29 C
Bhubaneswar
Saturday, September 19, 2020

ପୂରା ରାତି ଶୋଇ ପାରିଲାନି କରାଚୀ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ନୂଆଦିଲ୍ଲୀ, ୧୦/୬ (ଏଜେନ୍ସି) : ପାକିସ୍ତାନକୁ ଏବେ ବି ଗତ ୨୦୧୯ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ତା’ର ବାଲାକୋଟ୍ରେ ହୋଇଥିବା ଏୟାର ଷ୍ଟ୍ରାଇକ୍କୁ ଭୁଲିପାରିନି । କାଳେ ଭାରତ ବାଲାକୋଟ୍ ପରି ଆଉ ଏକ ଆକ୍ରମଣ କରି
ଦେବ ଏହି ଆଶଙ୍କାରେ ରହିଛି ପାକିସ୍ତାନ । କାଲିର ଘଟଣା ଏହା ପ୍ରମାଣିତ କରିଛି । ପାକିସ୍ତାନ ବାଲାକୋଟ୍ରେ ଭାରତର ଏୟାର ଷ୍ଟ୍ରାଇକକୁ ନେଇ କେତେ ବିଚଳିତ । ପାକିସ୍ତାନରେ କରାଚୀ ନିକଟ ବର୍ଡରରେ ମଙ୍ଗଳବାର ରାତିରେ କିଛି ଅସ୍ୱାଭାବିକ ହଲଚଲ୍ ଦେଖିବାକୁ ମିଳିଛି । ଆକାଶରେ ଉଡୁଥିବା ବିମାନର ଶବ୍ଦ ଓ କ୍ରମାଗତ ଉଡାଣ ଭରୁଥିବା ବିମାନ ଦେଖି ପାକିସ୍ତାନରେ •ଞ୍ଚଲ୍ୟ ଖେଳି ଯାଇଛି । ବୁଧବାର ସକାଳେ ଟ୍ିଟରରେ କରାଚୀ । କ୍ରମାଗତ ଟପ୍ ଟ୍ରେଣ୍ଡରେ ରହିଛି । ପାକିସ୍ତାନ ଲୋକ ଟ୍ୱିିଇଟ୍ କରୁଛନ୍ତି ଯେ, ଭାରତ ପୁଣି ଥରେ ରାତିରେ କିଛି ବଡ ଘଟଣା ଘଟାଇଛି । ପାକିସ୍ତାନର ଅନେକ ୟୁଜର୍ସ ଦାବି କରିଛନ୍ତି ଯେ, କରାଚୀରେ ମଙ୍ଗଳବାର ରାତି ପୂରା ଅନ୍ଧାରରେ ଛାଇ ଯାଇଥିଲା ଏବଂ ଆକାଶରେ କେବଳ ଲଢୁଆ ବିମାନ ଉଡୁଥିଲା । ଲୋକେ ଲେଖିଛନ୍ତ ଆମକୁ ଲାଗିଲା ଯେ, ଭାରତ ପୁଣି ଥରେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରି ଆଉ କିଛି ବଡ କରି ଦେଇଛି । ଖୋଦ୍ କରାଚୀର ନିବାସୀ ଦାବି କରୁଛନ୍ତି । ଆମେ ବିମାନ ବନ୍ଦରରେ ଜେଟ୍ ବିମାନ ଦେଖିଥିଲୁ । ଆମକୁ ଲାଗିଲା ଯେ, କରାଚୀ ଉପରେ ବହୁତ ଗୁଡାଏ ଲଢୁଆ ବିମାନ ଉଡୁଛି । ପାକିସ୍ତାନ ରାତ୍ର ସମୟରେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରି ଆକ୍ରମଣ ରୋକିବା ଲାଗି ଡ୍ରିଲ୍ କରୁଛି । ଏଥିରେ •ଇନିଜ୍ ଜେଏଫ-୧୭, ଏଫ- ୧୬ ଓ ମିରାଜ ୩ ପରି ଲଢୁଆ ବିମାନକୁ ଏଥିରେ ସାମିଲ କରିଥିଲା । ଏଥିରୁ ଜଣା ପଡୁଛି ଯେ, ଭାରତୀୟ ବାୟୁସେନାର ବାଲାକୋଟ୍ ଏୟାରଷ୍ଟ୍ରାଇକ୍କୁ ନେଇ ପାକିସ୍ତାନ ଏବେ ମଧ୍ୟ ଭୟରେ ରହିଛି । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଫେବୃଆରୀରେ ପୁଲୱାମା ଆକ୍ରମଣ ପରେ ଯେବେ ଭାରତ ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ଆ‡ା ଉପରେ ବୋମା ମାଡ କରିଥିଲା । ସେହି ସମୟରେ ପାକିସ୍ତାନ ବାୟୁସେନାର ଲଢୁଆ ବିମାନ ଅନ୍ଧାର କାରଣରୁ ଉଡାଣ ମଧ୍ୟ ଭରି ପାରିନଥିଲା । ପାକିସ୍ତାନୀ ବିମାନ ଗତ ରାତିରେ କରାଚୀ ସହର ଉପରେ ମଧ୍ୟ ଉଡାଣ ଭରିଥିଲା । ଗତ ମାସରେ ମଧ୍ୟ ପାକିସ୍ତାନ ରାତିରେ ନିଜର ଲଢୁଆ ବିମାନ ଉଡାଇଥିଲା । ହନ୍ଦୱାରାରେ ଭାରତୀୟ ସେନାର କର୍ଣ୍ଣେଲଙ୍କ ବଳିଦାନ ପରେ ପାକିସ୍ତାନକୁ ବାଲାକୋଟ୍ ପରି ଏୟାରଷ୍ଟ୍ରାଇକ୍ରେ ଭୟ ଥିଲା

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...