28 C
Bhubaneswar
Sunday, February 28, 2021

ହାତୀ ବେଶରେ ଝଟକିଲେ ମହାପ୍ରଭୁ

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପୁରୀ,7/୬(ନି.ପ୍ର.): ରଥଯାତ୍ରାର ଅ ।ଦ୍ୟପର୍ବ ପବିତଦେବସ୍ନାନ ପୂର୍ଣ୍ଣିମା ଅ ।ଜି ସଂପୂର୍ଣ୍ଣ ନୀତିବିଧି ସହକାରେଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନ କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପେ ଧଳା ଓ କଳା ହାତୀବେଶରେ ର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିବା ପରେ ହାତୀବେଶରେ ସଜ୍ଜିତ ହୋଇ ଝଲସୁଛନ୍ତି ମହାପ୍ରଭୁ । କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ସ୍ୱାନ ପୂର୍ଣ୍ଣିମା । ସାଂପ୍ରତିକ ଇତିହାସରେ ଏହା ଏକ ବିରଳ ଘଟଣା । ଅ ।ଜି ପୁରୀରେ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବାରଣ କରାଯାଇଥିଲା । ବଡ଼ଦାଣ୍ଡ ଏବଂଅନ୍ୟ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଫଳରେ ସ୍ଥାନୀୟ ଲୋକ ମଧ୍ୟ ଭିଡ ଜମାଇବାର କେଣସି ସମ୍ଭାବନା ନାହିଁ । କରୋନା କଟକଣା ହେତୁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ଭକ୍ତମଣି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାତି ୧.୪୦ରୁ ପହଣ୍ଡି ଅ ।ରମ୍ଭ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନବେଦୀକୁ ଅଣାଯାଇଥିଲା । ରାତି ୧ .୨୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବା ପରେ ପହଣ୍ଡି ଅ ।ରମ୍ଭ ହୋଇଥିଲା । ଏହାପରେ ମଦନମୋହନ ବିଜେ (୩ . ୪୦), ମଙ୍ଗଳଅ ।ଳତି (୪ . ୨୦),ମଇଲମ ଓ ତଡପଲାଗି ( ୪ . ୩୫),ଅଧର ପୋଛା (୪ . ୫୦),ଅବକାଶ ଶେଷ( ୫ . ୩୦), ରୋଷହୋମ (୫ . ୪୦), ବେଶ ଶେଷ (୫ . ୫୫) ଅ ।ଦି ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରିସରରେ ଥିବା ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ସକାଳ ୧୦ଟା ୩୦ରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା । ଅ ।ଜି ଛେରାପହଁରା ଲାଗି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଗଜପତି ମହାରାଜା ନ ଅ ।ସିବାରୁ ତାଙ୍କର ପ୍ରତିନିଧି ଭାବେ
ମୁଦିରସ୍ତ ଛେରାପହଁରା କରିଛନ୍ତି । ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା ଅନୁସାରେ, ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଶ୍ରୀଜିଉଙ୍କ ଛେରାପହଁରା କରିପାରିବେ । ଅ ।ଜି ଏହି ପରମ୍ପରାକୁ ଅନୁସରଣ କରି ପବିତ୍ର ସ୍ନାନଯାତ୍ରାରେ ମୁଦିରସ୍ତ ଛେରାପହଁରା
କରିଛନ୍ତି । ଛେରାପହଁରା ପରେ ଶ୍ରୀଜିଉ ହାତୀ ବେଶରେ ଦର୍ଶନ ଦେଇଛନ୍ତି । ଦିନ ୧୧ଟାରୁ ମଧ୍ୟାହ୍ଣ ୧୨ଟା ମଧ୍ୟରେ ହାତୀ ବେଶ ଅନୁଷ୍ଠିତ ହୋଇଛି । ପରେ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି •ଲିବ ଏବଂ ଶ୍ରୀଜିଉ ଅଣସର ପିଣ୍ଡିକୁ
ଯାଇଛନ୍ତି । ଏହା ସହ ଶୁକ୍ରବାର ରାତି ୪ଟାରୁ ଅନବସର ନୀତି ଅ ।ରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟା ମହନ୍ତ ଶାଢ଼ିବନ୍ଧା ନୀତି, ଅପରାହ୍ଣ ଗୋଟାଏରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା, ସକାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୪ଟା ରେ ହାତୀବେଶ ମଇଲମ, ସାଢ଼େ ୪ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା । ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ, ରାତି ୯ଟା ରୁ ୧୨ଟା ଭିତରେ ତାଟିବନ୍ଧା, ରାତି ସାେ ୧୨ଟାରେ ଦଶାବତାର ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ରାତି ଗୋଟାଏରେ ମହାସ୍ନାନ ହେବ । ରାତି ସାଢ଼େ ଗୋଟାଏରେ ମଇଲମ, ବେଶ, ୨ଟା ରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ସାଢ଼େ ୩ଟାରେ ଦକ୍ଷିଣୀଘର ଭୋଗ, ଜୟ-ବିଜୟ ଦ୍ୱାର ବନ୍ଦ, ବେହେରଣ ଦ୍ୱାର ଫିଟା ନୀତି ଅନୁଷ୍ଠିତ
ହେବ । ଭୋର ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ, ୫ଟାରେ ବେହେରଣ ଦ୍ୱାର ବନ୍ଦ ଓ ଜୟ- ବିଜୟ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଛି ।

- Advertisement -ହାତୀ ବେଶରେ ଝଟକିଲେ ମହାପ୍ରଭୁ

More articles

LEAVE A REPLY

Please enter your comment!
Please enter your name here

- Advertisement -ହାତୀ ବେଶରେ ଝଟକିଲେ ମହାପ୍ରଭୁ

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...