ଭୂବନେଶ୍ୱର.୮ା୬ ସମଗ୍ର ବିଶ୍ୱକୁ ପୋଲିଓ ମୁକ୍ତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରୋଟାରୀ କ୍ଲବ୍ ସଂପ୍ରତି କୋଭିଦ୍-୧୯ ର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି । ଇତିମଧ୍ୟରେ ଅ ।ନ୍ତର୍ଜାତୀୟ ରୋଟାରୀ ସଂଗଠନ ପକ୍ଷରୁ ଓଡ଼ିଶାରେ କରୋନାକୁ ପ୍ରତିହତ କରିବା ପାଇଁ ପଚିଶି ହଜାର ଡ଼ଲାରର ଅନୁଦାନ ପ୍ରଦାନ କରାଯାଇଛିୟଏହି ଅର୍ଥ ରାଶିକୁ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଖର୍ଚ୍ଚ କରାଯିବ ୟଅନ୍ୟପକ୍ଷରେ ସ୍ଥାନୀୟ ରୋଟାରୀ କ୍ଲବ୍ ଅଫ ଭୂବନେଶ୍ୱର ରୟାଲ୍ ପକ୍ଷରୁ ଅ ।ଜି ଅଧ୍ୟକ୍ଷ ବିଭୂତି ଭୂଷଣ ର,ପ୍ରାକ୍ତନ ସଭାପତି ସଂଜୟ ଚୌଧୁରୀ, ଏ ଡ ଜି ପ୍ରଦୀପ ଦାସ,ଅ ।ଇନଜୀବୀ ପ୍ରଶାନ୍ତ ସାହୁ, ସଂଘ କୋଷାଧ୍ୟକ୍ଷ ରାଜେନ୍ ଚୌଧୁରୀ, ମନମୋହନ ପଣ୍ଡା, ଅଜୟ ପ…ନାୟକ, ରୋଟାରୀୟାନ୍ ଅର୍ଜୁନ ସାହୁ, ଅ ।ଶିଷ ପରିଡ଼ା,ପରମାନନ୍ଦ ମିଶ୍ର, ଅ ।ଇନଜୀବୀ
ଅ ।ତ୍ମପ୍ରକାଶ ମହାନ୍ତି, କାମଦେବ ତ୍ରିପାଠୀ, ବିଶ୍ୱନାରାୟଣ ମହାନ୍ତି, ଶୀଳଭଦ୍ର ଶାସ୍ତ୍ରୀ, ରୋଟାରାକ୍ଟ ସ୍ମୃତି ବିଶ୍ୱାଳ, ଶୁଭାଶିଷ ପଣ୍ଡା, ଅଦିତି ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଅ ।ୟୋଜିତ ଏହି ସବୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସେକ୍ରେଟାରୀ ଇଲେକ୍ଟ ସଂଜିିତ କୁମାର ଜେନା । ଭୂବନେଶ୍ୱର ସ୍ଥିତ ସମାଜ କାର୍ଯ୍ୟାଳୟ, ଉକ୍ରଳ ସାମ୍ବାଦିକ ସଂଘ , ଭୂବନେଶ୍ୱର ଓକିଲ ସଂଘ ,ରୟାଲ୍ ଦାତବ୍ୟ ଚକ୍ଷୁ ଚିକିତ୍ସାଳୟ, ପ୍ରତିଭା ଅନାଥାଳୟ ,ଅନନ୍ତ କପା ବଦ୍ଧାଶ୍ରମ ପରିସରରେ ହ୍ୟାଣ୍ଡ ସାନିଟାଇଜେସନ୍ ମେସିନ୍ ସ୍ଥାପନା କରାଯାଇଛି । ରୋଟାରୀ ଜିଲ୍ଲା ୩୨୬୨ର ଡି ଏସ୍ ଜି ପ୍ରସନ୍ନ ଲେଙ୍କା,ମିଡ଼ିଅ । ସେଲ୍
ରୋଟାରୀ ରୟାଲ୍ ପକ୍ଷରୁ ହ୍ୟାଣ୍ଡ ସାନିଟାଇଜେସନ୍ ମେସିନ ବିତରଣ
