28 C
Bhubaneswar
Sunday, February 28, 2021

ସରକାରୀ କାମ କରିବାକୁ ଠିକାଦାର ନାରାଜ

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ଭୁବନେଶ୍ୱର,୭ ।୫(ନି.ପ୍ର): କରୋନା ପାଇଁ ମାର୍ଚ୍ଚ ତୃତୀୟ ସ ପ୍ତାହରୁ ରାଜଧାନୀରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା । ପ୍ରାୟ ମାସକ ପରେ ନିର୍ମାଣ କାମ ଉପରୁ କଟକଣା ହଟିଲା । ୧୦ ଦିନରୁ ଅଧିକ ହେଲା କଟକଣା କୋହଳ ହେଲାଣି । ହେଲେ ଯେଉଁଭଳି ନିର୍ମାଣ କାମ ·ଲିଥିଲା, ଏବେ ସେମିତି ଆଉ ହେଉନି । କେଉଁଠି ଅର୍ଥ ଅଭାବ ତ କେଉଁଠି ମିସ୍ତ୍ରି ଓ ଶ୍ରମିକ ଅଭାବ । ରାଜଧାନୀରେ ବହୁ ନିର୍ମାଣ କାମ କିନ୍ତୁ ଅଣ ଓଡ଼ିଆ ମିସ୍ତ୍ରୀ ଓ ଶ୍ରମିକଙ୍କ ପାଇଁ ବନ୍ଦ ପଡ଼ିଯାଇଛି । ଲକ୍ଡାଉନ୍ ପାଇଁ ନିର୍ମାଣ କାମ ବନ୍ଦ ହୋଇଯିବାରୁ ଏବଂ ସେମାନଙ୍କର ଖାଇ ବାରେ ଅସୁବିଧା ହେବାରୁ ବହୁ ଅଣଓଡ଼ିଆ ଶ୍ରମିକ ଓଡ଼ିଶା ଛାଡ଼ି ପଳାଇଛନ୍ତି ।

ଯିଏ ଅଛନ୍ତି, ସେମାନଙ୍କ ଠିକାଦାର ନଥିବାରୁ ସେମାନଙ୍କୁ କାମ ମିଳୁନି । ଫଳରେ ବହୁ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ଏବେ ଅଧପନ୍ତରା ହୋଇପଡ଼ିଛି । ରାଜଧାନୀରେ ଯେତେ ବି ନିର୍ମାଣ କାର୍ଯ୍ୟ ହେଉଛି, ସେଥିରେ ଅଧାରୁ ଅଧିକ ସ୍ଥାନରେ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଶ୍ରମିକନିୟୋଜିତ ହୋଇଛନ୍ତି । କୋଠା ନିର୍ମାଣ କାମରୁ ଆରମ୍ଭ କରି ଇେଂଟରିୟର ଡିଜାଇନ୍, ଟାଇଲ୍, ମାର୍ବଲ ମିସ୍ତ୍ରି ଓ ଶ୍ରମିକ ବାହାର ରାଜ୍ୟରଏମାନେ ସେମାନଙ୍କଅଂଚଳର ଠିକାଦାରଙ୍କ ମାଧ୍ୟମରେ ଏଠାରେ କାମ କରୁଥିଲେ । ହେଲେ ବହୁ ଠିକାଦାର ଲକ୍ଡାଉନ୍ ପରେ ବାଇକ୍ରେ ଏବଂ ବିଭିନ୍ନ ଗାଡ଼ିରେ ନିଜ ରାଜ୍ୟକୁ ଫେରି ଯାଇଛନ୍ତି ।

