26 C
Bhubaneswar
Thursday, April 15, 2021

୨ ଅଗ୍ନିଶମ କର୍ମଚାରୀଙ୍କ ମୃତୁ

Must read

ଗୌହାଟୀ, ୧୦/୬ (ଏଜେନ୍ସି) : ଆସାମ ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂପରୁ ଗ୍ୟାସ ର୍ନିଗତ ହେଉଛି । ମଙ୍ଗଳବାର ଦିନ ଅଏଲ ଇଣ୍ଡିଆ ତୈଳ କୂପରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ନିୟୋଜିତ ହୋଇଥିଲେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ୨ଜଣ ଅଗ୍ନିଶମ କର୍ମ•ରୀଙ୍କ ମୃତ୍ୟୁ ହୋଇଛି । ଅଏଲ ଇଣ୍ଡିଆ ପ୍ରବକ୍ତା ତ୍ରିଦେବ ହଜାରିକା କହିଛନ୍ତି ଯେ, ନିଆଁ ଲାଗିବା ପରେ ହଠାତ ୨ ଜଣ ଅଗ୍ନିଶମ କର୍ମ•ରୀ ନିଖୋଜ ହୋଇଯାଇଥିଲେ । ଏନ୍ଡିଆର୍ଏଫ୍ ଟିମ ବୁଧବାର ସକାଳୁ ଦୁଇ ଜଣଙ୍କ ମୃତଦେହ ଜବତ କରିଥିଲେ । ଉଭୟଙ୍କ ମୃତଦେହ ଅଗ୍ନିକାଣ୍ଡ ଘଟିଥିବା ତୈଳ କୂପ ନିକଟସ୍ଥ ଏକ ପୋଖରୀରୁ ଜବତ ହୋଇଥିଲା । ତେବେ ଉଭୟ ପାଣିରେ ଡେଇଁପଡିଥିବା ଏବଂ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି କିନ୍ତୁ ତାଙ୍କ ଶରୀରରେ ନିଆଁ ଲାଗିବାର କୌଣସି ଚିହ୍ନ ନାହିଁ । ମୃତକ ଅଗ୍ନିଶମ କର୍ମଚାରୀଦ୍ୱୟ ଅଗ୍ନିଶମ ବିଭାଗର ସହାୟକ ଅପରେଟର ଥିଲେ ତୈଳ କୂପରେ ନିଆଁ ଲାଗିବାପରେ ନିଆଁ ଲିଭାଇବା ପାଇଁ ଓଏନଜିସିର ଜଣେ ଦମକଳ କର୍ମୀ ମଧ୍ୟ ଆହତ ହୋଇଥିଲା । ଅଏଲ ଇଣ୍ଡିଆ କହିଛି ଯେ ନିଆଁ ଲିଭାଇବା ପାଇଁ ପାଖାପାଖି ୪ ସପ୍ତାହ ସମୟ ଲାଗିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବଲଙ୍କୁ ପୀଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଛନ୍ତି । ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂପରୁ ନିଆଁ ବାହାରୁଚି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀଙ୍କ ବୟାନ ଅନୁଯାୟୀ, ସୋନୋବାଲଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥାବାର୍ତ୍ତାକରିଛନ୍ତି । ସେ ଘଟଣାର ତାଜା ସ୍ଥିତି ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛ”ି ଯେ, ସେ ଫୋନ ଯୋଗେ ଅଗ୍ନିକାଣ୍ଡର ପୁରା ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏବଂ ସବୁ ସମ୍ଭାବ୍ୟ ସାହାଯ୍ୟ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି । ସେପଟେ ଅଏଲ ଇଣ୍ଡିଆ ଲିମିଟେଡ଼ ବୁଧବାର ଦିନ କହିଛି ଯେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତିି । ଅଧିକାରୀ ସୂଚନା ଦେଇଛନ୍ତି ଯେ, ତୈଳ କୂପରେ ଗତ ୧୫ ଦିନ ହେଲା ନିଆଁ ଲାଗିଛି ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି ପାଖାପାଖି ଗୋଟିଏ କିମି ପରିଧିରେ ସବୁ ପୋଡି ପାଉଁଶ ହୋଇଯାଇଛି । ଏହି ତୈଳ କୂପ ସେଖୋବା ନ୍ୟାସନାଲ ପାର୍କ ନିକଟରେ ରହିଛି । ସେଥିପାଇଁ ନ୍ୟାସନାଲ ପାର୍କରେ ବନ୍ୟଜନ୍ତୁ ନିଆଁ ଯୋଗୁଁ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article