ଭୁବନେଶ୍ୱର, ୮ ।୫(ନି.ପ୍ର) : ଦୁଃଖର ସହ କହିବାକୁ ପଡ଼ୁଛି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ମଦ ବ୍ୟବସାୟକୁ ରାଜସ୍ୱ ଆଦାୟର ମୁଖ୍ୟ ମାର୍ଗ ଭାବେ ବାଛୁଛନ୍ତି । ଏବେ କରୋନା ସଂକ୍ରମଣ ଦ୍ୱାରା ସମଗ୍ର ଭାରତ ଓ ଓଡ଼ିଶାରେ କ୍ରମାଗତ ଭାବେ ବୃଦ୍ଧି ପାଇବା ସହ ମୃତୁ୍ୟହାର ମଧ୍ୟ ବୃଦ୍ଧି ପାଉଛି । ଏପରି ସ୍ଥିତିରେ କରୋନାର ପ୍ରତିଷେଧକ ଟୀକା ବାହାରି ପାରିନାହିଁ । ଏହାକୁ ରୋକିବା ପାଇଁ କେବଳ ଉପାୟହେଉଛି ସାମାଜିକ ଦୂରତାକୁ ଅବଲ ମ୍ବନ କରିଲେ କରୋନା ସଂକ୍ରମଣକୁ ବୃଦ୍ଧିରୁ ରୋକିହେବ ।
କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନବିକତାର ଦ୍ୱାହି ଦେଇ ସାଧାରଣ ଜନତାଙ୍କୁ ଗୋଟେ ପଟେ ନିବେଦନ କରିଛନ୍ତି ଯେ ଆମକୁ ନିଜର ଜୀବନ ସୁରକ୍ଷା ପାଇଁ ଘରେ ରହି ସୁସ୍ଥ ରହିବାକୁ ପଡ଼ିବ ଅନ୍ୟପଟେ ଏପରି ବିପଗ୍ଧି ସମୟରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ଅତ୍ୟନ୍ତ ଦୁଃଖଦାୟକ ଯାହାକୁ କଳିଙ୍ଗ ସେନା ନିନ୍ଦା କରୁଛି । ଓଡ଼ିଶାରେ ସରକାର ମଦ ଦୋକାନ ଗ୍ରୀନ୍ ଜୋନ୍ରେ ଖୋଲିବା ପାଇଁ ପ୍ରଥମେ ନିଷ୍ପତି ନେବା ପରେ ପରବର୍ତୀ ସ୍ଥିତିରେ ସମଗ୍ର ଜୋନ୍ରେ ମଦ ଦୋକାନ ଖୋଲିବା ପାଇଁ ଏକପ୍ରକାର ନିଷ୍ପତି ନେଇସାରିଥିଲେ କିନ୍ତୁ ସାଧାରଣ ଜନତାଙ୍କ ରୋଷରୁ ରକ୍ଷା ପାଇବା ପାଇଁ ଅବକାରୀ ବିଭାଗ ମଦ ଦୋକାନ ଏବେ ଖୋଲାଯିବ ନାହିଁ ବୋଲି କହିଛି ।
ଗୋଟିଏପଟେ ଅବକାରୀ ବିଭାଗ ଏବଂ ମଦ ଦୋକାନ ମାଲିକ ସଂଘ କରୋନା ପରି ଦୁଃଖଦ ସମୟରେ ମଦ ଦୋକାନ ଖୋଲା ଯିବା ଉଚିତ୍ ନୁହେଁ ବୋଲି କହୁଥିବା ସମୟରେ ଅନ୍ୟପଟେ ୯୦ଟି ଟ୍ରକ୍ରେ ୩୦ କୋଟି ଟଙ୍କାର ବିଦେଶୀ ମଦ କଟକର ନିର୍ଗୁଣ୍ଡିସ୍ଥିତ ରାଜ୍ୟ ପାନୀୟ ନିଗମ ଲିମିଟେଡ୍ ନିକଟରେ ପହଂଚôଛି । ଅର୍ଥାତ ଅବ କାରୀ ବିଭାଗ ଓ ମଦ ବ୍ୟବସାୟୀ ମାଲିକ ସଂଘ ମଧ୍ୟରେ କିଛି ଭିିତିରି ବୁଝାମଣା ଥିବା ପରି ଆମକୁ ମନେହେଉଛି । କାରଣ ଲକ୍ଡାଉନ୍ ସମୟରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ମଦ ଦୋକାନ ଓ ବାର୍ ବନ୍ଦ କରିବା ପାଇଁ ଘୋଷଣା କରିବା ସମୟରେ ସେମାନଙ୍କର ଷ୍ଟକର ହିସାବ ନେଲେନାହିଁ ।
ଯାହାଦ୍ୱାରା ରାଜ୍ୟରେ ଚାଲିଥିବା ବିଦେଶୀ ମଦର କଳାବଜାରୀ ପଛରେ ମଦ ଦୋକାନ ମାଲିକଙ୍କ ସଂପୃକ୍ତି ଥିବା ଆଲୋଚନାରୁ ଶୁଣିବାକୁ ମିଳୁଛି । ତେଣୁ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ପାଇଁ ନିଷ୍ପତି ନେବା ସମୟରେ ମଦ ବ୍ୟବସାୟୀ ସଂଘ ମାନବିକତାର ଦ୍ୱାହି ଦେଇ ଦୋକାନ ଖୋଲିବାରୁ ବଂଚôବା ପାଇଁ ଏକପ୍ରକାର ପ୍ରଚେଷ୍ଟା କରିବା ପରି ମନେହେଉଛି । ଏବେ ଯଦି ଅବକାରୀ ବିଭାଗ ମଦ ଦୋକାନ ନଖୋଲିବା ପାଇଁ ନିଷ୍ପତି ନେଲେ ତେବେ ୩୦ କୋଟି ଟଙ୍କାର ବିଦେଶୀ ମଦ କାହିଁକି ମଗାଯାଇଛି ଏବଂ ଲକ୍ଡାଉନ୍ ପୂର୍ବରୁ
ରାଜ୍ୟରେ ମଦ ଦୋକାନ ଓ ବାର୍ ମାନଙ୍କରେ କେତେ ମଦ ଗଚ୍ଛିତ ଥିଲା ଏବେ କେତେ ଗଚ୍ଛିତ ଅଛି ତାହାର ହିସାବ ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦିଅନ୍ତୁ ବୋଲି କଳିଙ୍ଗ ସେନାର ରାଜ୍ୟ ସାଧାରଣ ସଂପାଦକ ବିଜୟ ରାଜ ଓ ରାଜ୍ୟ ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି ଉପସ୍ଥାପନ କରିଛନ୍ତି । ଏହାସହ ଅବକାରୀ ବିଭାଗକୁ ନିବେଦନ ଜଣାଇଛନ୍ତି ଓଡ଼ିଶା ସଂପୂର୍ଣ୍ଣ ଭାବେ କରୋନାମୁକ୍ତ ହେବା ପର୍ଯ୍ୟନ୍ତ ରାଜ୍ୟରେ କୌଣସି ମଦ ଦୋକାନ ଖୋଲାନଯାଉ । ଯଦି ରାଜ୍ୟ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବା ପାଇଁ ଅଂଟା ଭିଡ଼େ ତେବେ ତାହାର ଦୃଢ଼ ଜବାବ କଳିଙ୍ଗ ସେନା ଦେବ ବୋଲି ଉଭୟ ଗଣମାଧ୍ୟମଦ୍ୱାରା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।