ଯେଉଁ ମାନେ ଏବେ ଅଛନ୍ତି, ସେମାନଙ୍କ ପାଖରେ ପୂର୍ବରୁ କାମ କରୁଥିବା ଅଧିକାଂଶ ମିସ୍ତ୍ରୀ ଓ ଶ୍ରମିକ ଓଡ଼ିଶା ଛାଡ଼ିପଳାଇଛନ୍ତି । ତେଣୁ ଯେଉଁ ଠିକାଦାରମାନେ ଅଛନ୍ତି, ସେମାନଙ୍କ ପାଖରେ ଶ୍ରମିକ ନାହାନ୍ତି ନଚେତ୍ ଯେଉଁ ଶ୍ରମିକ ଅଛନ୍ତି, ସେମାନଙ୍କ ଠିକାଦାର ନାହାନ୍ତି । ବହୁ ସରକାରୀ କାମ ମାର୍ଚ୍ଚ ମାସରେ ହେଉଥିବା ବେଳେ ପ୍ରାୟ ୧୫ଦିନ କାମ ବନ୍ଦ ହୋଇଯିବାରୁ ବହୁ କାମ ଅଧପନ୍ତରା ପଡ଼ିଗଲା । ଫଳରେ ଠିକାଦାରମାନଙ୍କୁ ସେମାନଙ୍କ କାମର ବିଲ୍ ମିଳିନି ।

ଯେଉଁମାନେ କାମ ସାରିଥିଲେ, ସେମାନଙ୍କୁ ବି ପୂର୍ତ, ଜନସ୍ୱାସ୍ଥ୍ୟ ବିଭାଗ, ଜଳସମ୍ପଦ ବିଭାଗ ଅର୍ଥ ଦେଇନି । ଏବେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ବାକି ଥିବାରୁ ନୂଆ କାମ ବି କରିବାକୁ କେତେକ ଆଗ୍ରହ ଦେଖାଉନାହାନ୍ତି । ଲୋକସେବା ଭବନ, ନ’ତାଲା, ତୋଷାଳି ଭବନ ଭଳି ସରକାରୀ କୋଠାରେ ବହୁ କାମ ଅଧପନ୍ତରା ହୋଇପଡ଼ିଛି । ଏଠାରେ କାମ ଶେଷକରିଥିବା ଠିକା ସଂସ୍ଥାଙ୍କର ବିଲ୍ ମଞ୍ଜୁର ହୋଇନି । ସେହିପରି ବହୁ ସ୍ଥାନରେ ଡ୍ରେନ୍, ରାସ୍ତା ନିର୍ମାଣ ଅଧାଖଣ୍ଡିଆ ହୋଇପଡ଼ିଛି ।

ସରକାରଟଙ୍କା ଦେଉନଥିବାରୁ ଲକ୍ଡାଉନ୍ ଭଳି ଜଟିଳ ସ୍ଥିତିରେ କେହି କାମ କରିବାକୁ ରାଜି ହେଉନାହାନ୍ତି । ଏହାବାଦ୍ ବହୁ ଆବାସିକ ଅଂଚଳରେ ମୁଖ୍ୟତଃ ଅକ୍ଟୋବରରୁ ଜୁନ୍ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇଥାଏ । କିଛି ଦିନ ହେଲା ସବୁ ନିର୍ମାଣ ସାମଗ୍ରୀ ମିଳୁଥିଲେ ହେଁ ମିସ୍ତ୍ରୀ ଓ ଶ୍ରମିକମିଳୁନାହାନ୍ତି । ବଡ଼ ବଡ଼ ପ୍ରକଳ୍ପଗୁଡ଼ିକ ବାହାର ରାଜ୍ୟର ଠିକା ସଂସ୍ଥା ଦ୍ୱାରା ନିର୍ମାଣକରୁଥିବା ଲୋକମାନେ ଏବେ ଚିନ୍ତାରେପଡ଼ି ଯାଇଛନ୍ତି । ଯେଉଁମାନେ ଲକ୍ଡାଉନ୍ସମୟରେ ଶ୍ରମିକମାନଙ୍କୁ ଖାଇବାକୁ,ପିଇବାକୁ ଦେଇ ରଖିଥିଲେ, ସେମାନଙ୍କପାଖରେ କିଛି ଶ୍ରମିକ ଅଛନ୍ତି । ରାଜ୍ୟରେଟାଇଲ୍, ମାର୍ବଲ୍ ଓ ଇେଂଟରିଅର ଡିଜାଇନ୍କାମ ମୁଖ୍ୟତଃ ବିହାରୀ ଓ ବଙ୍ଗାଳିମିସ୍ତ୍ରୀମାନେ କରୁଥିବାବେଳେ ସେମାନେଏବେ କାମ କରୁନାହାନ୍ତି ।

