26.1 C
Bhubaneswar
Thursday, July 29, 2021

କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଯାଇ ଓଡ଼ିଆ ମାଟିର କବିଙ୍କ ରଚନାକୁ ଭୁଲ ଭାବେ ଗାନ କରିବା ଯଥାର୍ଥ କି?

Must read

ଇତିହାସ ପୃଷ୍ଠାକୁ ରୋମନ୍ଥନକଲେ ଏହା ସ୍ଫଷ୍ଟ ଅନୁମେୟ ହୁଏ ଯେ କଳିଙ୍ଗ, ଉକôଳ, କୋଶଳ ଓ ଓଡ୍ର ଆଦି ରାଜ୍ୟର ଅବସ୍ଥିତି ସୂ•ଇ ଦେଇଥାଏ ଓଡିଶା ଭୂଖଣ୍ଡର ପ୍ରାଚୀନତା । ବ୍ୟାସକୃତ ମହାଭାରତର ବନପର୍ବରେ ବର୍ଣ୍ଣିତ ହୋଇଥିବା ଧର୍ମରାଜ ଯୁଧିଷ୍ଠିରଙ୍କର“କଳିଙ୍ଗ” ପରିଦର୍ଶନର କାହାଣୀ, ମହାଭାରତ ଯୁଦ୍ଧରେ ‘କଳିଙ୍ଗ ସେନା’ କୈାରବ ପାଶ୍ୱର୍ରେ ଏବଂ ‘ଓଡ୍ର’ ଓ ଉକôଳସେନା ପାଣ୍ଡବଙ୍କ ପାଶ୍ୱର୍ରେ ରହି ଯୁଦ୍ଧ କରିବା ଓଡିଆ ଜାତିର ପ୍ରାଚୀନତା ଓ ଏ÷୍ୟତିହାସିକ ଗୁରୁତ୍ୱକୁ ପ୍ରତିପାଦିତ କରେ ।ବର୍ତମାନର ଓଡିଶା ପ୍ରାଚୀନ କଳିଙ୍ଗ, ଉକôଳ, ଓଡ୍ର ଓ କୋଶଳ ଆଦି ରାଜ୍ୟର ଭୈାଗୋଳିକ ସମ୍ମିଶ୍ରଣ ଉପରେ ଆପାତତଃ ପ୍ରତିଷ୍ଠିତ । ପ୍ରସିଦ୍ଧ ଏ÷୍ୟତିହାସିକ ‘ଟୟନବିଙ୍କୁ’ ଏଠାରେ ଉଦ୍ଧୃତ କରାଯାଇପାରେ । ଏକଦା ସେ ମତ ଦେଇ କହିଥିଲେ ‘ଗୋଟିଏ ଜାତିର ଇତିହାସବା ବୈଶିଷ୍ଠ୍ୟ ତା’ର ଭୈାଗୋଳିକ ଆୟତନ ଓ ଅବସ୍ଥିତି ଦୃଷ୍ଟିରୁ ଆକଳିତ ହେବା ଉଚିତ ନୁହେଁ, ବରଂ ଏହାର ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମି ଦୃଷ୍ଟିକୋଣରୁ ଆଲୋଚିତ ହେବା ଆବଶ୍ୟକ । ଓଡିଆ ଜାତିର ବୈଶିଷ୍ଟ୍ୟ ତିନୋଟି ସାଂସ୍କୃତିକଧାରା ଅପୂର୍ବ ସମନ୍ୱୟରୁ ହିଁ ଓଡିଆ ଜାତିର ସୃଷ୍ଟି । ଓଡିଶାର ଧର୍ମଧାରଣା, ନୃତ୍ୟସଙ୍ଗୀତ,ପୋଷାକ ପରିଚ୍ଛଦ, ଖାଦ୍ୟପାନୀୟସବୁଥିରେ ପ୍ରତୀୟମାନ ଏଇ ତି୍ରବେଣୀ ସଙ୍ଗମ । ଓଡିଆ ଜାତିର ଆରାଧ୍ୟ ଦେବତାଶ୍ରୀ ଜଗନ୍ନାଥଙ୍କଠାରେ ମଧ୍ୟ ଏଇ ତି୍ରଧାରା ସଙ୍ଗମ ପ୍ରତିଭାତ । ଭୈାଗଳିକ ଅବସ୍ଥିତିଦୃଷ୍ଟିରୁ ଓଡିଶାର ଅବଦାନ ଉଲ୍ଲେଖନୀୟ । ଧର୍ମ, କଳା, ସ୍ଥାପତ୍ୟ,ବାଣିଜ୍ୟ ଓ ଯୋଦ୍ଧବୃତି, ପ୍ରତ୍ୟେକ କ୍ଷେତ୍ରରେ ଓଡିଆଜାତି ଉକôର୍ଷ ଲାଭ କରିଥିଲା । ବୈାଦ୍ଧ ଓଜୈନଧର୍ମର ପ୍ର•ର ପ୍ରସାରରେ ଓଡିଶାରଭୂମିକା ଅନସ୍ୱୀକାର୍ଯ୍ୟ । ଭଗବାନ ବୁଦ୍ଧଙ୍କରପ୍ରଥମ ଦୁଇଜଣ ଶିଷ୍ୟ ‘ତପସୁ’ ଓ ‘ଭଲ୍ଲିକ’ ଥିଲେ ଓଡିଆ ସାଧବ ଏବଂ ଚଣ୍ଡାଶୋକ ଅଶୋକ ଏଇ ପବିତ୍ର ଭୂମିରେ ପାଲଟିଥିଲେ ଧର୍ମାଶୋକ । ସେହିପରି ମନ୍ଦିର ମାଳିନୀ ଓଡିଶାର କାରୁକାର୍ଯ୍ୟ, ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦ ଏଭଳି ଅନେକ କିଛି ଓଡିଶାର ପୂର୍ବ ଏ୍ୟ÷ତିହରଗାଥା କହେ । ଏଠାରେ ସାଧବମାନେ ବାଲି, ଜାଭା ଓ ସୁମାତ୍ରା ଆଦି ଦରିଆପାରି ଦ୍ୱୀପରେ ବ୍ୟବସାୟ ବାଣିଜ୍ୟକରି ଓଡିଶାକୁ ବିଭବଶାଳୀ କରିଥିଲେ । ନୈାବାଣିଜ୍ୟରଏକ ବିରାଟ କୀର୍ତିମାନ ସ୍ଥାପନ କରିଥିଲେ ‘କଳିଙ୍ଗ’ର ସାଧବପୁଅ । ଇତିହାସରୁଜଣାଯାଏ, ଓଡିଶା ଉପକୂଳରେ ତାମ୍ରଲିପ୍ତ,ଧାମରା, କତି କର୍ଦ୍ଦମ, କନ୍ନଗର, ଚେଳିତାଳୋ, ପାଲୁର, ପାହୁଣ୍ଡ,ଗଞ୍ଜା କଳିଙ୍ଗନଗର ଆଦି ବନ୍ଦର ଥିଲା ।ବାରିଜି୍ୟକ ଶକ୍ତି ସହିତ ସାମରିକ ଶକ୍ତ୍ି ମଧ୍ୟ ଓଡିଶାର ଥିଲା ଅତୁଳନୀୟ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହାମେଘବାହନ ଏ୍ୟ÷ରଖାରବେଳ ଖ୍ରୀଷ୍ଟିୟ ୧୦ମରୁ ୧୨ଶଶତାବ୍ଦୀ ମଧ୍ୟରେ ଯଯାତି କେଶରୀ ଓଉଦ୍ୟୋତ କେଶରୀ ଏହି ଧାରାକୁ ଗତିଶୀଳ କରାଇଥିଲେ । ସମ୍ରାଟକପିଳେନ୍ଦ୍ରଦେବ ଓ ପୁରୁଷୋତମ ଦେବଏଇ ସାମରିକ ଗୈାରବକୁ ଚରମସୋପାନରେ ଉପନୀତ କରାଇଥିଲେ ।ସମୟର ପରିବର୍ତନର କରାଳଚକ୍ରରେ୧୮୦୩ରେ ଓଡିଶା ଇଂରେଜମାନଙ୍କରବଶ୍ୟତା ସ୍ୱୀକାର କଲା । ଏହି ସମୟରେ ଓଡିଶା ଓ ଓଡିଆ ଭାଷାଭାଷୀ ଅଂଚଳ ଖଣ୍ଡବିଖଣ୍ଡିତ ହୋଇଗଲା । ଦକ୍ଷିଣାଚଂଳମାନ୍ଦ୍ରାଜର, ଉତର ଓ ପୂର୍ବାଚଂଳ ବଙ୍ଗରଏବଂ ପଶ୍ଚିମାଚଂଳ ମଧ୍ୟ ପ୍ରଦେଶର ଅଂଶ ପାଲଟିଗଲା । ଓଡିଆ ଜାତିର ‘ଆତ୍ମପରିଚୟ’ ଉପରେ ଲାଗିଲା ପ୍ରଶ୍ନ ଚିହ୍ନ ।ପୁଣି ଆରମ୍ଭ ହୋଇଗଲା, ଓଡିଆ ଭାଷାକୁ ବିଲୋପ କରିବାର ହୀନ ଚକ୍ରାନ୍ତ ।ତେବେ ୧୮୭୦ ପରେ ଓଡିଶାର ଜାତୀୟ ଜୀବନରେ ଆସିଲା ଏକନବଜାଗରଣ । ଓଡିଆ ଭାଷାର ସୁରକ୍ଷାଲାଗି ଆରମ୍ଭ ହୋଇଥିଲା ସୁସଂଗଠିତ ଆନେ୍ଦାଳନ । ପଶ୍ଚିମରୁ ପୂର୍ବ,ଉତରରୁ ଦକ୍ଷିଣ, କୋଣ ଅନୁକୋଣରେ •ଲିଲା ଭାଷା ସୁରକ୍ଷା ପାଇଁ ସଭା,ସମିତି, ପତି୍ରକା ପ୍ରକାଶନ, ସମ୍ମିଳନୀ । ଏ ଦିଗରେ ଯେଉଁ ଦିଗଦ୍ରଷ୍ଟା ମହାନପୁଙ୍ଗବମାନେ ନିଜର କଲମ •ଳନା କରି ଓଡିଆ ଭାଷାକୁ ବଂଚାଇବା