ଭୁବନେଶ୍ୱର,୧୪ା୬(ନି.ପ୍ର.): ରାଜ୍ୟରେ ଅ ।ଜି ସର୍ବାଧିକ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି । ଏମାନଙ୍କ ଭିତରୁ ୨୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୬ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଅ ।ଜି ୧୬ଟି ଜିଲ୍ଲାରୁ ଏହିସବୁ ଅ ।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଅ ।ଜି ରାଜ୍ୟରେ ପୁଣି ୧୨୦ଜଣ କରୋନା ଅ ।କ୍ରାନ୍ତ ସୁସ୍ଥ ହୋଇଛନ୍ତି ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇଲେ ରାଜ୍ୟରେ ସମୁଦାୟ ବର୍ତ୍ତମାନ ୨,୫୯୪ଜଣ କରୋନା ଅ ।କ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୧୨୦ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୩୩ଜଣ,ଗଜପତିରୁ ୧୮ଜଣ, ସୋନପୁରରୁ ୧୩ଜଣ, ବାଲେଶ୍ୱରରୁ ୧୨ଜଣ, ମୟୁରଭଞ୍ଜରୁ ୭ଜଣ, କଟକରୁ ୪ଜଣ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀର ଏବଂ ଖୋର୍ଦ୍ଧାରୁ ୮ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇ କୋଭିଡ୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହା ସହ ଯାଜପୁର, ନୟାଗଡ଼ ଏବଂ ନୂଅ ।ପଡାରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ, ପୁରୀ ଏବଂ ରାୟଗଡାରୁ ୨ଜଣ ଲେଖାଏଁ ଏବଂ କେନ୍ଦ୍ରାପଡା ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ୧୬ଟି ଜିଲ୍ଲାରୁ ଏହିସବୁ ଅ ।କ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୩୭୨୩ଟି କରୋନା ଅ ।କ୍ରାନ୍ତ ଥିବା ବେଳେ ୧୧୧୬ଟି ସକ୍ରିୟ ମାମଲା ରହିଛି । ଅ ।ଜି ସର୍ବାଧିକ କଟକ ଜିଲ୍ଲାରୁ ୯୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରୁ୧୯, ନୟାଗଡ଼ ଜିଲ୍ଲାରୁ ୭, , ଢେଙ୍କାନାଳ ଜିଲ୍ଲାରୁ ୭, ବାଲେଶ୍ୱର ଜିଲ୍ଲାରୁ୨, ଅନୁଗୁଳ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୫, କଳାହାଣ୍ଡି ଜିଲ୍ଲାରୁ ୩, କନ୍ଧମାଳ ଜିଲ୍ଲାରୁ ୧୫, ଗଞ୍ଜାମ ଜିଲ୍ଲାରୁ ୨୦, ସୁନ୍ଦରଗଡ଼ ଜିଲ୍ଲାରୁ୧, ପୁରୀ ଜିଲ୍ଲାରୁ୧୫, ବଲାଙ୍ଗୀର ଜିଲ୍ଲାରୁ୧୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪, ମୟୂରଭଞ୍ଜ ଜିଲ୍ଲାରୁ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି । କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍ରୁ ୪୩ ଜଣ ଏବଂ ନରସିଂହପୁର ବ୍ଲକରୁ ୨୬ଜଣ ଅ ।କ୍ରାନ୍ତ ରହିଛନ୍ତି । ସେହିପରି ନିଅ ।ଳିରୁ ୧୧, ମାହାଙ୍ଗାରୁ ୫, ଡମପଡ଼ାରୁ ୪ଜଣ ଓ କଟକ ସହରରୁ ଜଣେ ପ୍ରବାସୀଙ୍କଠାରେ କରୋନା ସଂକ୍ରମଣ ଦେଖାଯାଇଥିବା ରିପୋର୍ଟ ମିଳିଛି । ଅଧିକାଂଶ ଅ ।କ୍ରାନ୍ତ ପ୍ରବାସୀ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ମାହାଙ୍ଗାରୁ ଚିହ୍ନଟ ହୋଇଥିବା ପଜିଟିଭ୍ଙ୍କ ମଧ୍ୟରେ ଜଣେ କ୍ୱାରେଣ୍ଟାଇନ୍ ସେଣ୍ଟର ଜଗୁଥିବା ସିକ୍ୟୁରିଟି ଗାର୍ଡ ମଧ୍ୟ ରହିଛନ୍ତି । ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୭୮, ଯାଜପୁରରେ ୩୨୯ , ଖୋର୍ଦ୍ଧାରେ ୩୩୪, ବାଲେଶ୍ୱରରେ ୨୦୪, କଟକରେ ୩୧୧, ପୁରୀରେ ୧୪୮, କେନ୍ଦ୍ରାପଡ଼ାରେ ୧୭୫, ଅନୁଗୁଳରେ ୪୦, ଦେବଗଡ଼ରେ ୪୦ , ଭଦ୍ରକରେ ୧୫୭, ନୟାଗଡ଼ରେ ୧୦୮, ଜଗତସିଂହପୁରରେ ୧୪୩, ସୁନ୍ଦରଗଡ଼ରେ ୧୨୩, ନୂଅ ।ପଡ଼ାରେ ୭୪, ବଲାଙ୍ଗୀରରେ ୧୪୧, ବୌଦ୍ଧରେ ୩୮, କେନ୍ଦୁଝରରେ ୫୯, ମାଲକାନଗିରିରେ ୨୫, ମୟୂରଭଞ୍ଜରେ ୧୦୮, କଳାହାଣ୍ଡିରେ ୪୧, କନ୍ଧମାଳରେ ୬୭, ଗଜପତିରେ ୮୪, କୋରାପୁଟରେ ୧୭, ଢେଙ୍କାନାଳରେ ୪୯, ଝାରସୁଗୁଡ଼ାରେ ୧୫, ସମ୍ବଲପୁରରେ ୨୩ରେ ପହଞ୍ଚିଛି । ଅପରପକ୍ଷରେ ବରଗଡ଼ରେ ୧୮, ସୁବର୍ଣ୍ଣପୁର ଜିଲ୍ଲାରେ ୨୯ ଏବଂ ନବରଙ୍ଗପୁର ଜିଲ୍ଲାରେ ୨ଜଣ ଓ ରାୟଗଡ଼ା ଜିଲ୍ଲାରେ ୭ ଜଣ ଲେଖାଏଁ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି ।