28 C
Bhubaneswar
Saturday, September 19, 2020

ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ୁପୁରୀ,୪ା୬(ନି.ପ୍ର.): ଆଜି ବିଳମ୍ୱିତ ରାତ୍ରିରୁ ଆର ମ୍ଭ ହୋଇଛି ସ୍ନାନଯାତ୍ରା ପାଇଁ ରୀତିନୀତି । ଆସନ୍ତାକାଲି ସ୍ନାନ ଯାତ୍ରା ଥିବାରୁ ଆଜିଠାରୁ ମହାପ୍ରଭୁଙ୍କ ସମସ୍ତ ନୀତି ଅ ।ର ମ୍ଭ ହୋଇଛି ଅ ।ଜି ଶ୍ରୀମନ୍ଦିରରେ ଅ ।ଜି ତ୍ରୟୋଦଶୀ ଯୁକ୍ତ ଚର୍ତୁଧସି କ୍ଷୟ ଓ ସେନାପଟା ଲାଗି ନୀତି ସମ୍ପନ ହୋଇଛି । ସ୍ନାନ ପୂର୍ଣ୍ଣିମା ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହୋଇଛି ସେନାପଟା । ସେଥି ପାଇଁ କୋଠ ସୁଅ ।ଁରିଅ । ସେବାୟତ ରତ୍ନସିଂହାସନରେ ଗତକାଲି ରାତିରେ ·ରମାଳ ବାନ୍ଧିଛନ୍ତି । ଅ ।ଜି ଦଇତାପତି ସେବାୟତମାନେ ରତ୍ନ ସିଂହାସନରେ ଚଢି ସେନାପଟା ଲାଗି କରିଛନ୍ତି । ଏହି ନୀତି ୪ ରୁ ୫ ଘଂଟା ଧରି ·ଲିଥିବା ବେଳେ ୯ଟାରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇଛି । ଏହା ପରେ ମଙ୍ଗଳଅ ।ଳତୀ ମଇଲମ ଅ ।ଦି ଦୈନିକ ନିତିକାନ୍ତି କରାଯାଇଛି । ସେପଟେ ଅ ।ସନ୍ତାକାଲି ସ୍ନାନଯାତ୍ରା ରହୁଥିବାରୁ ଆଜି ଶ୍ରୀମନ୍ଦିରରେ ୩୦ଟି ନୀତି ରହିଛି । ରୁକ୍ମିଣୀ ହରଣ ଏକାଦଶିରେ ମହାପ୍ରଭୁଙ୍କ ବିବାହ ଉତ୍ସବ ହୋଇଥିବାବେଳେ ଗତକାଲି ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିଛନ୍ତି । ଆଉ ଆଜି ସନ୍ଧ୍ୟାଧୂପ ପରେ ଚଉଠି କର୍ମ ନୀତି ସହ ପଣା ଭୋଗ ସରିବା ପରେ ବଡ଼ସିଂହାର ଭୋଗ ପରେ ପହୁଡ଼ ଅ ।ଳତି ସରିବା ପରେ ରାତ୍ର ୧ ଟାରୁ ଅ ।ର ମ୍ଭ ହେବ ସ୍ନାନ ନୀତି । ମଙ୍ଗଳାର୍ପଣ ନୀତି ପରେ ଡୋର ଲାଗି ଓ ଧାଡି ପହଣ୍ଡି ଅ ।ର ମ୍ଭ ହେବ । ସ୍ନାନବେଦିରେ ସକାଳ ୫ ଟା ସୁଦ୍ଧା ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିବା ପରେ ୯ ଟା ଭିତରେ ୧୦୮ ଜଳ ଗରାରେ ଦିବ୍ୟ ସ୍ନାନ ନୀତି ଶେଷ ହେବାକୁ ନୀତି ର୍ନିଘଙ୍ଘ କରାଯାଇଥିବା ବେଳେ ଦିନ ୧୧ ଟା ସୁଦ୍ଧା ହାତିବେଶ ବା ଗଜାନନ ବେଶ ଅନୁଷ୍ଠିତ ହେବ । ସେପଟେ ବିନା ଭକ୍ତରେ କିଭଳି ସ୍ନାନ ଯାତ୍ରା ସମ୍ପାଦହେବ ସେ ନେଇ ଅ ।ଜିଠାରୁ ୧୪୪ ଧାରା କଟକଣା ଜାରି ରହିବ । ଆଜି ରାତି ୧୦ରୁକଟକଣା ଆର ମ୍ଭ ହୋଇଛି । ଏହା ୬ ତାରିଖ ଅପରାହ୍ନ ୨ଟା ଯାଏଁ କଟକଣା ରହିବ । ସେପଟେ ଶ୍ରୀମନ୍ଦିରରେ ଭିତରେ କୌଣସି ପୋଲିସ ନିୟୋଜିତ ହେବେ ନାହିଁ । କେବଳ ଶ୍ରୀମନ୍ଦିର ବାହାରେ ୧୪୪ ଧାରା ଜାରି ଅଂଚଳରେ ପୋଲିସ ମୁତୟନ କରାଯିବ ବୋଲି ପୁରୀ ଏସପି ଉମାଶଙ୍କର ଦାସ ସୂଚନାଦେଇଛନ୍ତି । ସ୍ନାନ ଯାତ୍ରାକୁ ଭକ୍ତମାନଙ୍କୁ ଦୁରେଇ ରଖିବା ନେଇ ଆଜି ରାତିରୁ ପୁରୀରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଭକ୍ତମାନଙ୍କୁ ବଡଦାଣ୍ଡକୁ ନ ଛାଡ଼ିବା ପାଇଁ ବଡଦାଣ୍ଡର ବିଭିନ୍ନ ପ୍ରବେଶ ସ୍ଥାନମାନଙ୍କରେ ତିଆରି ହୋଇଛି ବ୍ୟାରିକେଡ । ଅନ୍ୟପକ୍ଷରେ ପୁରୀରେ ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଅ ।ଜି ଅ ।ୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇଚଳିତ ବର୍ଷ ମହାମାରୀ କରୋନା କାରଣରୁ ମହାପ୍ରଭୁଜଗନ୍ନାଥଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ବଞ୍ଚିତ ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବଡ ଦାଣ୍ଡରେ ଛିଡା ହୋଇ ମହାପ୍ରଭୁଙ୍କ ଗଜାନନ ବେଶ ଦେଖିବାରୁ ଚଳିତ ବର୍ଷ ବଞ୍ଚିତ ହେବେ ଶ୍ରଦ୍ଧାଳୁ ।ଖାଲି ସେତିକିନୁହେଁ ଚଳିତବର୍ଷ ଗଣମାଧ୍ୟମଗୁଡ଼ିକ ମଧ୍ୟ ବଡ଼ଦାଣ୍ଡରୁ ସ୍ନାନଯାତ୍ରାର ସିଧା ପ୍ରସାରଣ କରିପାରିବେ ନାହିଁ । ତେବେ ଖୁସିର କଥା, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ ଦାୟିତ୍ୱ ଦୂରଦର୍ଶନକୁ ଦିଅ ।ଯାଇଛି । ପୁରୀ ଜିଲ୍ଲା ପ୍ରଶାସନର ସୂଚନା ମୁତାବକ, ଦୂରଦର୍ଶନ ସ୍ନାନଯାତ୍ରାର ସିଧାପ୍ରସାରଣ କରି ଏହାରସିଗ୍ନାଲ ଇଚ୍ଛୁକ ଗଣମାଧ୍ୟମ ସଂସ୍ଥାଙ୍କୁ ପ୍ରଦାନ କରିବେ । ସାଟେଲାଇଟ ଜରିଅ ।ରେ ଏହି ଲିଙ୍କ ଦୂରଦର୍ଶନ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ପ୍ରଦାନ କରିବ । ଯାହାର ଲିଙ୍କ ହେଉଛି ଜିଏସଏଟି- ୧୭ଏଚଡି୧୦୮୦ ଅ ।ଇ ଡିଭିଡି ଏସ୨ଏମପିଇଜି୪ ବୋଲି ପ୍ରଶାସନ ସୂଚନା ଦେଇଛି । ସାଟେଲାଇଟ ଜରିଅ ।ରେ ଏହି ସେବାପ୍ରଦାନ କରାଯିବ ।କୌଣସି ପରିସ୍ଥିତିରେ ଓବି ଭ୍ୟାନକୁ ଶ୍ରୀମନ୍ଦିରନିକଟକୁ ଛଡ଼ାଯିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...