28.1 C
Bhubaneswar
Friday, July 30, 2021

ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜିତ ପାଇଁ ଲକ୍ଷ୍ୟ

Must read

ଭୁବନେଶ୍ୱର,୯ା୬(ନି.ପ୍ର.): ଚଳିତ ଆର୍ଥିକ ବର୍ଷରେଏ ମ୍ଜିଏନ୍ଆରଜିଏସ୍ ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ଜଣାଯାଇଛିା ଏମ୍ଜିଏନ୍ଆରଜିଏସ୍ରେ ଅଗ୍ରଗତି ସଂକ୍ରାନ୍ତରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । କରୋନା ସମୟରେ ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜିତ ପାଇଁ ସରକାର ଲକ୍ଷ ରଖିଥିବାବେଳେ ଏହା ଯେଭଳି
ଠିକଣା ଭାବେ କାର୍ଯର୍୍ୟକାରୀ ହେବ ସେଥିପାଇଁପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟର ୮୧ ପ୍ରତିଶତ ଅର୍ଥାତ ଦୈନିକ ୧୬ଲକ୍ଷ ୧୪ହଜାର ଶ୍ରମିକ ଏହି ଯୋଜନାରେ କାର୍ଯ୍ୟ କରିଥିବାଜଣାଯାଇଛି ।ରାଜ୍ୟର ଚାରି ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡା ଜିଲ୍ଲାର ୨୦ଟି ବ୍ଲକ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।

ଏହିସବୁ ଜିଲ୍ଲାରେ ଶ୍ରମିକମାନଙ୍କୁ ଅତରିକ୍ତ ଭାବେ ୯୧ଟଙ୍କା ଅଧିକ ମଜୁରୀ ପ୍ରଦାନ କରାଯାଉଛି । ଫଳରେ ଦୈନିକ ମୂଳ ମଜୁରୀ ୨୦୭ ଟଙ୍କା ସହିତ ୯୧ ଟଙ୍କା ମିଶାଇ ସେମାନେ ୨୯୮ଟଙ୍କା କରି ପାଉଛନ୍ତି । ଏହି ଚାରିଟି ଜିଲ୍ଲାରେ ଚଳିତମାସ ୪ ତାରିଖ ସୁଦ୍ଧା ଏକ ଲକ୍ଷ ୭୮ହଜାର ଶ୍ରମିକ ନିୟୋଜିତ ହୋଇଥିବା ବେଳେ ୨୧ଲକ୍ଷ ୯୪ହଜାର କାର୍ଯ୍ୟଦିବସ ସୃଷ୍ଟି ହୋଇପାରିଛ ମ୍ଜିଏନ୍ଆରଜିଏସ୍ରେ ଯୋଜନାରେ ରାଜ୍ୟରେ ଏକ ଲକ୍ଷ ପୋଖରୀ ଖୋଳିବାପାଇଁ ଲକ୍ଷ୍ୟ ରଖାଯାଇଛି । ଏଥି ସହିତ ଉଦ୍ୟାନ ବିଭାଗ ମାଧ୍ୟମରେ ୨୩,୧୩୪ ହେକ୍ଟର ଜମିରେ ବୃକ୍ଷରୋପଣ, ୮୦୦୦ ବିଦ୍ୟାଳୟରେ ବୃକ୍ଷରୋପଣ,୧.୭୫ କୂପ ଖନନ ସହିତ ୨୦୪୯ଟି ଅଙ୍ଗନବାଡି କୋଠା ନିର୍ମାଣ କରାଯିବ । ଏହିସବୁ କାର୍ଯ୍ୟ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ଏମ୍ଜିଏନ୍ଆରଜିଏସ୍ରେ ୬୮୯କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ମୃତ୍ତିକା ସଂରକ୍ଷଣ ନିଦେ୍ର୍ଦଶାଳୟକୁ ୧୧୩୯କୋଟି, ରାଜ୍ୟଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗକୁ ୧୪୬କୋଟି ୨୬ଲକ୍ଷ, ଜଳସମ୍ପଦ ବିଭାଗକୁ ୧୦୨କୋଟି ୯୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ରେଶମ ଚାଷ ପାଇଁ ୨୬କୋଟି ୯୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଇତି ମଧ୍ୟରେମୃତ୍ତିକା ସଂରକ୍ଷଣ ନିଦେ୍ର୍ଦଶାଳୟରେ ସର୍ବାଧିକ ୫୨,୪୬୫ ଜଣ ଶ୍ରମିକ ନିୟୋଜିତ ହୋଇଥିବାବେଳେ ଜଙ୍ଗଲ ଓ ପରିବେଶ ବିଭାଗରେ ୨୬,୫୫୦ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୮,୮୩୯ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି ।ଓଡିଶାକୁ ଫେରୁଥିବା ସମସ୍ତ ପ୍ରବାସୀଙ୍କୁ ତୁରନ୍ତ ଶ୍ରମିକ କାର୍ଡ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରତି ଗ୍ରାମରେ ଅତି କମରେ ଦୁଇଟି ଗୋଷ୍ଠି କାର୍ଯ୍ୟ କରିବାପାଇଁ କୁହାଯାଇଛି । ଶ୍ରମିକମାନେ ଯେଭଳି କାର୍ଯ୍ୟ ପାଇଁ ଆଗେଇ ଆସିବେସେଥିପାଇଁ ବିଭିନ୍ନ ଶ୍ରମିକ ସଂଘ, ବେସରକାରୀ ସଂସ୍ଥା ଓ ଏସଏଚଜିମାନଙ୍କୁ ମୁତୟନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ବିଭିନ୍ନ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଅଧିକରୁ ଅଧିକ ଶ୍ରମିକ ନିୟୋଜିତ ପାଇଁ କୁହାଯାଇଥିବାବେଳେ କନେ୍ଦୁଝରଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଅତିରିକ୍ତ ୯୧ଟଙ୍କା ଦେଇ ଶ୍ରମିକଙ୍କୁ ମୋଟ୍‍ ୨୯୮ଟଙ୍କା ମଜୁରୀ ଦେବାପାଇଁ କୁହାଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖସଚିବ ଡି.କେ.ସିଂହ, ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଦଶକ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article