ପାଇଁ ସତତ ଚେଷ୍ଟା କରିଥିଲେ, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଥିଲେ କର୍ମବୀର ଗୈାରୀଶଙ୍କର ରାୟ, ପଣ୍ଡିତଗୋଦାବରୀଶ ମିଶ୍ର, ନୀଳମଣିବିଦ୍ୟାରନô, କବିବର ରାଧାନାଥ ରାୟ,ବ୍ୟାସ କବି ଫକୀର ମୋହନସେନାପତି, ମଧୁସୂଦନ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରମୁଖଙ୍କ ଭୂମିକା ଅବିସ୍ମରଣୀୟ । ୧୯୦୩ ଡିସେମ୍ବର ୩୦ରେ ଗଢାହେଲା ଉକôଳସମ୍ମିଳନୀ । ଯାହାର ପ୍ରଥମ ବୈଠକମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କସଭାପତିତ୍ୱରେ କଟକଠାରେ ଅନୁଷ୍ଠିତହୋଇ ମଧୁସୂଦନଙ୍କ ନେତୃତ୍ୱରେ ଗୋପବନ୍ଧୁ ଦାସ, କନିକାରାଜା ରାଜେନ୍ଦ୍ର ନାରାୟଣ, ବ୍ରଜ ସୁନ୍ଦର ଦାସ, ପଣ୍ଡିତ ନୀଳକଂଠ ଦାସ, ଆଚାର୍ଯ୍ୟ ହରିହର ଦାସ ପ୍ରମୁଖ ଆନେ୍ଦାଳନକୁ ତୀବ୍ରତର କରିଥିଲେ । ପରିଶେଷରେ ୧୯୩୬ ମସିହା ମାର୍ଚ୍ଚ ୩ ତାରିଖ ଦିନ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ବିଲ୍ ବି୍ରଟିଶ ସମ୍ରାଟଙ୍କ ଦ୍ୱାରା ଅନୁମୋଦିତ ହୋଇ ଏପି୍ରଲ ୧ ତାରିଖରୁ ଓଡିଶା ପାଇଲା ପ୍ରଥମ ଭାଷାଭିତିକ ରାଜ୍ୟର ମାନ୍ୟତା । ଏପରି ଏ÷୍ୟତିହ୍ୟ ସମ୍ପନ୍ନ ଓଡିଶା ମାଟିର ଗୈାରବ ଥାଇ ସୁଦ୍ଧା ଆଜି କରୋନା ସଂକ୍ରମିତ କାଳରେ ଯେଉଁମାନେ ଅସୀମସାହାସ ତଥା ତ୍ୟାଗର ଉସôର୍ଗ କରି ଏହି ମହାବିପତି କାଳରେ ସମଗ୍ର ଦେଶ/ ରାଜ୍ୟବାସୀଙ୍କୁ ସେବା ଯୋଗାଉଛନ୍ତି ସେମାନଙ୍କୁ ପ୍ରୋସôାହିତ କରିବା ଆମର କର୍ତବ୍ୟ ତଥା ମାନବିକତା । ମାତ୍ର ଦୁଃଖ ଲାଗିଲା ସେମାନଙ୍କୁ ପ୍ରୋସôାହିତ କରିବାଅବସରରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଯେଉଁ ପଦ୍ୟାବଳୀ ଆବୃତ କରାଗଲା । ବୋଧହୁଏ ପ୍ରସ୍ତୁତକାରୀ ତଥା ଗାନକାରୀ ଏହା ଉପରେ ଧ୍ୟାନ ଦେଇନାହାଁନ୍ତି ଯାହାକି ଏହି ମହାନ କବିଙ୍କ ପ୍ରତି ଏକ ବିଦ୍ରୃବାଣ । ଏହି ବିଷୟରେ ଓଡିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ସଭାପତତି ଡକ୍ୟର ହରିହର କାନୁନନ୍ଗୋଙ୍କ ସହିତ ବାର୍ତାଳାପ ଅବସରରେ ସେ ଏପରି ତ୍ରୃଟି ହେବା ଏକ ମହାନ କବିଙ୍କ ପ୍ରତି ଅପମାନ ବୋଲି କହିଥିଲେ । ଦୁଃଖଲାଗେ ଆମ ଓଡିଶାରେ ଏତେ ମହାନ ଲେଖକ, କବି, ଭାଷ୍ୟକାର ଥାଇ ମଧ୍ୟ ସେମାନେ ଏହାକୁଅବୋକନ ନ କରି ପାରିବା ଦୁଃଖ ଓ ପରିତାପର ବିଷୟ । କାନ୍ତକବିଙ୍କ ମୂଳରଚନାରେ ଏହା ‘ଘନ ବନଭୂମି ରାଜିତ ଅଙ୍ଗେ’ ବୋଲି ଲେଖା ଅଛି । ଯାହାର ପ୍ରମାଣ କାନ୍ତ ସାହତ୍ୟମାଳା ଦ୍ୱିତୀୟ ଭାଗର ୧୧୭୫ ପୃଷ୍ଠାରେ ଧାଡିଟି ‘ଘନ ବନଭୂମି ରାଜିତ ଅଙ୍ଗେ’ଲେଖା ଅଛି । ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ତାଙ୍କ ପାଖରେ ଥିବା ମହାନ ବିଜ୍ଞବ୍ୟକ୍ତି ଶ୍ରୀଯୁକ୍ତ ଗୋପବନ୍ଧୁ ଦାସ, ଶ୍ରୀଯୁକ୍ତ କାର୍ତିକେୟନ ପାଣ୍ଡିଆନ୍, ଶ୍ରୀଯୁକ୍ତ ଦୀଲ୍ଲିପ ମହାନ୍ତି,ଶ୍ରୀମତୀ ରୂପା ରୋଶନ ସାହୁ ପ୍ରମୁଖ ଏହା ଉପେରେ ଦୃଷ୍ଟି ଆକର୍ଷଣ କରି ଏହିଭୂଲକୁ ତୁରନ୍ତ ଂଶୋଧନ କରିବା ସହ ଏହି ପଦ୍ୟାବଳୀକୁ ଜାତୀୟ ସଙ୍ଗୀତ କରିବାକୁ ହେଲେ ଓଡିଶାର ସବୁ ପ୍ରାଚୀନ ସ୍ଥାନକୁ ଏଥିରେ ଯୋଡାଯାଇ ଯାହାହେଲା ଓଡ୍ର, କଳିଙ୍ଗ, କଙ୍ଗୋଦ ଓ କୋଶଳ ଏବଂ ନଦୀ ନାମରେ ମହାନଦୀ,ବୈତରଣୀ, ଋଷିକୁଲ୍ୟା ନାମକୁ ସଂଲଗ୍ନକରାଯାଇ ଏକ କମିଟି ପ୍ରସ୍ତୁତ କରି ସେଥିରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟକ, ଐତିହାସିକ, କବି, ଗବେଷକ, ସଙ୍ଗୀତକାରଙ୍କୁ ନେଇ ଏକ କମିଟି ଗଠନ କରି ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏହାକୁ ଆଉଥରେ ସଂଯୋଜନା କରି ସରଳ ଓ ସାବଲୀଳ ଭାଷାରେ ସଂଯୋଜନା କଲେ ଏହା ଏକ ସୁନ୍ଦର ଜାତୀୟ ସଙ୍ଗୀତରେ ପରିଣତ ହେବ ବୋଲି ମୋର ମତ । ଡଃ. ଔରିହର କାନୁନ୍ଗୋ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ତଥା ସାହିତି୍ୟକ ଅସିତ ମହାନ୍ତି, ବାବାଜି ଚରଣ ପ…ନାୟକ, ଅନ୍ତର୍ଯ୍ୟାମୀ ମିଶ୍ର, ଡଃ. ପ୍ରତିଭା ରାୟ ଏପରି ବ୍ୟକ୍ତି ବିଶେଷଙ୍କୁ ସେହି କମିଟିରେ ରଖିଏହାକୁ ଆଉଥରେ ସଂଯୋଜନା କରିବା ସହ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହାକୁ ଜାତୀୟ ସଙ୍ଗୀତରେପରିଣତ କରାଯାଇପାରିବ ବୋଲି ମୋର ଆଶା ଏବଂ ଏହାର ଭାଷା ଓ ଭାବ ଅତୀବ ସରଳଓ ବୋଧଗମ୍ୟ ହେବା ଦରକାର

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article