ଇସ୍ଲାମାବାଦ, ୧୦/୬ (ଏଜେନ୍ସି) : ସାରା ଦୁନିଆ ବର୍ତ୍ତମାନ କରୋନା ଭାଇରସ ସହ ଯୁଦ୍ଧ କରୁଥିବାବେଳେ ପାକିସ୍ତାନ ଏହିଭଳି ସଙ୍କଟ ସମୟରେ ମଧ୍ୟ ଭାରତର ଜାସୁସୀ କରୁଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତୀୟଙ୍କ ଜାସୁସୀ କରିବ ପାଇଁ ଆରୋଗ୍ୟ ସେତୁ ଆପ ତିଆରି କରିଛି । ଏହି ଆପ କୁ ୨୦୨୦ ଏପ୍ରିଲ ମାସରେ ଡେଭେଲପ କରାଯାଇଥିଲା ବର୍ତ୍ତମାନ ଏହି ନକଲି ଆପର ନୂଆ ଭର୍ସନ ଲଞ୍ଚକରାଯାଇଛ ।ି ଆଇଏସଆଇ ସାହାଯ୍ୟରେ ହ୍ୟାକର୍ସ ଏହି ଆପକୁ ଭାରତୀୟ ବ୍ୟୁରୋକ୍ରାସି ଓ ଡିଫେନ୍ସ ସହ ଜଡିତ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଯୋଜନା କରୁଛି । ଏହାଛଡା ସାଧାରଣ ଭାରତୀୟ ନାଗରିକଙ୍କୁ ମଧ୍ୟ ପାକିସ୍ତାନୀ ହ୍ୟାକର୍ସ ଦ୍ୱାରା ଏହି ଆପ ଜରିଆରେ ଟାର୍ଗେଟ କରାଯାଉଛି । ନକଲି ଆରୋଗ୍ୟ ସେତୁ ଆପ ସମ୍ପୂର୍ଣ ଅସଲି ଆରୋଗ୍ୟ ସେତୁ ଆପ ଭଳି କାମ କରୁଛି । ଯେଉଁମାନେ ଏହି ନକଲି ଆପକୁ ଡାଉନଲୋଡ଼ କରୁଛନ୍ତି, ସେମାନଙ୍କ ଫୋନର ସମସ୍ତ ଡାଟା ହ୍ୟାକର୍ସଙ୍କୁ ମିଳିଯାଉଛି । ଫୋନ ଡିଟେଲରୁ ଆରମ୍ଭ କରି ଲୋକେସନ ପର୍ଯ୍ୟନ୍ତ ସମସ୍ତ ଡାଟା ଲିକ ହୋଇଯାଉଛି । ମହାରାଷ୍ଟ୍ର ସାଇବର ସେଲ ଏହି ମାମଲାର ଯାଞ୍ଚ କରୁଛି । ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ସାଇବର ସେଲ ବିଭାଗର ଆଇଜି ଯଶସ୍ୱୀ ଯାଦବ କହିଛନ୍ତି ଯେ, ମହାରାଷ୍ଟ୍ର ସାଇବର ବିଭାଗ ଅନେକ ଭୟଙ୍କର ମେଲୱେୟର ସମ୍ପର୍କରୋଣିବାକୁ ପାଇଛି । ଯାହାଫଳରେ ଦେଶର ସମ୍ବେଦନଶୀଳ ଡାଟା ଚୋରି କରାଯାଇପାରେ । କିଛି ପାକିସ୍ତାନୀ ହ୍ୟାକର୍ସ ନକଲି ଆରୋଗ୍ୟ ସେତୁ ଆପ ତିଆରି କରିଛନ୍ତି ଯାହାଫଳରେ ବ୍ୟୁରୋକ୍ରାଟ୍ସ ଓ ଡିଫେନ୍ସ ସହ ଜଡିତ ଅଧିକାରୀଙ୍କ ଫୋନରୁ ଡାଟା ପାଇପାରିବେ । ଭାରତ ସରକାର କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବ ପାଇଁ ଆରୋଗ୍ୟ ସେତୁ ଆପ ଲଞ୍ଚ କରିଥିଲେ । ଏହି ଆପକୁ ଭାରତରେ ବହୁତ ଭଲ ରେସ୍ପରେନ୍ସ ମଧ୍ୟ ମିଳିଛି । ଦେଶର କୋଟି କୋଟି ଜନତା ଏହି ଆପ ବ୍ୟବହାର କରୁଛନ୍ତି । ସମସ୍ତ ସରକାରୀ କର୍ମ•ରୀଙ୍କୁ ଏହି ଆପ ଡାଉନଲୋଡ଼ କରିବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି ।
ପ୍ରସ୍ତୁତ କଲା ନକଲି ଆରୋଗ୍ୟ ସେତୁ ଆପର ନୂଆ ଭର୍ସନ୍
