36 C
Bhubaneswar
Sunday, April 11, 2021

ସୀମାନ୍ତରେ ଏନକାଉଂଟର; ୫ ଆତଙ୍କୀ ନିପାତ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଶ୍ରୀନଗର, ୧୦/୬ (ଏଜେନ୍ସି) : ସମଗ୍ର ଦେଶ ଏବେ କରୋନାକୁ ପ୍ରତିହତ କରିବା ପାଇଁ ଲଢୁଥିଲାବେଳେ ଜମ୍ମୁ-କାଶ୍ମୀରକୁ ଆତଙ୍କମୁକ୍ତ କରିବା ଏବଂ ଏଠାରେ ସୀମାପାର ଆତଙ୍କବାଦ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ରୋକ୍ ଲଗାଇବା ଲାଗି କର୍ତ୍ତବ୍ୟରତ ସେନା
ଓ ଅର୍ଦ୍ଧସାମରିକ ବାହିନୀର ଯୱାନମାନେ ତତ୍ପର ହୋଇ ଉଠିଛନ୍ତି । ଏହି ମର୍ମରେ ସେନା ଓ ଅର୍ଦ୍ଧସାମରିକ ବାହିନୀର ମିଳିତ ଉଦ୍ୟମରେ ଘାଟିରେ ଚାଲିଥିବା ଅପରେସନ ଅଲ୍ଆଉଟ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି । ଗତ ଶନିବାର ଓ ରବିବାର ୨ ଦିନ ମଧ୍ୟରେ ପୃଥକ ପୃଥକ୍ ଏନ୍କାଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଜଣ ଦୁର୍ଦ୍ଧଷ ଆତଙ୍କବାଦୀ ଟଳିପଡ଼ିଛନ୍ତି । ତେବେ ଏହି ସଫଳତାର ୨ ଦିନ ପରେ ଅର୍ଥାତ୍ ବୁଧବାର ସେନାର ଜୱାନଙ୍କୁ ଆଉ ଏକ ସଫଳତା ମିଳିଛି । ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲ୍ଓସି)କୁ ଟପି ଜମ୍ମୁ- କାଶ୍ମୀର ମଧ୍ୟକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ ଜଣ ଆତଙ୍କବାଦୀ ସେନାର ଗୁଳିରେ ନିପାତ ହୋଇଛନ୍ତି । ସେନା ସୂତ୍ରରୁ ପ୍ରକାଶ ଯେ, ଗତ ମଙ୍ଗଳବାର ବିଳମ୍ବିତ ରାତି୍ରରେ ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାର ସୁଗୋ ଅଞ୍ଚଳରେ ଯବାନଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଏକ ଘର ଭିତରେ ୩ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତ ମଙ୍ଗଳବାର ରାତି ସାଢେ ଗୋଟାଏରୁ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନ୍କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଘଟଣାସ୍ଥଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏନକାଉଣ୍ଟର ପରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଅପରେସନ ଚଳାଇଛନ୍ତି । ପ୍ରକାଶ୍ୟ ଯେ, ଗତ ରବିବାରଠାରୁ ସୋପିଆନ ଜିଲ୍ଲାରେ ଏହା ତୃତୀୟ ଅପରେସନ । ରବିବାର ଓ ସୋମବାର ହୋଇଥିବା ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଟ ୯ ଆତଙ୍କବାଦୀ ନିହତ ହୋଇଥିଲେ । ଗତ ୧୫ ଦିନ ଭିତରେ ଜାମ୍ମୁ ଓ କାଶ୍ମୀରରେ ୮ ଟପ୍ କମାଣ୍ଡର ସମେତ ୨୨ ଆତଙ୍କବାଦୀଙ୍କୁ ନିପାତ କଲାଣି ସେନା । ଅନ୍ୟପଟେ ଜାମ୍ମୁ ଓ କାଶ୍ମୀର ରାଜୌରୀ ଜିଲ୍ଲାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ରାଜୌରୀ ନୌସେରା ସେକ୍ଟରରେ ଏଲ୍ଓସି ନିକଟରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ପାକିସ୍ତାନୀ ସେନା ପକ୍ଷରୁ ଗୁଳିଗୋଳା ମାଡ଼ କରାଯାଇଛି । ଭାରତୀୟ ସେନା ମଧ୍ୟ ଏହାର ଦୃଢ଼ ଜବାବଦେଇଛି ।

- Advertisement -ସୀମାନ୍ତରେ ଏନକାଉଂଟର; ୫ ଆତଙ୍କୀ ନିପାତ

More articles

LEAVE A REPLY

Please enter your comment!
Please enter your name here

- Advertisement -ସୀମାନ୍ତରେ ଏନକାଉଂଟର; ୫ ଆତଙ୍କୀ ନିପାତ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...