28.1 C
Bhubaneswar
Friday, July 30, 2021

ବାତ୍ୟା ଓ କାଳବେଶାଖୀ, ପାନ ଚାଷର ବଇରୀ

Must read

ବାଲିପାଟଣ.7 ।୬(ନି.ପ୍ର): ସାମୁଦ୍ରିକ ବାତ୍ୟା ଓ କାଳବେଶାଖୀ ଓଡ଼ିଶା ଉପକୂଳ ଅଞ୍ଚଳରେ ପାନ •ଷର ମୁଖ୍ୟ ବଇରୀ ସାଜିଛି । ପ୍ରତିବର୍ଷ ବାତ୍ୟା ଓ କାଳବେଶାଖୀ ଝଡ଼ ପାନ ବରଜ ଭାଙ୍ଗି ପକାଉଛି ।ଫଳରେ •ଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । କିନ୍ତୁ ଏହି କ୍ଷତିଗ୍ରସ୍ତ •ଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳି ପାରୁନାହିଁ ।ସରକାରୀ ସହାୟତା ମିଳୁନଥିବାବେଳେ ବୀମାରୁ ମଧ୍ୟ •ଷୀମାନେ ଉପକୃତ ହୋଇପାରୁନଥିବା ଅଭିଯୋଗ ହେଉଛି ।ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତହୋଇଥିବା ହଜାର ହଜାର •ଷୀ ବର୍ଷକପରେ ମଧ୍ୟ କ୍ଷତିପୂରଣ ପାଇନଥିବାବେଳେ କାଳବେଶାଖୀରେ ଶହ ଶହ •ଷୀଙ୍କ ଅଣ୍ଟା ଭାଙ୍ଗି ଯାଇଛି । ବର୍ଷକ ମଧ୍ୟରେ ଦୁଇ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ଖାଇ ବେହାଲ୍ ହୋଇପଡ଼ିଥିବା •ଷୀମାନେ ଏବେ ପାନ •ଷରୁ ମୁହଁଫେରାଇବା ଜଳଜଳ ହୋଇ ଦିଶିଲାଣି ।•ଷୀମାନଙ୍କ ଅଭିଯୋଗ ଅନୁସାରେ ପ୍ରତିବର୍ଷ ଧାନ, ପାନ, ପରିବା, ମୁଗ, ବିରି, କୋଳଥ, ନଡ଼ିଆ ଓ ପନିପରିବା •ଷ ବାତ୍ୟା ଓ କାଳବେଶାଖୀ ଯୋଗୁଁ ପ୍ରଭାବିତ ହେଉଛି । ବିଶେଷ କରି ପାନ •ଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଥରକୁ ଥର ଝଡ଼ ତୋଫାନ ଓ ବାତ୍ୟା ଯୋଗୁଁ ବରଜ ଭାଙ୍ଗି ଯାଉଛି । କିନ୍ତୁ ସରକାରୀ ସହାୟତା ନାହିଁ । ବାତ୍ୟା ଫନିରେ ତିନି ହଜାରରୁ ଅଧିକ ପାନ ବରଜ ଭାଙ୍ଗିଥିଲା । ବ୍ଲକ ଉଦ୍ୟାନ ବିଭାଗ ତଦନ୍ତ କରି ସରକାରଙ୍କ ନିକଟରେ ଏହିତଥ୍ୟ ଦାଖଲ କରିଥିଲା । କିନ୍ତୁ କ୍ଷତିପୂରଣ ବାବଦରେ ଏଯାଏ ଟଙ୍କାଟିଏ ମିଳିଲା ନାହିଁ । ପୁଣି ଗତ ଶୁକ୍ରବାର ଦିନ ଭୟଙ୍କର କାଳବୈଶାଖୀ ତାଣ୍ଡବ ରଚିଥିଲା ।ଫଳରେ ଶହ ଶହ ପାନ ବରଜ ମାଟିରେ ଶୋଇଛି । ବ୍ଲକ ଉଦ୍ୟାନ ବିଭାଗର ମୁଖ୍ୟପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସୂଚନାନୁସାରେଫନିରେ ୩ ହଜାରରୁ ଊର୍ଦ୍ଧ୍ୱ ପାନବରଜ କ୍ଷତିଗ୍ରସ୍ତ ହୋଇଛି ବୋଲି ଚିଠା ପ୍ରସ୍ତୁତ ହୋଇଥିଲା । ମାତ୍ର ୫ ଶହ •ଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ଚଳିତ ବର୍ଷ କରୋନା ପାଇଁ ପାନ •ଷୀମାନେ ଅଧିକ ପ୍ରଭାବିତ ହାଇଛନ୍ତି । ଦୀର୍ଘ ଦୁଇମାସ ହେବ ସବୁ ପାନ ଦୋକାନ ବନ୍ଦ ହେବା ଯୋଗୁଁ ପାନ ପତ୍ର ବିକ୍ରି ଯଥେଷ୍ଟ ହ୍ରାସ ପାଇଛି । ଫଳରେ ଗଛରେ ପାନ ପତ୍ର ପଚୁଛି । ଏହି ଅବସ୍ଥାରେ ଗତ ଶୁକ୍ରବାର କାଳବୈଶାଖୀରେ ବାଲିପାଟଣା ଅଞ୍ଚଳରେ ଶହ ଶହ ପାନବରଜଭାଙ୍ଗିଛି । କିନ୍ତୁ ସରକାରଙ୍କ ତରଫରୁ ଏହାର ତଦନ୍ତ ପାଇଁ ତହସିଲ ନିକଟକୁ ନିଦେ୍ର୍ଦଶ ଆସିନଥିବା ଜଣାପଡ଼ିଛି । ତେଣୁ କ୍ଷତିପୂରଣ ମିଳିବ ନାହିଁ ବୋଲି •ଷୀମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article