26.1 C
Bhubaneswar
Thursday, July 29, 2021

ଉହାନକୁ ଟପିଲା ମୁମ୍ବାଇ; ସହରରେ ୫୧ ହଜାର କରୋନା ରୋଗୀ

Must read

ନୂଆଦିଲ୍ଲୀ, ୧୦/୬ (ଏଜେନ୍ସି) : ସମଗ୍ର ଦେଶରେ ଏବେ କରୋନା ସଂକ୍ରମଣର ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚôସାରିଥିଲାବେଳେ ଏଥିଯୋଗୁଁ ପ୍ରାୟ ୭,୭୪୫ ଜଣ ଆଖି ବରକ୍ସକ୍ଟ ସାରିଲେଣି । ଗତ ୨୪ ଘଣ୍ଟାରେ ୩୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୯ ହଜାର ୯୮୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ଏହା ସର୍ବାଧିକ । ତେବେ ସବୁଠାରୁ ଉଦ୍ବେଗଜନକ ହୋଇପଡ଼ିଛି ମୁମ୍ବାଇ । କେବଳ ମୁମ୍ବାଇ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାରକୁ ଛୁଇଁଛି ଯାହାକି ଚୀନର ଉହାନ ପ୍ରଦେଶ ଯେଉଁଠାରୁ କରୋନାର ଉତ୍ପତ୍ତି ହୋଇଥିଲା ତାକୁ ଟପିଯାଇଛି । ଭାରତର କରୋନା ହଟସ୍ପଟ୍ ପାଲଟିଛି ମହାରାଷ୍ଟ୍ର । ଚୀନ୍ରେ ୮୩ ହଜାର ୪୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଛି ୯୦ ହଜାର । ସେହିପରି ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୩ ହଜାର ୨୮୯ରେ ପହଞ୍ଚିଛି । ସୂଚନାଥାଉ କି, ଦେଶରେ ୨୪ ଘଣ୍ଟାରେ ଆସିଛି ୯ ହଜାର ୯୮୫ ସଂକ୍ରମଣ ମାମଲା ଓ ଦେଶରେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛ । ଏଥିସହ ମୃତକଙ୍କ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଛ । ବର୍ତ୍ତମାନ ଦେଶରେ ଆକ୍ଚିଭ୍ କେସ୍ ଦିଲ୍ଲୀ ଓ ତାମିଲନାଡୁରେ ୧ ଲକ୍ଷ ୩୩ ହଜାର ୬୩୨ରହିଛି । ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୧ ହଜାର ୩୬୬ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୦୯ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ୨୪ ଘଣ୍ଟାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୯୦୫କୁ ବୃଦ୍ଧି ପାଇଛି । ତାମିଲନାଡୁରେ ୩୪ ହଜାର ୯୧୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୦୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି ମୁମ୍ବାଇ ମହାନଗର ନିଗମ ଡେପୁଟି କମିଶନର ଶିରିଶ ଦୀକ୍ଷିତଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଅନ୍ୟପକ୍ଷରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ ମାଧବୀ ରାଜେ ସିନ୍ଧିଆ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ଉଦ୍ୟମ •ଲିଛି । ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ତଥା ରାଜ୍ୟର ପୂର୍ବତନ ଅର୍ଥ ସଚିବ ତୁହୀନ୍ କାନ୍ତ ପାଣ୍ଡେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article