28.1 C
Bhubaneswar
Friday, July 30, 2021

ଲକ୍ଡାଉନ୍ ଘୋଷଣା ପରେ ଭୁବନେଶ୍ୱର ଫେରିଲେଣି ୨୧୮୮

Must read

ଭୁବନେଶ୍ୱର,୭ ।୬(ନି.ପ୍ର): ମାର୍ଚ୍ଚ ୨୪ରୁ ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟରେ ଲକ୍ଡାଉନ୍ ଘୋଷଣା ହୋଇସାରିଛି । ଏହି ଅବଧି ମଧ୍ୟରେ ଭୁବନେଶ୍ୱରକୁ ୨୧୮୮ଜଣ ଫେରିଲେଣି । ମୋଟ୍ ୧୦୬୬୧ଜଣ ଫେରିବାକୁ ନାମ ପଞ୍ଜୀକରଣ କରିଥିଲେ । ଏଣୁ ଆହୁରି୮ହଜାରରୁ ଅଧିକ ଲୋକ ଆସିବାର ସମ୍ଭାବନା ଅଛି । ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚେଧରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ୧୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରୁ ଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଥିବାରୁରାଜଧାନୀରେ ବିଭିନ୍ନ କଟକଣା ଲାଗିଛି । ରାଜ୍ୟ ସରକାର ଯେଉଁ କଟକଣା ଲଙ୍କଜ୍ଞର କରିଛନ୍ତି ସେଥିରେ କିଛି ପରିବର୍ତନକରାଯାଇନି । ବିଏମ୍ସି ଅଞ୍ଚଳରେ କେଣସି କଣ୍ଟେନମେଣ୍ଟ୍ ଜୋନ୍ ନାହିଁ । କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ନ ବିବ ସେଥିପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ସେହିପରି ଯେଉଁ ୯ଜଣ ବିଭିନ୍ନ ଅଂଚଳ ବୁଲାବୁଲି କରିଛନ୍ତି ସେସବୁ ସ୍ଥାନରେ ବିଶୋଧନ କରିବା ସହ ଆଉ କିଏ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାଙ୍କୁ ଚିହ୍ନଟ କରାଯାଉଛିୟ ମାନଙ୍କରସମ୍ପର୍କୀୟ ଓ ପଡ଼ୋଶୀଙ୍କ ନିକଟରେ ଲକ୍ଷଣ ଦେଖାଗଲେ ତାଙ୍କର କୋଭିଡ- ୧୯ ପରୀକ୍ଷା କରାଯାଉଛି । ଏବେ ଭୁବନେଶ୍ୱରରେ ଦେନିକ ୩୦୦ରୁ ୪୦୦ ଜଣଙ୍କର ସ୍ୱାବ୍ ଟେଷ୍ଟ ହେଉଛି ।ବର୍ତ୍ତମାନ ସୁଦ୍ଧା ୨୧୮୮ ଜଣ ବିଭିନ୍ନ ବିମାନ, ଟ୍ରେନ୍ ଓ ନିଜ ିଧାରେ ଭୁବନେଶ୍ୱର ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଟ୍ରେନ୍ରେ ୫୦୧, ବିମାନରେ ୮୫୨ଜଣ ଓ ନିଜ ସୁବିଧାରେ ୮୩୫ଜଣ ଫେରିଛନ୍ତି । ଏଥିରୁ ହୋଟେଲରେ ଦେୟ ଦେଇ ୪୬ଜଣ ସଙ୍ଗରୋଧରେ ରହିଥିବା ବେଳେ ସରକାରୀ ସଙ୍ଗରୋଧରେ ୯୧ଜଣରହିଥିଲେ । ବାକି ୨୦୫୧ଜଣ ଘରେ ସଙ୍ଗରୋଧରେ ରହିଥିଲେ । ସେମାନଙ୍କ ମଧ୍ୟରୁ ୮୭୧ଜଣଙ୍କର ସଙ୍ଗରୋଧ ଶେଷ ହୋଇଛି । ଏବେ ୧୨୯୭ଜଣ ସଙ୍ଗରୋଧରେ ଅଛନ୍ତି । ଯେଉଁମାନେ ଘରେ ସଙ୍ଗରୋଧରେ ଅଛନ୍ତି ସେମାନଙ୍କ ଘରେ ସଙ୍ଗରୋଧ ଷ୍ଟିକର୍ ଲଗାଯାଇଛି ।ସେମାନଙ୍କର ସବିଶେଷ ତଥ୍ୟ ପଞ୍ଜୀକରଣ କରାଯାଇଛି । ଯାହାଦ୍ୱାରା ସେମାନଙ୍କ ଉପରେ ନଜର ରଖାଯାଇପାରୁଛି । ଅପରପକ୍ଷେ ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଘରେ ସଙ୍ଗରୋଧ ରହିବାର ବ୍ୟବସ୍ଥା ନ ଥିବ ବା ଟେଲରେ ଟଙ୍କା ଦେଇ ସଙ୍ଗରୋଧ ରହିବାର କ୍ଷମତା ନ ଥିବ ସେମାନଙ୍କୁ ବିଏମ୍ସି ପକ୍ଷରୁ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯିବ ।ସରକାରୀ ଘୋଷଣା ଅନୁଯାୟୀ ସବୁ ସୁବିଧା ଯୋଗାଇ ଦିଅ ।ଯିବ । ଅପରପକ୍ଷେ ବିଏମ୍ସି କର୍ତ୍ତୃପକ୍ଷ ରେଳ ଷ୍ଟେସନରେ ନାମ ଞ୍ଜୀକରଣ, ଥର୍ମାଲ୍ ସ୍କ୍ରିନିଂ ଓ ସଙ୍ଗରୋଧ ଷ୍ଟାମ୍ପ୍ ଲଗାଇବା କାମ ବନ୍ଦ କରି ଦେଇଥିବା ବେଳେ ବିମାନବନ୍ଦରରେ ଏହା ଜାରି ରଖିଛନ୍ତି ।ଅ ।ଜି ପ୍ରାୟ ୮ଟି ଟିମ୍ ବିମାନବନ୍ଦରରେ କାର୍ଯ୍ୟ କରିଛନ୍ତି । ଯାତ୍ରୀମାନଙ୍କୁ ଥର୍ମାଲ୍ ସ୍କ୍ରିନିଂ କରିବା ସହ ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଇଛନ୍ତିଏବଂ କାଉନସେଲିଂ କରିଛନ୍ତି । ଯାତ୍ରୀ କେଉଁଠି ରହିବାକୁ •ହୁଁଛନ୍ତି ତାହା ନିଶ୍ଚିତ କରିବା ପରେଛାଡ଼ୁଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article