କଟକ,୯ା୬(ନି.ପ୍ର.): ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁତାଙ୍କୁ ୮୭ ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ ।ଏଥିସହ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ସଫଳ ନ୍ୟୁରୋସର୍ଜନ ଭାବେ ତାଙ୍କର ଖ୍ୟାତି ଥିଲା । ଦିବଂଗତ ଡା.ରଥଙ୍କର ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ଯଥେଷ୍ଟ ଖ୍ୟାତି ରହିଛି ।ତାଙ୍କର ପରଲୋକରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ବାତାବରଣ ଦେଖିବାକୁ ମିଳିଛି ।ଡା.ରଥ ୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।୧୯୫୭ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଏମ୍ବିବିଏସ୍ ଡିଗ୍ରି ହାସଲ କରିଥିଲେ । ୧୯୬୨ରେ ପାଟ୍ନା ବିଶ୍ୱବିଦ୍ୟାଳୟରସର୍ଜରି ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଏହାପରେ ୧୯୬୫ରେ ସେ ଭେଲୋର୍ ମେଡିକାଲ୍ କଲେଜ୍ରୁ ନ୍ୟୁରୋସର୍ଜରିରେ ସ୍ନାତକୋତ୍ତର କରିିଥିଲେ । ୧୯୬୫ ମସିହାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ ସେ ସହକାରୀ ପ ଫେସର୍ ଭାବେ ବୃତ୍ତିଗତ ଜୀବନ ଅ ।ରମ୍ଭ କରିଥିଲେ । ୧୯୯୧ ମସିହାରେ ଡକ୍ଟର ରଥ ଡିଏମ୍ଇଟିର ନିଦେ୍ର୍ଦଶକ ଭାବେ ଅବସର ଗ୍ରହଣକରିଥିଲେ । ଡାକ୍ତର ସନାତନ ରଥ ଅନେକ ବିରଳ ଅସ୍ତ୍ରୋପ•ର କରିଥିଲେ । ତାଙ୍କ ଉଦ୍ୟମରେ ଓଡ଼ିଶାକୁ ପ୍ରଥମେସିଟି ସ୍କାନ୍ ମେସିନ୍ ଅ ।ସିଥିଲା । ଡାକ୍ତର ସନାତନ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କ ସମେତବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ସନାତନ ରଥଙ୍କ ଅବଦାନ ସର୍ବଦା ମନେ ରହିବ ।