31 C
Bhubaneswar
Friday, September 18, 2020

ନବୋନ୍ମେଷ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଜରୁରୀ

Must read

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...

ସାବାଡ଼ ହେବେ ନିୟମ ଉଲ୍ଲଂଘନକାରୀ

ଭୁବନେଶ୍ୱର,୧୭ା୯(ନି.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କ ଠାରୁନିଦେ୍ର୍ଦଶ ମିଳିବା ପରେ କୋଭିଡ ନିୟମଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟପୁଲିସ ବିଭାଗ ଅଣ୍ଟା ଭିଡିଛି...

ପାୟଲମୁ୍ୟଜିକ ସ୍କୁଲର ଦୀର୍ଘ ୧୭ବର୍ଷର ସଫଳତା

କନ୍ଦ୍ରାପଡା , ୧୩/୦୯(ନି.ପ୍ର): ଯେତେବେଳେ ଆଧୁନିକତାର ପ୍ରବେଶରେ ସଂସ୍କୃତି ଓଲୋକକଳାର ପତନ ହେବାକୁ ବସିଛି ଠିକ ସେହି ସମୟରେ ସଂସ୍କୃତି ଓ ବିଲୁପ୍ତ ହେବାକୁଯାଉଥିବା ଲୋକକଳାକୁ ପୁନରୁଦ୍ଧାର କରିବା ଲକ୍ଷ୍ୟରେ...

ନୂଆଦିଲ୍ଲୀ,୪ ।୬(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟି୍ରଜ (ସିଆଇଆଇ)ର୧୨୫ତମ ବାର୍ଷିକ ଅଧିବେଶନରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି । ଚଳିତ ବର୍ଷ ବାର୍ଷିକ ସମ୍ମିଳନୀର ବିଷୟବସ୍ତୁ ରହିଛିନ୍ତନୂତନ ବିଶ୍ୱ ପାଇଁ ଭାରତ ନିର୍ମାଣ : ଜୀବନ, ଜୀବିକା ଓ ଅଭିବୃଦ୍ଧିନ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କରୋନା କାରଣରୁ ଏଭଳି ଅନଲାଇନ କାର୍ଯ୍ୟକ୍ରମ ବର୍ତମାନ ସାଧାରଣ କଥା ହୋଇଯାଇଛି । ମାନବ ସମାଜର ବୃହତମ ସାମର୍ଥ୍ୟ କାରଣରୁ ପ୍ରତ୍ୟେକ ସଙ୍କଟରେ ସମାଧାନର ମାର୍ଗ ବାହାରିପାରୁଛି ବୋଲି ସେ କହିଥିଲେ । ସେ କହିଥିଲେ, ନ୍ତଗୋଟିଏ ପଟେ, ଆମକୁ ଏହି ଭୂତାଣୁ ବିରୋଧରେକଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଏବଂ ଦେଶବାସୀଙ୍କ ଜୀବନକୁ ରକ୍ଷା କରିବାକୁ ପଡ଼ିବ । ଅନ୍ୟପଟେ ଆମକୁ ଅର୍ଥବ୍ୟବସ୍ଥାକୁ ସ୍ଥିର ଓ ଦ୍ରୁତ କରିବାକୁ ପଡ଼ିବ । ଚଳିତ ବର୍ଷର ବାର୍ଷିକ ଅଧିବେଶନର ବିଷୟବସ୍ତୁ ଉପରେ ଆଲୋକପାତ କରି ନ୍ତପୁନଃଅଭିବୃଦ୍ଧି ହାସଲନ୍ତ ଉପରେ ଆଲୋଚନା ଆର ମ୍ଭ କରିବା ଲାଗି ଭାରତୀୟ ଉଦ୍ୟୋଗ ଜଗତକୁ ପ୍ରଶଂସା କରିଥିଲେ । ଏହାଠାରୁ ଊଦ୍ଧ୍ୱର୍କୁ ଯିବା ଲାଗି ସେ ଶିଳ୍ପଜଗତକୁ ଆହ୍ୱାନ କରିବା ସହିତ କହିଥିଲେ, ହଁ! ଆମେ ନିଶ୍ଚିତ ଭାବେ ଆମର ଅଭିବୃଦ୍ଧି ପୁଣି ଫେରିପାଇବା ।ନ୍ତ ସେ କହିଥିଲେ ଯେ ଭାରତର ସାମର୍ଥ୍ୟ ଏବଂ ସଙ୍କଟ ମୁକାବିଲା, ଭାରତର ପ୍ରତିଭା ଓ ପ୍ରଯୁକ୍ତି, ଏହାର ନବୋନ୍ମେଷ ଓ ବୁଦ୍ଧିମତା, ଭାରତର କୃଷକ, ଏମଏସଏମଇ ଓ ଉଦ୍ୟୋଗୀମାନଙ୍କ ପ୍ରତି ତାଙ୍କର ଭରସା ରହିଛି । ଏମାନେ ପୁଣିଥରେ ଅଭିବୃଦ୍ଧିକୁ ଫେରାଇ ଆଣିବେ । ପ୍ରଧାନମନ୍ତ୍ରୀ କହିଥିଲେ, କରୋନା ହୁଏତ ଅଭିବୃଦ୍ଧିକୁ ଧିମା କରି ଦେଇଥାଇପାରେ, କିନ୍ତୁ ଆଜିର ସବୁଠୁ ବଡ଼ ବାସ୍ତବତା ହେଉଛି ଯେ ଭାରତ ଲକଡାଉନ ପର୍ଯ୍ୟାୟକୁ ଅତିକ୍ରମ କରି ଅନଲକର ପ୍ରଥମ ପର୍ଯ୍ୟାୟରେ ପ୍ରବେଶ କରିସାରିଛି । ଅର୍ଥବ୍ୟବସ୍ଥାର ଅଧିକାଂଶ ଭାଗ ଅନଲକ ପ୍ରଥମ ପର୍ଯ୍ୟାୟ ଅର୍ଥାତ ୮ଜୁନ ପରଠାରୁ ଖୋଲିବାକୁ ଯାଉଛି । ଅଭିବୃଦ୍ଧି ହାସଲ ଆର ମ୍ଭ ହୋଇଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ କରୋନା ଭୂତାଣୁ ସାରା ବିଶ୍ୱରେ ସଂକ୍ରମିତ ହେବା ସମୟରେ ଭାରତ ଉଚିତ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିଥିଲା । ସେ କହିଥିଲେ, ଅନ୍ୟ ଦେଶ ସହିତ ତୁଳନା କରିବା ପରେ ଭାରତରେ ଲକ୍ଡାଉନର ବ୍ୟାପକ ପ୍ରଭାବ ଭାରତରେ କିଭଳି ପଡ଼ିଛିତାହା ଆଜି ଆମେ ଜାଣିବାକୁ ପାଇଛୁ । ସେ କହିଥିଲେ, କରୋନା ବିରୋଧରେ ଲଢ଼ି ଅର୍ଥବ୍ୟବସ୍ଥାକୁ ପୁନଃସୁଦୃଢ଼ କରିବା ଆମର ସର୍ବୋଚ୍ଚ ପ୍ରାଥମିକତାନ୍ତ । ଏଥିପାଇଁ ଆବଶ୍ୟକ ତ୍ୱରିତ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି । ଏଥିସହିତ ଦୀର୍ଘଅବଧି ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ସଙ୍କଟ ସମୟରେ ଲୋକମାନଙ୍କୁ ସହାୟତା କରିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ତାଲିକା ସେ ଦେଇଥିଲେ । ଗରିବମାନଙ୍କୁ ତୁରନ୍ତ ଲାଭ ପ୍ରଦାନ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିଶେଷ ସହାୟକ ହୋଇପାରିଛି । ଏହି ଯୋଜନାରେ ୭୪ କୋଟି ହିତାଧିକାରୀମାନଙ୍କୁ ରାସନ ଯୋଗାଇ ଦିଆଯାଇଛି । ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ମାଗଣାରେ ରାସନ ଯୋଗାଇ ଦିଆଯାଉଛି । ମହିଳା ହୁଅନ୍ତୁ ଅବା ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ଶ୍ରମିକ, ପ୍ରତ୍ୟେକ ଏହାଦ୍ୱାରା ଲାଭବାନ ହୋଇଛନ୍ତି । ଏହି ଲକ୍ଡାଉନ ସମୟରେ ସରକାର ୮ କୋଟି ଗରିବ ଲୋକମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଛନ୍ତି । ୫୦ ଲକ୍ଷ ଘରୋଇକର୍ମଚାରୀମାନଙ୍କ ଇପିଏଫ ଆକାଉଂଟରେ ସରକାର ୨୪% ପ୍ରତିଶତ ଇପିଏଫ ଯୋଗଦାନ ଅର୍ଥ ଜମା କରିଛନ୍ତି, ଯାହାର ପରିମାଣ ପାଖାପାଖି ୮୦୦ କୋଟି ଟଙ୍କା ହେବ । ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଦେଶକୁ ପୁଣିଥରେ ଦ୍ରୁତ ବିକାଶ ପଥକୁ ଆଣିବା ଲାଗି ୫ଟି ଜିନିଷ ଆବଶ୍ୟକବୋଲି ପ୍ରଧାନମନ୍ତ୍ରୀ କହିଥିଲେ-ଉଦେ୍ଦଶ୍ୟ, ସମାବେଶନ, ନିବେଶ, ଭିତିଭୂମି ଓ ନବୋନ୍ମେଷ । ସରକାର ନିକଟରେ ନେଇଥିବା ସାହସିକ ପଦକ୍ଷେପରେ ପ୍ରତିଫଳିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ସେ ମଧ୍ୟ କହିଥିଲେ ଯେ ଭବିଷ୍ୟତ ପାଇଁ ମଧ୍ୟ ଅଧିକାଂଶ କ୍ଷେତ୍ରକୁ ପ୍ରସ୍ତୁତ ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ, ନ୍ତଆମ ପାଇଁ ସଂସ୍କାର କୌଣସି ଆକସ୍ମିତ କି ମ୍ବା ଖଣ୍ଡିତ ନିଷ୍ପତି ନୁହେଁ । ଆମ ପାଇଁ ସୁଧାର ବ୍ୟବସ୍ଥିତ, ଯୋଜନାବଦ୍ଧ, ସମନ୍ୱିତ, ଆନ୍ତଃସଂଯୁକ୍ତ ଏବଂ ଭବିଷ୍ୟତର ପ୍ରକ୍ରିୟା ଅଟେ । ଆମ ପାଇଁ ସଂସ୍କାରର ଅର୍ଥ ନିଷ୍ପତି ନେବାର ସାହସ ଓ ସେଗୁଡ଼ିକୁ ତର୍କସଂଗତ ନିଷ୍କର୍ଷ ପର୍ଯ୍ୟନ୍ତ ନେଇଯିବା । ଭାରତୀୟ ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ଆଇବିସି), ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣ, ଜିଏସଟି ଏବଂ ଫେସଲେସ ଆଇଟି ମୂଲ୍ୟାଙ୍କନ ଭଳି ପ୍ରୟାସ ନିମନ୍ତେ ଏକ ଉତ୍ସାହଜନକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ସରକାର ଏପରି ନୀତିଗତ ସଂସ୍କାର ଆଣୁଛନ୍ତି, ଯାହା ବିଷୟରେ ଦେଶବାସୀ ଆଶା ଛାଡ଼ି ଦେଇଥିଲେ । କୃଷି କ୍ଷେତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ପ୍ରସ୍ତୁତ କରାଯାଇଥିବା ନିୟମ ଓ ଆଇନ କୃଷକମାନଙ୍କୁ ଦଲାଲଙ୍କ ହାତକୁ ଟେକି ଦେଇଥିଲା । କୃଷି ଉତ୍ପାଦ ବଜାର ସମିତି (ଏପିଏମସି) ଆଇନରେ ସଂଶୋଧନ ଫଳରେ, ଏବେ କୃଷକମାନଙ୍କୁ ଦେଣ ଯେକୌଣସି ରାଜ୍ୟରେ, ଯେକୌଣସି ସ୍ଥାନରେ ନିଜର ଉତ୍ପାଦ ବିକ୍ରି କରିବାର ଅଧିକାର ମିଳିପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଶ୍ରମିକମାନଙ୍କର କଲ୍ୟାଣକୁ ଆଖି ଆଗରେ ରଖି ନିଯୁକ୍ତିର ସୁଯୋଗ ବଢ଼ାଇବା ଲାଗି ଶ୍ରମଜନିତ ସଂସ୍କାର ଅଣାଯାଇଛି । ଅଣରଣନୈତିକ କ୍ଷେତ୍ର ଯେଉଁଥିରେ ଘରୋଇ କ୍ଷେତ୍ରଗୁଡ଼ିକୁ ଅନୁମତି ନଥିଲା, ସେଗୁଡ଼ିକୁ ମଧ୍ୟ ଖୋଲି ଦିଆଯାଇଛି । ସେ କହିଥିଲେ ଯେ କୋଇଲା କ୍ଷେତ୍ରରେ ଏବେ ବାଣିଜି୍ୟକ ଖନନକୁ ଅନୁମତି ମିଳିଛି । ପ୍ରଧାନମନ୍ତ୍ରୀ କହିଥିଲେ, ନ୍ତସରକାର ଯେଉଁ
ଦିଗରେ ଆଗକୁ ବଢ଼ୁଛନ୍ତି, ଆମର ଖଣି କ୍ଷେତ୍ର ହେଉ, ଶକ୍ତି କ୍ଷେତ୍ର, କି ମ୍ବା ଗବେଷଣା ଓ ପ୍ରଯୁକ୍ତି, ଉଦ୍ୟୋଗଗୁଡ଼ିକୁ ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ମିଳିବ ଏବଂ ଯୁବକମାନଙ୍କ ପାଇଁ ନୂଆ ଅବସର ଖୋଲିବ । ଏ ସବୁ ଠାରୁ ଊଦ୍ଧ୍ୱର୍କୁ ଯାଇ, ଏବେ ଦେଶର ରଣନୈତିକ କ୍ଷେତ୍ରରେ ଘରୋଇ ଉଦ୍ୟୋଗୀମାନଙ୍କର ବାସ୍ତବ ଭାଗିଦାରୀ ହୋଇପାରୁଛି । ଆପଣ ମହାକାଶ କ୍ଷେତ୍ରରେ ନିବେଶ କରିବାକୁ ଚାହାନ୍ତି କି ମ୍ବା ପରମାଣୁ ଇନ୍ଧନ କ୍ଷେତ୍ର ନୂଆ ସୁଯୋଗ ସନ୍ଧାନ କରିବାକୁ ଚାହୁଁଛୁ, ଆପଣମାନଙ୍କ ପାଇଁ ସ ମ୍ଭାବନା ସମ୍ପୂର୍ଣ୍ଣ ଭାବେ ଖୋଲିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଆମ ଦେଶର ଆର୍ଥିକ ଇିନ ଭଳି ଏବଂ ଏହା ସକଳ ଘରୋଇ ଉଦ୍ୟୋଗରେ ପାଖାପାଖି ୩୦% ଯୋଗଦାନ ଦେଇଥାଏ । ସେ କହିଥିଲେ ଯେ ଏମଏସଏମଇର ପରିଭାଷାରେ ସଂସ୍କାର ଆଣିବା ଲାଗି ଉଦ୍ୟୋଗ ଜଗତ ପକ୍ଷରୁ ଦୀର୍ଘସମୟ ଧରି ହେଉଥିବା ଦାବି ପୂରଣ ହୋଇଛି । ଏହା ଏମଏସଏମଇଗୁଡ଼ିକୁ ବିନା କୌଣସି ସମସ୍ୟାରେ ବିକଶିତ ହେବାରେ ସକ୍ଷମକରିବ ଏବଂ ସେମାନଙ୍କୁ ଏମଏସଏମଇ ସ୍ଥିତି ବଜାୟ ରଖିବା ଲାଗି ଅନ୍ୟ ରାସ୍ତା ଆପଣାଇବାକୁ ପଡ଼ିବ ନାହିଁ । ସେ କହିଥିଲେ ଯେ ଦେଶର ଏମଏସଏମଇରେ କାମ କରୁଥିବା ସହଯୋଗୀଙ୍କ ଲାଭ ନିମନ୍ତେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ବିକ୍ରିରେ ବୈଶ୍ୱିକ ଟେଣ୍ଡରକୁ ଉଚ୍ଛେଦ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଭାରତକୁ ନେଇ ଅଧିକ ଆଶାବାଦୀ ହୋଇଛି ଏବଂ ସେମାନେ ଭାରତ ଉପରେ ଅଧିକ ଭରସା କରୁଛନ୍ତି । ଭାରତ ଚିକିତ୍ସା ସାମଗ୍ରୀ ଯୋଗାଣ କ୍ଷେତ୍ରରେ ୧୫୦ରୁ ଅଧିକ ଦେଶକୁ ସହାୟତା କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱଏକ ଭରସାଯୋଗ୍ୟ, ବିଶ୍ୱସନୀୟ ସାଥୀର ସନ୍ଧାନ କରୁଛି । ଭାରତରେ, ଏକ ଶକ୍ତି, ସ ମ୍ଭାବନା ଓ କ୍ଷମତା ରହିଛି । ଭାରତ ପ୍ରତି ବିକଶିତ ବିଶ୍ୱାସର ସମ୍ପୂର୍ଣ୍ଣ ଲାଭ ଉଠାଇବା