30 C
Bhubaneswar
Tuesday, September 22, 2020

ରାଜ୍ୟ ନୋଡାଲ୍ ଅଫିସରଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

କେନ୍ଦୁଝର,୭ ।୫(ନି.ପ୍ର): କେନ୍ଦୁଝର ଜିଲ୍ଲାରେ ମହାମାରୀ କରୋନାର ପ୍ରତିରୋଧ ପାଇଁ ନିଆଯାଇଥିବା ପଦକ୍ଷେପର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ୍ ଅଫିସର ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ହସ୍ତତନ୍ତ ଓ ବୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି ଚଳିତ ମଇ ୦୫ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକ୍ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପର ତଦାରଖ କରିବା ସହିତ ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କୃଷି, ଶିଳ୍ପ ଓ ଶ୍ରମଭିତିକ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରାର ମ୍ଭରେ ଜିଲ୍ଲାପାଳ ଆଶିଷ ଠାକରେ ମହାମାରୀ କରୋନାର ପ୍ରତିରୋଧ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ବହୁବିଧ ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ ।

ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଏସ୍. କୁମାର ଉଦ୍ବୋଧନ ଦେଇ କହିଥିଲେ ଯେ କରୋନା ମହାମାରୀ ସମଗ୍ର ବିଶ୍ୱ ପାଇଁ ଏକ ଘଡିସନ୍ଧି ମୁହୂର୍ତ ଆଣିଛି । ଏହି ପରିପ୍ରେକ୍ଷୀରେ ଜୀବନ ସହ ଜୀବିକାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କରୋନା ବିରୋଧରେ ଲଢେଇ ଏକ ଲ ମ୍ବା ଲଢେଇ । ତଥାପି ଜନସାଧାରଣଙ୍କ ଜୀବନକୁ ସୁରୋକ୍ଷିତ ରଖିବା ସହିତ ଜୀବନ ଓ ଜୀବିକାକୁ ଗୁରୁତ୍ୱଦେବା ଏକାନ୍ତ ଆବଶ୍ୟକ ହୋଇପଡିଛି । ଏଣୁ କୃଷି, ଶିଳ୍ପ ଓ ଶ୍ରମଭିତିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ରବି ଫସଲର ସ୍ଥିତି ଓ ଫସଲ ସଂଗ୍ରହ ସଂପର୍କରେ ସମୀକ୍ଷା କରି ଖରିଫ୍ ଚାଷ ପାଇଁ ଯଥାଯଥ ଯୋଜନା ଓ କୌଶଳ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

କୃଷକମାନଙ୍କୁ ଯଥା ସମୟରେ ବିହନ, ସାର, କୀଟନାଶକ ଔଷଧ ଇତ୍ୟାଦି ଯୋଗାଣ ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏତଦ୍ବ୍ୟତୀତ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ଜରିଆରେ ଚାଷୀମାନେ କିପରି ଉପକୃତ ହୋଇପାରିବେ ଏବଂ ଏହା କିପରି ଅଧିକ ଶ୍ରମଭିତିକ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଉପନିଦେ୍ର୍ଦଶକ ଉଦ୍ୟାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । କରୋନା ପ୍ରଭାବରେ ରାଜ୍ୟ ବାହାରୁ ପ୍ରବାସୀ ଶ୍ରମଜୀବୀମାନେ ଜିଲ୍ଲାକୁ ଫେରୁଥିବାରୁ ସେମାନଙ୍କ ପାଇଁ ଜୀବିକା ଉପଲବ୍ଧ କରାଇବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଣୁ ଶ୍ରମଭିତିକ କାର୍ଯ୍ୟକ୍ରମକୁ ବିଭିନ୍ନ ଲାଇନ୍ ଡିପାର୍ଟମେଂଟ ଜରିଆରେ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ମନୋରେଗା ଜରିଆରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ସହିତ ଅଧିକରୁ ଅଧିକ ଶ୍ରମଦିବସ ସୃଷ୍ଟି କରିବା ପାଇଁ ନିର୍ଦ୍ଧିଷ୍ଟ ପଦକ୍ଷେପ ନେବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଏବଂ ବିଡିଓମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ଅର୍ଥନୀତି ଓ ଜୀବନ ଜୀବିକାର ପୁନଃଉର୍ଦ୍ଧାର ପାଇଁ ପୂର୍ବରୁ ଚାଲୁ ରହିଥିବା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଶିଳ୍ପ ସଂସ୍ଥା ତଥା ଖଣି ଖାଦାନକୁ ରିତିମତ୍ ଚାଲୁ କରିବା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ କତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଶିଳ୍ପ ସଂସ୍ଥାଗୁଡିକ ଚାଲୁ କରିବାରେ କିଛି ସମସ୍ୟା ଥିଲେ, ସେସବୁ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କରୋନା ପରି ବିପତି ସମୟରେ ଶ୍ରୀମିକମାନଙ୍କର ମନବଳ ବୃଦ୍ଧି କରିବା ସମସ୍ତଙ୍କର ଦାୟିତ୍ୱ । କାର୍ଯ୍ୟ ପାଇଁ ଆସୁଥିବା ଶ୍ରମିକମାନଙ୍କର ଗମନାଗମନକୁ ସୁଗମ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସ୍.ପି.ଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

