28 C
Bhubaneswar
Saturday, September 19, 2020

ବିପଦରେ ରାଜନଗର-ପ…ାମୁଣ୍ଡାଇ ପୂର୍ତ୍ତ ବିଭାଗ ରାସ୍ତା

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ରାଜନଗର,୧୦ା୬ (ଶ୍ରୁ.ମି) ; ରାଜନଗର- ପ…ାମୁଣ୍ଡାଇ ପୂର୍ତ ବିଭାଗ ମୁଖ୍ୟ ରାସ୍ତା ନିର୍ମାଣରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ପିଚୁ ହେବାର ୭ଦିନ ମଧ୍ୟରେ ପିଚୁ ଉଠି ଯାଉଥିବା ପରିଲକ୍ଷିତ ହୋଇଛି । ଏହି ରାସ୍ତାର ରାଜନଗର ହଂସୁଆ ସେତୁଠାରୁ କୁନ୍ଦୁପୁର ଯାଏ ୨କି.ମି.୮ଶହ ମିଟର ରାସ୍ତା ପାଇଁ ୨କୋଟି ୭୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୁନଃନିର୍ମାଣ କରାଯାଇଛି । ଦୀର୍ଘ ୭ମାସ ହେବ ଏହି ରାସ୍ତାକାମ ପୁନଃନିର୍ମାଣ ହୋଇଛି । ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଢୋ-ଢୋ- ବର୍ଷାରେ ପିଚୁ ହେବା, ପିଚୁ ଉପରେ ପିଚୁ ହେବା ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଦୃଷ୍ଟି ନଦେବାରୁ ନୂତନ ଭାବେ କାମ ହୋଇଥିବା ରାସ୍ତା ଏବେ ମରଣଯନ୍ତା ପାଲଟିବାକୁ ଯାଉଛି ା ରାସ୍ତା ନିର୍ମାଣ ହେବାର ମାତ୍ର ୭ଦିନ ଭିତରେ ପିଚୁ ଉଠିଯିବା ଘଟଣା ସ୍ଥାନୀୟ ଅଂଚଳରେ ବିଭାଗର ଅପାରଗତାକୁ ନେଇ ଚର୍ଚ୍ଚା ହେଉଛି । କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ହଂସୁଆ ସେତୁ ପର୍ଯ୍ୟନ୍ତ ପ୍ରାୟ ୧୧୦ମିଟର ରାସ୍ତାକୁ ର-ଠ ଭାବେ ଠିକାଦାର ଓ ଯନ୍ତ୍ରୀମାନେ ପିଚୁ ଉପରେ ପିଚୁ ଢାଳି କାମ ସାରିଦେଇଛନ୍ତି । ପିଚୁ ଅଂଶକୁ କୈ÷ାଣସି ସ୍ଥାନରେ ନଖୋଳି ପିଚୁ ଉପରେ ଅତି ହାଲକା ଭାବେ ପ୍ରାୟ ଦେଢ ଇଂଚ ପିଚୁ ପକାଇ ଠିକାସଂସ୍ଥା କାମ କରୁଥିବା ଅଭିଯୋଗ ହୋଇଥିଲା । । ସୂଚନା ଥାଉକି, ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପିଚୁ ହେଉଥିବା ସମୟରେ ଢୋ-ଢୋ ବର୍ଷା ହେଲେ ମଧ୍ୟ କାମ ବନ୍ଦ ହୋଇନଥିଲା । ଚଳିତ ମାସ ୨ ଓ ୩ତାରିଖରେ ବର୍ଷା ସମୟରେ ପିଚୁ କାମ କରାଯାଇଥିଲା । ଏସଂପର୍କରେ କାମ ନିକଟରେ ଉପସ୍ଥିତ ଥିବା କନିଷ୍ଠ ଯନ୍ତ୍ରୀ ଦେବାଶିଷ ସାମଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବର୍ଷା କେଉଁଠି ହେଉଛି, ବର୍ତମାନ ତ କାମ ହେଉନାହିଁ ବୋଲି କହିଥିଲେ । ବର୍ଷା ପାଣି ରାସ୍ତାରେ ଜମିଗଲା ପରେ ପିଚୁ କାମ ହେବା ଯୋଗୁଁ କାମ ଶେଷ ନହେଉଣୁ ମାତ୍ର ୭ଦିନ ମଧ୍ୟରେ ରାସ୍ତାରୁ ପିଚୁ ଉଠିଗଲାଣି । ଉପରୋକ୍ତ ୨କି.