ଲାଗି ସେ ଉଦ୍ୟୋଗ ଜଗତକୁ ଆହ୍ୱାନ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ ପୁଣିଥରେ ଅଭିବୃଦ୍ଧି ହାସଲ କରିବା ସେତେଟା କଷ୍ଟକର ନୁହେଁ । ସବୁଠୁ ବଡ଼ କଥା ହେଉଛି ଏବେ ଭାରତୀୟ ଉଦ୍ୟୋଗଗୁଡ଼ିକ ଆଗରେ ଏକ ସ୍ପଷ୍ଟ ରାସ୍ତା ରହିଛି ଏବଂ ତାହା ହେଉଛି ଆତ୍ମନିର୍ଭର ଭାରତ । ସେ ସ୍ପଷ୍ଟ କର ିଥିଲେ ଯେ ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଯେ ଆମେ ଆହୁରି ଅଧିକ ସୁଦୃଢ଼ ହେବା ଏବଂ ବିଶ୍ୱକୁ ଆଲିଙ୍ଗନ କ ରିବା । ଆତ୍ମନିର୍ଭର ଭାରତର ଅର୍ଥ ବଶ୍ୱ ଅର୍ଥବ୍ୟବସ୍ଥା ସହିତ ଯୋଡ଼ିହେବା ଏବଂ ସହାୟକ ହେବ । ପ୍ରଧାନମନ୍ତ୍ରୀ ଏକ ସୁଦୃଢ଼ ସ୍ଥାନୀୟ ଯୋଗାଣ ଶୃଙ୍ଖଳ ନିର୍ମାଣ ନିମନ୍ତେ ନିବେଶ କରିବାର ଆବଶ୍ୟକତା ଉପରେ ଯୋଗ ଦେଇଥିଲେ, ଯାହା ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଭାରତର ଭାଗିଦାରୀକୁ ସୁଦୃଢ଼ କରିବ । ସେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି କରୋନା ପରେ ସିଆଇଆଇ ଭଳି ବଡ଼ ସଂସ୍ଥାନଗୁଡ଼ିକର ଏକ ନୂଆ ଭୂମିକା ପାଇଁ ଆଗେଇ ଆସିବା ନିମନ୍ତେ ଆହ୍ୱାନ କରିଥିଲେ । ସେ ଦେଶରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱ ନିମନ୍ତେ ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସେ ଉଦ୍ୟୋଗଜଗତକୁ ସମସ୍ତ କ୍ଷେତ୍ରରେ ଉତ୍ପାଦକତା ବଢ଼ାଇବା ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଅନୁରୋଧ କରିଥିଲେ । ସେ ବ୍ୟକ୍ତିଗତ ସୁରକ୍ଷା ଉପକରଣ-ପିପିଇ ଉଦ୍ୟୋଗଗୁଡ଼ିକୁ ମାତ୍ର ୩ ମାସ ଭିତରେ କୋଟି କୋଟି ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଶଂସା କରିଥିଲେ । ଗ୍ରାମୀଣ ଅର୍ଥବ୍ୟବସ୍ଥାରେ କୃଷକମାନଙ୍କ ପାଇଁ ନିବେଶ ଓ ଭାଗିଦାରୀକୁ ଉନ୍ମୁକ୍ତ କରିବାର ସମ୍ପୂର୍ଣ୍ଣ ଲାଭ ଉଠାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଜଗତକୁ ଅନୁରୋଧ କରିଥିଲେ । ଏବେ ଗାଁ ନିକଟରେ ଥିବା ସ୍ଥାନୀୟ କୃଷି ଉତ୍ପାଦ ଗୋଷ୍ଠୀ ନିମନ୍ତେ ଆବଶ୍ୟକ ମୌଳିକ ଭିତିଭୂମି ପ୍ରସ୍ତୁତ କରାଯାଉଛି । ସେ କହିଥିଲେ ଯେ ସରକାର ଘରୋଇ କ୍ଷେତ୍ରକୁ ଦେଶର ବିକାଶ ଯାତ୍ରାରେ ଭାଗିଦାର ବୋଲି ଗ୍ରହଣ କରିଛନ୍ତି । ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଆତ୍ମନିର୍ଭର ଭାରତ ଅଭିଯାନ ସହିତ ଜଡ଼ିତ ଉଦ୍ୟୋଗଗୁଡ଼ିକର ପ୍ରତ୍ୟେକ ଆବଶ୍ୟକତା ପ୍ରତି ଧ୍ୟାନ ଦିଆଯିବ । ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ସଂକଳ୍ପ ନେବା ଏବଂ ଏହି ସଂକଳ୍ପକୁ ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ଶକ୍ତି ଖଟାଇବା ନିମନ୍ତେ ସେ ଆହ୍ୱାନ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...

