28.1 C
Bhubaneswar
Friday, July 30, 2021

ସବୁ ଜିଲ୍ଲାକୁ ଛୁଇଁଲା କରୋନା

Must read

ଭୁବନେଶ୍ୱର,୪ା୬(ନି.ପ୍ର.): ଅ ।ଜି ରାଜ୍ୟରେ ନୂଅ । ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଅ । ଅ ।କ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି । ୧୪୩ଜଣଙ୍କ ମଧ୍ୟରୁ ୧୩୨ଜଣ ସଙ୍ଗରୋଧରେ ଥିବା ବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ଚିହ୍ନଟ ୧୪୩ ପଜିଟିଭଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ରାୟଗଡ଼ା ଜିଲ୍ଲାରୁ ପ୍ରଥମ ଥର ଲାଗି ଜଣେ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪୩ ଅ ।କ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ବଲାଙ୍ଗୀରର ହୋଇଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସେହିପରି ୧୩ ଜଣଙ୍କ ମଧ୍ୟରୁ ୧୦ଜଣ ମହାରାଷ୍ଟ୍ର, ୨ଜଣ ଗୁଜୁରାଟ ଓ ଜଣେ ତାମିଲନାଡୁରୁ ଫେରିଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସୋନପୁରରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୧୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ଜଣା ପଡିଛି । ୧୪ଜଣଙ୍କ ମଧ୍ୟରୁ ୩ଜଣ ଗୁଜୁରାଟ, ୩ଜଣ ତେଲେଙ୍ଗାନା ଓ ୮ଜଣ ତାମିଲନାଡୁରୁ ଫେରିଥିଲେ । ନୂଅ ।ପଡ଼ାରୁ ଚିହ୍ନଟ ହୋଇଥିବା ସମସ୍ତ ୮ଜଣ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଥିବା ୯କରୋନା ଅ ।କ୍ରାନ୍ତ ସଙ୍ଗରୋଧରେ ଥିବା ବେଳେ ୫ଜଣ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର ଓ ୨ଜଣ ତାମିଲନାଡୁରୁ ଫେରିଥିଲେ । ଗଞ୍ଜାମରୁ ୪୧ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ୫ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ଜଣାପଡିଛି । ୩୬ ପ୍ରବାସୀଙ୍କ ମଧ୍ୟରୁ ୧୦ଜଣ ଗୁଜୁରାଟ, ୪ଜଣ ମହାରାଷ୍ଟ୍ର ଓ ଜଣେ ଅ ।ନ୍ଧ୍ରପ୍ରଦେଶରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୧ଜଣ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଫେରି ଘରେ ସଙ୍ଗରୋଧରେ ରହିଥିଲେ । ସେହିଭଳି ରାୟଗଡାରୁ ଚିହ୍ନଟ ହୋଇଥିବା ଜଣେ କରୋନା ରୋଗୀ ଦିଲ୍ଲୀରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଦେବଗଡ଼ରୁ ଚିହ୍ନଟ ହୋଇଥିବା ଜଣେ କରୋନା ରୋଗୀ ତାମିଲନାଡୁରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ୮ଜଣ କରୋନା ଅ ।କ୍ରାନ୍ତ(୬ଜଣ ମହାରାଷ୍ଟ୍ର, ଜଣେ ତେଲେଙ୍ଗାନା, ଜଣେ ଦିଲ୍ଲୀ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଏହା ସହ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ରୋଗୀ ରାଜ୍ୟ ବାହାରୁ (୨ଜଣ ସୁରତ, ଜଣେ ଦିଲ୍ଲୀ) ଫେରି ସଙ୍ଗରୋଧରେ ଥିଲେ । ବାଲେଶ୍ୱରରୁ ଚିହ୍ନଟହୋଇଥିବା ୨୪ଜଣଙ୍କ ମଧ୍ୟରୁ ୨୩ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ଜଣେ ସ୍ଥାନୀୟ ଲୋକ ଥିବା ଜଣା ପଡିଛି । ସେହିପରି ଭଦ୍ରକରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ରୋଗୀ (ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର, ଜଣେ ପଶ୍ଚିମବଙ୍ଗ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଏହା ସହ ଅନୁଗୁଳରୁ ଚିହ୍ନଟ ୩ଜଣ(୨ଜଣ ମହାରାଷ୍ଟ୍ର, ଜଣେ କର୍ଣ୍ଣାଟକ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି । ସ ମ୍ବଲପୁରର ୩ଜଣ(ଜଣେ ଆନ୍ଧ୍ରପ୍ରଦେଶ, ଜଣେ ତେଲେଙ୍ଗାନା, ଜଣେ ମହାରାଷ୍ଟ୍ର), ଗଜପତିର ୪ଜଣ(୨ଜଣ ତେଲେଙ୍ଗାନା, ଜଣେ ମହାରାଷ୍ଟ୍ର, ଜଣେ ଅ ।ନ୍ଧ୍ରପ୍ରଦେଶ) ଓ କଳାହାଣ୍ଡିର ଜଣେ ଅ ।କ୍ରାନ୍ତ (ଗୁଜୁରାଟରୁ ଫେରନ୍ତା) । ରାଜ୍ୟ ବାହାରୁ ଓଡ଼ିଶା ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସେହିଭଳି ସୁନ୍ଦରଗଡରୁ ଚିହ୍ନଟ ହୋଇଥିବା ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା କରୋନା ଅ ।କ୍ରାନ୍ତ ରହିଛନ୍ତି ସଙ୍ଗରୋଧ କେନ୍ଦ୍ରରେ ଥିବା ୨ଜଣ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ଫେରିଥିବା ଜଣାପଡିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article