ଯୋଜନା ପ୍ରସ୍ତୁତ କରି ରଖିଛି । ଉଭୟଙ୍କ ନାମରେ ଏକ ମାମଲା ଦାଏର କରାଯାଇଛି ।ଯେଉଁଥିରେ ଉଲ୍ଲେଖ ରହିଛି ସେମାନଙ୍କ ଗାଡିରୁ ପ୍ରାୟ ୧୦ ହଜାର ପାକିସ୍ତାନୀ ଟଙ୍କାକୁ ଜବତ କରାଯାଇଥିବା ଉକ୍ତ ଏତଲାରେ ଦର୍ଶାଯାଇଛି । ସେପଟେ ଏହି ଖବର ପ୍ରସାରିତ ହେବା ପରେ ଭାରତ ସରକାର ତୁରନ୍ତ ଆକ୍ସନ ମୋଡ୍କୁ ଚାଲିଆସିଥିଲେ । ସେମାନଙ୍କୁ ତୁରନ୍ତ ମୁକୁଳାଇ ଆଣିବା ଲାଗି ପାକିସ୍ତାନ ଉପରେ ଭାରତ ସରକାର ଚାପ ପକାଇଥିଲେ । ପରିଣାମସ୍ୱରୂପ ଇସଲାମବାଦ ସ୍ଥିତ ଭାରତୀୟ ଦୂତାବାସଠାରୁ ୨ କିଲୋମିଟର ଦୂରରେ ଥିବା ପୋଲିସ ଷ୍ଟେସନରେ ୨ ଅଧିକାରୀଙ୍କୁ ରାସ୍ତା ଅଟକ ରଖାଯାଇଥିବା ଭାରତକୁ ପାକିସ୍ତାନ ଜଣାଇଥିଲା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଅଇଲା କଳା ପାହାଡ

କଳାପାହାଡ ଓଡିଆ ଜାତି ପାଇଁ ଏକଭୟଙ୍କର ଦୁସ୍ୱପ୍ନ ଭଳି ଥିଲା । ତାର ବର୍ବରଆକ୍ରମଣରେ ଖାଲି ମଣିଷ ନୁହେଁ, ଦେଶରଦେବା ଦେବୀ ମାନେ ମଧ୍ୟ...

ଆଜୀବନ ସମାଜସେବୀ, ଅଦ୍ୱିତୀୟ ପ୍ରତିଭାଧର ପ୍ରଫେସର ଡ଼ା. ପି.ସି. ସାହୁ

ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁଏକାଧାରରେ ଜଣେ ଅ ।ନ୍ତର୍ଜାତିକଖ୍ୟାତିସମ୍ପନ୍ନ ଭେଷଜ ଚିକିତ୍ସାବିତ୍,ମେଧାବୀ ଛାତ୍ର, ଗୁରୁଣାଂ ଗୁରୁ, ନିରଳସସମାଜସେବୀ, ଅ ।ଧ୍ୟାତ୍ମିକବାଦୀ,ଗବେଷକ, ଅ ।ଦର୍ଶ...

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...