ସାବାଡ଼ ହେବେ ନିୟମ ଉଲ୍ଲଂଘନକାରୀ

ଭୁବନେଶ୍ୱର,୧୭ା୯(ନି.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କ ଠାରୁନିଦେ୍ର୍ଦଶ ମିଳିବା ପରେ କୋଭିଡ ନିୟମଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟପୁଲିସ ବିଭାଗ ଅଣ୍ଟା ଭିଡିଛି...

ପାୟଲମୁ୍ୟଜିକ ସ୍କୁଲର ଦୀର୍ଘ ୧୭ବର୍ଷର ସଫଳତା

କନ୍ଦ୍ରାପଡା , ୧୩/୦୯(ନି.ପ୍ର): ଯେତେବେଳେ ଆଧୁନିକତାର ପ୍ରବେଶରେ ସଂସ୍କୃତି ଓଲୋକକଳାର ପତନ ହେବାକୁ ବସିଛି ଠିକ ସେହି ସମୟରେ ସଂସ୍କୃତି ଓ ବିଲୁପ୍ତ ହେବାକୁଯାଉଥିବା ଲୋକକଳାକୁ ପୁନରୁଦ୍ଧାର କରିବା ଲକ୍ଷ୍ୟରେ...

ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ଉଦେ୍ର୍ଦଶ୍ୟରେ ସ୍ମାରକ ପତ୍ର

ଡେଲାଙ୍ଗ, ୧୩/୦୯(ନି.ପ୍ର): ଅଲ ଇଣ୍ଡିଆକିଷାନ କ୍ଷେତ ମଜଦୁର ସଂଗଠନ ଡେଲାଙ୍ଗବ୍ଲକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ର୍ଦଶ୍ୟରେଡେଲାଙ୍ଗ ତହସିଲଦାରଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଏହି ସ୍ମାରକ ପତ୍ରରେଦର୍ଶା ଯାଇଛି ଯେ...