28 C
Bhubaneswar
Saturday, September 26, 2020

ଚିକେନ୍ ଦର ଖସୁଛି, ବେପାରୀ ଚିନ୍ତାରେ

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

ଭୁବନେଶ୍ୱର,୭/୫(ନି.ପ୍ର): ଭୁବନେଶ୍ୱର ପାଖାପାଖି ଦେମାସ ଧରି ଚିକେନ୍ ବଜାର ଉପରେ କରୋନା ଚଡ଼କ ପଡ଼ିଛି । ପ୍ରଥମେ ଚିକେନ୍ ପାଇଁ କରୋନା ସଂକ୍ରମଣ ହେଉଥିବା ଗୁଜବ ଓ ଏବେ ହଜାର ହଜାର ଶ୍ରମିକ ବେରୋଜଗାର ହୋଇ ପଡ଼ିଥିବାରୁ ଚିକେନ୍ ବଜାର ପ୍ରଭାବିତ ହୋଇଛି । ଫଳରେ କିଛି ଦିନ
ପାଇଁ ବୃଦ୍ଧି ପାଇଥିବା ଦର ପୁଣି ହ୍ରାସ ପାଉଛି । ଅପରପକ୍ଷେ ଏଥିଯୋଗୁଁ ଶହଶହ କାଉଂଟର ହାତବାନ୍ଧି ବସିଥିବାରୁ ଏଥିରେ ନିୟୋଜିତ ଶ୍ରମିକମାନେ ରୋଜଗାର ହରାଇଲେଣି । ମାର୍ଚ୍ଚ ପ୍ରଥମ ସ ପ୍ତାହ ସୁଦ୍ଧା ଚିକେନ୍ ଦର କିଲୋ ପିଛା ୧୨୦/ ୧୩୦ଟଙ୍କା ଥିଲା । ପସନ୍ଦ ମୁତାବକ କଂଟା ଯୁକ୍ତ(ଲେଗ୍ ପିସ୍) ଚିକେନ୍ କିଲୋ ୧୫୦/୧୬୦ ଟଙ୍କା ଥିଲାୟ କିନ୍ତୁ ମାର୍ଚ୍ଚ ମଧ୍ୟଭାଗକୁ ହଠାô କରୋନା ଗୁଜବ ଏହି ବଜାରକୁ ମାନ୍ଦା କରିଦେଲା । ଚିକେନ୍ ଖାଇଲେ କରୋନା ସଂକ୍ରମଣ ହେଉଛି ବୋଲି ଗୁଜବ ଖେଳିଗଲା ଓ ବହୁ ଲୋକ ଭୟରେ ଚିକେନ୍ ଖାଇବା ଛାଡ଼ିଦେଲେ ।

ପରିସ୍ଥିତି ଏମିତି ହେଲା ଯେ ଚିଆଁ ଉତ୍ପାଦନ କରୁଥିବା ହ୍ୟାଚେରି ସବୁ ଚିଆଁ ନଷ୍ଟ କରିବାକୁ ବାଧ୍ୟ ହେଲେ । ଏହାପରେ କରୋନା କଟକଣା ତାଲାବନ୍ଦ ପରେ ଅବସ୍ଥା ଆହୁରି ସଂଗିନ୍ ହୋଇପଡ଼ିଲା । ବହୁ ଫାର୍ମ ମାଲିକମାନେ ଯାଚି ଗୁଞ୍ଜି କୁକୁଡ଼ା ବାଂଟି ପକାଇଲେ । ଦୁଇକିଲିଆ କୁକୁଡ଼ା ଗୋଟାକୁ ୫/୧୦ ଟଙ୍କାରେ ଦେଇ ଫାର୍ମ ଖାଲି କରି ପକା ଇଲେ । ସେତେବେଳେ ଚିକେନ୍ ବଜାରରେ ଦୋକାନୀମାନେ କିଲୋ ୪୦/୫୦ ଟଙ୍କାରେ ବିକିଲେ । ତେବେ ଏପ୍ରିଲ୍ ମଧ୍ୟ ଭାଗକୁ ଏହି ଚିତ୍ର ବଦଳିଗଲା । ଧୀରେ ଧୀରେ ଚିକେନ୍ ଦର ବିବାରେ ଲାଗିଲା ।