ଜିଲ୍ଲାରେ କରୋନା ଭାଇରସ୍ କୋଭିଡ୍-୧୯ ର ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇ ଥିବା ପଦକ୍ଷେପ, ସଚେତନତା କାର୍ଯ୍ୟକ୍ରମ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ କରାଯାଇ ଥିବା ବ୍ୟବସ୍ଥା, କଂଟ୍ରୋଲ୍ ରୁମ୍ର କାର୍ଯ୍ୟକାରିତା, ଜିଲ୍ଲାରେ ବ୍ୟବସ୍ଥା କରାଯାଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର, କ୍ୱାରେନ୍ଟାଇନ୍ ସେଂଟର, ଆଇସୋଲେସନ୍ ସେଂଟର ସଂପର୍କରେ ସମୀକ୍ଷା କରିଥିଲେ । ଏତଦ୍ବ୍ୟତୀତ ରାଜ୍ୟ ବାହାରୁ ଜିଲ୍ଲାକୁ ଆସୁଥିବା ଏବଂ ଜିଲ୍ଲାରୁ ରାଜ୍ୟ ବାହାରକୁ ଯିବା ପାଇଁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ଚାଲିଥିବା ପ୍ରକ୍ରିୟା ସଂପର୍କରେ ସମୀକ୍ଷା କରିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍.ପି. ମିତ୍ରଭାନୁ ମହାପାତ୍ର, ପିଡି ଡିଆରଡିଏ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ନାୟକ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପନିଦେ୍ର୍ଦଶକ ଘାସିନାଥ ମୁର୍ମୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ଅଶୋକ କୁମାର ଦାଶ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଏଡିପିଏଚ୍ଓ(ଭିବିଡି) ଡାଃ ଦେବେନ ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ ସମୀକ୍ଷା ବୈଠକ ପୂର୍ବରୁ ରାଜ୍ୟ ନୋଡାଲ୍ ଅଫିସର ପ୍ରମୁଖ ଶାସନ ସଚିବ ଏସ୍.କୁମାର ଏବଂ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀପୃଷ୍ଟି ଆନନ୍ଦପୁର ଉପଖଣ୍ଡ ଏବଂ ଚମ୍ପୁଆଉପଖଣ୍ଡର ବିଭିନ୍ନ ବ୍ଲକ୍ ଗସ୍ତ କରି ବିଭିନ୍ନକ୍ୱରେନ୍ଟାଇନ୍ ସେଂଟର ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ଚମ୍ପୁଆଠାରେ ବର୍ଡରଚେକ୍ ପୋଷ୍ଟ୍ ତଦାରଖ କରିଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...