ମି. ୮ଶହ ମିଟର ରାସ୍ତା ବର୍ଷା ସମୟରେ କରାଯାଇଥିବାରୁ ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଯାହା ଏବେ ସତ୍ୟରେ ପରିଣତ ହୋଇଛି । ବିଭାଗୀୟ କ୍ଷେତ୍ର ଅଧିକାରୀଙ୍କ ମନମାନୀ, ପିସି ଖୋର ମନୋବୃତୀ ଯୋଗୁଁ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ରାସ୍ତା ମରଣଯନ୍ତାରେ ପରିଣତ ହେବାକୁ ଯାଉଛି । ଏହି ରାସ୍ତା ଉପରେ ରାଜନଗର ବ୍ଲକର ଜନସାଧାରଣ ନିର୍ଭର କରିଥାନ୍ତି । ଏହାଛଡା ଭିତରକନିକା ଜାତୀୟ ଉଦ୍ୟାନ, ଗହୀରମଥା ଓ ପେଣ୍ଠ ବେଳାଭୂମିକୁ ଆସିବା ପାଇଁ ଏହା ମୁଖ୍ୟ ଏକମାତ୍ର ରାସ୍ତା । କିନ୍ତୁ ଦୁର୍ଭାଗ୍ୟର ବିଷୟ ସଂପୃକ୍ତ ଠିକାସଂସ୍ଥା ମାତ୍ର ୨କି.ମି.୮ଶହ ମିଟର ରାସ୍ତାକୁ ୭ମାସ କାମ ନକରି ପକାଇ ରଖିଥିଲା । ଏହି ରାସ୍ତାକୁ ଠିକାସଂସ୍ଥା ୧୪.୯୯% କମରେ ୨କୋଟି ୭୧ଲକ୍ଷ ଟଙ୍କାରେ ଠିକାଦାର ରାସ୍ତାକାମ କରିବାକୁ ଚୁକ୍ତି କରିଥିଲେ । ସଂପୂର୍ଣ୍ଣ କାମ ନିମ୍ନମାନର କରାଯାଉଥିବା ଅଭିଯୋଗ ହେଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣିବାକୁ ନାରାଜ । କୈ÷ାଣସଟି ସ୍ଥାନରେ ଫଳକଟିଏ ଲଗାଯାଇନାହିଁ । ଯାହାଫଳରେ କେତେ ଟଙ୍କାର କାମ କରାଯାଉଛି, କଣ କଣ କାମ ହେବ, କାମରେ ବ୍ୟବହୃତ ସାମଗ୍ରୀ କେଉଁମାନର ରହିବ ଏହାକୁ ଜାଣିବା ମୁସ୍କିଲ୍ ହେଉଛି । ଏସଂପର୍କରେ କେନ୍ଦ୍ରାପଡା ଡିଭିଜନର ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପକୁମାର ମହାନ୍ତିଙ୍କୁ ପଚାରିବାରୁ ବର୍ଷା ସମୟରେ ହୋଇଥିବା ପିଚୁ ନିଶ୍ଚିତ ଉଠିଯିବ । ସେହି ରାସ୍ତାର ଯେଉଁସ୍ଥାନରେ ରାସ୍ତା ଖରାପ ହୋଇଛି ଠିକାସଂସ୍ଥା ପୁନର୍ବାର କାମ ନକରିବା ପର୍ଯ୍ୟନ୍ତ ତାର ବିଲ ବନ୍ଦ କରାଯିବ ବୋଲି କହିଥିଲେ । ମାତ୍ର କାମ ହେଉଥିବା ସମୟରେ ଦାୟିତ୍ୱରେ କନିଷ୍ଠ ଯନ୍ତ୍ରୀ ଦେବାଶିଷ ସାମଲ ଓ ସହକାରୀ ଯନ୍ତ୍ରୀ ଅମୀୟ କୁମାର ସିହ୍ନା କିପରି ନିମ୍ନମାନର କାମ କରିବାକୁ ଅନୁମତି ଦେଲେ ତାହାହିଁ ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । କର୍ତବ୍ୟରେ ଅବହେଳା କରିଥିବା ଯନ୍ତ୍ରୀମାନଙ୍କ ବିରୁଦ୍ଧରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି , ତାହା ଦେଖିବାକୁ ବାକି ରହିଲା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...