28.1 C
Bhubaneswar
Friday, July 30, 2021

କଲବଲ କଲେଣି ଲୁଟେରା : ଏବେ ଗାଁ ଦାଣ୍ଡରେ ଚେନ୍ ଲୁଟେରା

Must read

ଭୁବନେଶ୍ୱର/ବାଲିପାଟଣା/ ବାଲିଅନ୍ତା,୧୦ ।୬(ନି.ପ୍ର): କଲବଲ କଲେଣି ଲୁଟେରା । ପୂର୍ବରୁ ରାଜରାସ୍ତାରେ ଦୁର୍ବୃତ୍ତମାନେ ମହିଳାଙ୍କ ବେକରୁ ଚେନ୍ ଟାଣି ନେଉଥିଲେ । କିନ୍ତୁ ଏବେ ସେମାନେ ଗାଁ ଭିତରେ ପଶିଲେଣିୟ ଗାଁ ଦାଣ୍ଡରେ •ଲୁଥିବା ଓ ଘର ବାରଣ୍ଡାରେ ବସିଥିବା ବୟସ୍କ ମହିଳାଙ୍କ ବେକରୁ ଝାମ୍ପି ନେଲେଣି ସୁନାଚେନ୍ । ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଘଟିଥିବା ଏଭଳି ଦୁଇ ଦୁଇଟି ଚେନ୍ ଲୁଟ୍ ମାମଲା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବୟସ୍କ ମହିଳାମାନଙ୍କୁ ଟାର୍ଗେଟ୍ କରି ହୋଇଥିବା ଏହି ଲୁଟ୍ ଦୁର୍ବୃତ୍ତମାନଙ୍କ ଆତଙ୍କରାଜ ନମୁନା ପ୍ରଦର୍ଶନ କରିଥିବା ବେଳେ ପୁଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି । ପୁଲିସ ସିସିଟିଭି ଫୁଟେଜ୍ ଧରି ବୁଲୁଥିବା ବେଳେ ଦୁର୍ବୃତ୍ତମାନଙ୍କ ଟେର୍ ମିଳି ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନାନୁସାରେ, ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ମହାନ୍ତି ସାହିରେ ଆଜି ବାସନ୍ତୀ ମଞ୍ଜରୀ ମହାନ୍ତି(୫୫) ଲୁଟ୍ର ଶିକାର ହୋଇଛନ୍ତି । ଦୁର୍ବୃତ୍ତମାନେ ତାଙ୍କ ବେକରୁ ୧୪ ଗ୍ରାମ୍ର ସୁନା ଚେନ୍ ଝାମ୍ପି ନେଇ ଫେରାର୍ ହୋଇ ଯାଇଛନ୍ତି ।
ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦୃଶ୍ୟ ଅନୁସାରେ, ବାସନ୍ତୀ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିଲେ । ଏତିକିବେଳେ ଦୁଇଜଣ ଯୁବକ ବାଇକ୍ରେ ସେଠାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବାଇକ୍ ଉପରେ ବସି ରହିଥିଲା । ବାଇକ୍ ପଛରୁ ଓହ୍ଲାଇ ଅନ୍ୟ ଜଣେ ଠିକଣା ପ•ରିବା ବାହାନାରେ ତାଙ୍କ ପାଖକୁ ଯାଇଥିଲା । ବାସନ୍ତୀ କିଛି ବୁଝିବା ପୂର୍ବରୁ ହଠାô ଦୁର୍ବୃତ୍ତଜଣକ ଜୋରଜବରଦସ୍ତ ତାଙ୍କ ବେକରୁ ଚେନ୍ ଟାଣିବା ପାଇଁ ଉଦ୍ୟମ କରିଥିଲା । ବାସନ୍ତୀ ପ୍ରତିରୋଧ କରିବାରୁ ଲୁଟେରାଜଣଙ୍କ ଜୋତାରେ ତାଙ୍କ ଗୋଡ଼କୁ ମକଚି ଦେବା ସହ ତଣ୍ଟିକୁ ଚିପି ପକାଇଥିଲା ଓ ଚେନ୍ ଛିଡ଼ାଇ ନେଇଥିଲା । ଚେନ୍ ହାତରେ ପଡ଼ିବା ମାତ୍ରେ ଦୁର୍ବୃତ୍ତଦ୍ୱୟ ବାଇକ୍ରେ ବସି ଚଣାହାଟ ଛକ ଅଭିମୁଖେ ପଳାଇଥିଲେ । ବାସନ୍ତୀ ଆବାକ୍ ହୋଇ କିଛି ସମୟ ନିରବ ହୋଇ ଯାଇଥିଲେ ଓ ପରେ ଚିକ୍ରାର କରିଥିଲେ । ସେତିକିବେଳେ ସେହି ରାସ୍ତା ଦେଇ ଅନ୍ୟ ଏକ ବାଇକ୍ରେ ଜଣେ ଯୁବକ ଯାଉଥିଲେ । ବାସନ୍ତୀ ବିକଳ ହୋଇ ତାଙ୍କୁ ସାହାଯ୍ୟ ମାଗିଥିଲେ । କିନ୍ତୁ ଯୁବକ ଜଣକ କିଛି ନ ଶୁଣିଲା ପରି •ଲି ଯାଇଥିଲେୟ ଏହି ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ୍ ହୋଇଛି । କିଛି ସମୟ ପରେ ଖବର ପାଇ ବାଲିପାଟଣା ଥାନା ପୁଲିସ୍ ଘଟଣାସ୍ଥଳ ରେ ପହଞ୍ଚିଥିଲା । ସିସିଟିଭିରୁ ଫୁଟେଜ୍ ସଂଗ୍ରହ କରି ଯାଞ୍ଚ କରିଥିଲାୟ ମାତ୍ର ସନ୍ଧ୍ୟା ସୁଦ୍ଧା କିଛି ବି ଟେର୍ ମିଳି ନଥିଲା । ସେହିଭଳି ଆଜି ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମରେ ଅପରାହ୍ଣ ସାଢ଼େ ୧୦ଟା ବେଳେ ଦୁଇଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ୧୨ଗ୍ରାମ୍ ଓଜନର ସୁନାଚେନ୍ ଝାମ୍ପି ନେଇଛନ୍ତି । ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ, ନୀଳକଣ୍ଠ ସାହୁଙ୍କ ପତ୍ନୀ ବାସନ୍ତୀ ସାହୁୟ ବାସନ୍ତୀଙ୍କ ପୁଅ ଅବକାଶ ବାଲିଅନ୍ତା ଥାନାରେ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ମାଆ ସବୁଦିନ ଭଳି ଦାଣ୍ଡ ପିଣ୍ଡାରେ ବସିଥିଲେ । ପଲସର୍ ବାଇକ୍ରେ ଦୁଇଜଣ ଯୁବକ ତାଙ୍କ ନିକଟରେ ପହଞ୍ଚିଥିଲେ । ବାସନ୍ତୀ କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କ ମୁହଁକୁ •ପି ଧରି ସୁନାଚେନ୍ ଝାମ୍ପି ନେଇଥିଲା । ଅତର୍କିତ ଭାବେ ଘଟିଥିବା ଏହି ଲୁଟ୍ ଭୟରେ ବାସନ୍ତୀ ନିର୍ବାକ୍ ହୋଇ ଯାଇଥିଲେ । ତେବେ ଦୁର୍ବୃତ୍ତଦ୍ୱୟ ସେଠାରୁ ଫେରାର୍ ହୋଇଯିବା ପରେ ସେ ଚୋର ଚୋର ବୋଲି ଚିକ୍ରାର କରିଥିଲେ । କିନ୍ତ ସେତେବେଳକୁ ଲୁଟେରାଦ୍ୱୟ ସେଠାରୁ ଚମ୍ପଟ ମାରି ସାରିଥିଲେ । ପାଟି ଶୁଣି ଗ୍ରାମର ଯୁବକମାନେ ଦୁର୍ବୃତ୍ତମାନଙ୍କୁ ପିଛା କରିଥିଲେ ମଧ୍ୟ କାବୁ କରିବାରେ ସକ୍ଷମ ହୋଇନଥିଲେ । ବାଲିଅନ୍ତା ଥାନା ପୁଲିସ ଏହି ଲୁଟ୍ ମାମଲାରେ ନିଷ୍କି୍ରୟତା ପ୍ରଦର୍ଶନ କରୁଛି ବୋଲି ଅବକାଶ ଅଭିଯୋଗ କରିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article