ଫାର୍ମଗୁଡ଼ିକରେ ଉତ୍ପାଦନ କମ୍ ଥିବା ବେଳେ ବଜାର ·ହିଦା ବୃଦ୍ଧି କାରଣରୁ ଚିକେନ୍ ଦର ବି କିଲୋ ୧୬୦ ଟଙ୍କାରେ ପହଂଚିଗଲା । ଏପ୍ରିଲ୍ ତୃତୀୟ ସ ପ୍ତାହ ବେଳକୁ ପୁଣି ଦର ବୃଦ୍ଧି ଘଟିଲା ଓ ଦର ୧୮୦ ଟଙ୍କାକୁ ଛୁଇଁଗଲା ଓ ଲେଗ୍ ପିସ୍ କିଲୋ ୨୨୦ ଟଙ୍କା ହୋଇଯାଇଥିଲା । କିନ୍ତୁ ପୁଣି ହ ଠାତ୍ ବଜାର ପ୍ରଭାବିତ ହେବା ଲକ୍ଷ୍ୟ କରାଗଲା । ମେ ପ୍ରଥମ ସପ୍ତାହରୁ ଦର ହ୍ରାସ ଘଟି ·ଲିଛି । ଗତ ଦୁଇ ଦିନ ଭିତରେ ଦର ହ୍ରାସପାଇ ୧୫୦ ଟଙ୍କାରେ ପହଂଚି ଯାଇଛିବିକ୍ରି ହ୍ରାସ ପାଇଥିବାରୁ ଏବେ କାଉଂଟରରେ ଆଉ ବାଛି ବାଛି କଂଟା ପିସ୍ ଦେଉନାହାନ୍ତି ।

ଭୁବନେଶ୍ୱରରେକାଉଂଟର କରିଥିବା ବ୍ୟବସାୟୀ ମାନଙ୍କ କହିବା କଥା, ଏବେ ଫାର୍ମମାନଙ୍କରେ ଉତ୍ପାଦନ କମ୍ ଅଛି । ବଜାରକୁ ମାଲ୍ ଯୋଗାଉଥିବା ସୁଗୁଣା, ପଶୁପତି, ଇଷ୍ଟର୍ଣ୍ଣ, ସାଲିମାର୍, ପଲିଟେକ୍, ପ୍ରମିୟମ୍ ଆଦି ଫାର୍ମମାନେ କମ୍ ଉତ୍ପାଦନ କରୁଛନ୍ତି । କିନ୍ତୁ ବଜାର ·ହିଦା ବେଶ୍ କମିଛି । ପ୍ରଥମ କାରଣ ହେଲା ଦେ ମାସରୁ ଅଧିକ କାଳ ଧରି କାମ ଧନ୍ଦା ହରାଇ ବେରୋଜଗାର ବସି ରହିଥିବା ଶ୍ରମିକମାନେ ଏହି ବଜାରକୁ ଆଡ଼ ନଜରରେ ·ହିଁ ପାରୁନାହାଁନ୍ତି ।

ରାଜଧାନୀର ଏହି ଶ୍ରମିକ ଶ୍ରେଣୀ ଚିକେନ୍ ବଜାରର ବଡ଼ ଗ୍ରାହକ । ମାତ୍ର ଏବେ ଏହି ଗ୍ରାହକଶ୍ରେଣୀ ଚିକେନ୍ ବଜାର ପାଇଁଅଭାବ ପାଲଟି ଯାଇଛନ୍ତି । ସେହିଭଳି ତାଲାବନ୍ଦ ପାଇଁ ବିବାହ କାର୍ଯ୍ୟକ୍ରମ ବନ୍ଦ, ଢାବା, ହୋଟେଲ, ରେସ୍ତୋରାଁ, ଫାଷ୍ଟ ଫୁଡ୍ ଆଦି ବଜାର ବନ୍ଦ ପଡ଼ିଥିବା ମଧ୍ୟ ଚିକେନ୍ ବଜାରକୁ ସମସ୍ୟାରେ ପକାଇଛି । ଦେନିକ ୨୫୦ ପିସ୍ କୁକୁଡ଼ା ବିକ୍ରି ହେଉଥିବା ସ୍ଥାନରେ ଏବେ ୧୦୦ ପିସ୍ ବିକିବା ସ ମ୍ଭବ ହେଉନାହିଁ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...