36 C
Bhubaneswar
Sunday, April 11, 2021

ତ୍ୱରାନ୍ୱିତ ହେବ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନଶ୍ୱର,୯ା୬(ନି.ପ୍ର.): କରୋନା ପାଇଁ ଅଟକିଥିବା ପାନୀୟଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରିବା ପାଇଁ ପଞ୍ଜାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ପ୍ରକଳ୍ପ ସଂକ୍ରାନ୍ତରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଆଜି ଏହି ନିଦେ୍ର୍ଦଶ ଦେବା ସହିତ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୦ହଜାର ଟଙ୍କା ଏ ବାବଦରେ ଖର୍ଚ୍ଚହେବ ବୋଲି ସୂଚନା ଦେଇଛନ୍ତି । ଆଜି ଲୋକସେବା ଭବନ ଠାରେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ୬୬ଟି ମେଗା ପ୍ରକଳ୍ପ ଓ ୬୦୦୦ ପାଇପ୍‍ ଯୋଗେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ତେବେ କରୋନା ଯୋଗୁଁ ପ୍ରାୟ ଅଢେଇ ମାସ ଧରି କାର୍ଯ୍ୟ ବନ୍ଦ ରହିଥିଲା । ପ୍ରତ୍ୟେକ ପରିବାର ନିକଟରେ ପାଇପ୍‍ ଯୋଗେ ପାନୀୟଜଳ ପହଞ୍ଚାଇବା ରାଜ୍ୟ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ଥିବାରୁ ଖୁବ୍‍ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । କାର୍ଯ୍ୟକାରୀ ହେଉଥିବା ୬୬ଟି ମେଗା ପ୍ରକଳ୍ପ ଲାଗି ୧୩,୧୮୦କୋଟି ୯୬ଲକ୍ଷ ଟଙ୍କାର ବରାଦ ହୋଇଛି । ଏଥିପାଇଁ ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ସହିତ ଓମ୍ବାଡକ, ଆରଆଇଡିଏଫ୍‍, ଜେଜେଏମ୍‍, ବସୁଧା, ଜିଲ୍ଲା ଖଣିଜ ପାଣ୍ଠି ଆଦିରୁ ଅର୍ଥ ପ୍ରଦାନ କରାଯିବ । ତେବେ ସର୍ବାଧିକ ୧୯ଟି ପ୍ରକଳ୍ପ ଓମ୍ବାଡକ ମାଧ୍ୟମରେ ହେଉଥିବାବେଳେ ଏଥିପାଇଁ ୨୬୭୪କୋଟି ୭୬ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିଭଳି ବସୁଧା ଯୋଜନାରେ ୧୬ଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏଥିପାଇଁ ୩୨୫୭କୋଟି ୬୧ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ପ୍ରଦତ୍ତ ଅର୍ଥରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଆରଆଇଡିଏଫ ଓ ଜେେଜେଏମ୍‍ ମାଧ୍ୟମରେ ୮ଟି କରି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଜିଲ୍ଲା ଖଣିଜ ପାଣ୍ଠିର ୧୫୫୩ କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହାବାଦ୍‍ ୩୫୯୭କୋଟି ୪୮ଲକ୍ଷ ଟଙ୍କା ବ୍ୟୟରେ ଆଉ ୨୧ଟି ମେଗା ପ୍ରକଳ୍ପ ଲାଗି ଟେଣ୍ଡର ଜାରି ହେବ । ଏଥି ମଧ୍ୟରୁ ବସୁଧା ଯୋଜନାରେ ସର୍ବାଧିକ ୧୧ଟି ପ୍ରକଳ୍ପ ରହିଥିବାବେଳେ ଆରଆଇଡିଏଫ୍‍ରେ ୮ଟି ଓ ଜେଜେଏମ୍‍ରେ ଜରିଆରେ ଦୁଇଟି ପ୍ରକଳ୍ପ କାର୍ଯ୍ୟପାଇଁ ଟେଣ୍ଡର ଜାରି କରାଯିବ । ସେହିଭଳି ୫୮୬୧ଟି ପାଇପ୍‍ ଯୋଗେ ପାନୀୟଜଳ ପ୍ରକଳ୍ପ ପାଇଁ ୨୪,୨୪୪କୋଟି ୬୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏଥି ମଧ୍ୟରୁ ୫୭୭୪ଟି ଗ୍ରାମ ପାଇଁ ୭୪୨୮କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଜି ସୁଦ୍ଧା ୨୧୩୯ ଛୋଟ ପ୍ରକଳ୍ପ ୧୮୩୯ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ବୈଠକରେ ପାନୀୟଜଳ ଯୋଗାଣ ନିଦେ୍ର୍ଦଶକ ବି.ପରମେଶ୍ୱରନ, ସର୍ବୋଚ୍ଚ ଯନ୍ତ୍ରୀ ଅଭୟ ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

- Advertisement -ତ୍ୱରାନ୍ୱିତ ହେବ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ

More articles

LEAVE A REPLY

Please enter your comment!
Please enter your name here

- Advertisement -ତ୍ୱରାନ୍ୱିତ ହେବ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...