ଏପଟେ ପ୍ରକଳ୍ପ ସ୍ଥାନରେ ଯେଉଁଠି ଶ୍ରମିକ ଥିବେ ସେଠାରେ କାମ କରିବାକୁ ଅନୁମତି ମିଳିଥିବା ବେଳେ ବାହାର ଜିଲ୍ଲାରୁ କି ଦୂରରୁ ଶ୍ରମିକ ଆଣିବା ଉପରେ ରୋକ୍ ଲାଗିଛି । ତେଣୁ ଲକ୍ଡାଉନ୍ ଆର ମ୍ଭରୁ ଯେଉଁମାନେ ନିଜ ଗାଁକୁ ଫେରି ଯାଇଥିଲେ, ସେମାନେ ଏବେ ରାଜଧାନୀ ଫେରି ପାରୁନାହାନ୍ତି । ତେଣୁ ଓଡ଼ିଆ ଶ୍ରମିକବି ସହଜରେ ମିଳୁନାହାନ୍ତି । ବିହାରରୁ ଆସି ଭୁବନେଶ୍ୱରରେ ମାର୍ବଲ୍ ମିସ୍ତ୍ରୀ କାମ କରୁଥିବା ସେକ୍ ମୁବାରକ କହିଛନ୍ତି, ତାଙ୍କ ପାଖରେ ୧୦ରୁ ଅଧିକ ପିଲା କାମ କରନ୍ତି । ଲକ୍ଡାଉନ୍ ସମୟରେ ୫ଜଣ ଲୁଚି ବାଇକ୍ରେ ବିହାର ପଳାଇଥିଲେ । ଅ ।ଉ ୫ ଜଣଙ୍କୁ ୧୫ ଦିନ ଖାଇବାକଦେଇ ରଖିଲି ।

କିନ୍ତୁ ମେ’ ୩ ପର୍ଯ୍ୟନ୍ତ ଲକ୍ଡାଉନ୍ ବିବାରୁ ଆଉ ଖାଇବାକୁ, ଘର ଭଡ଼ା ଦେଇ ରଖିବା ସ ମ୍ଭବ ନଥିଲା । ତେଣୁ ସେମାନଙ୍କୁ ନିଜ ବ୍ୟବସ୍ଥା କରିବାକୁ କହିଥିଲି । ଏହାପରେ ସେମାନଙ୍କର ଖାଇବାରେ ଓ ରହିବାରେ ଅସୁବିଧା ହେବାରୁ ସେମାନେ ବି ଲୁଚି ବିହାର ପଳାଇଲେ । ବହୁ ସଂସ୍ଥା ମାର୍ଚ୍ଚ ମାସ ପାଇଁ ଜୋରଦାର୍ କାମ କରାଉଥିଲେ । କିନ୍ତୁ ହଠାô କାମ ବନ୍ଦ ହୋଇଯିବାରୁ ସେମାନଙ୍କୁ ବି ବିଲ୍ମିଳିଲାନି । ତେଣୁ ଆମକୁ ଟଙ୍କା ଦେଲେନି ।

ଏବେ କିଛି କାମ ମିଳୁଥିଲେ ବି ପାଖରେ କୁଶଳୀ ଶ୍ରମିକ ନଥିବାରୁ କାମ କରି ହେଉନି । ସେହିପରି ଝାଡ଼ଖଣ୍ଡରୁ ଆସି ଏଠାରେ କାମ କରୁଥିବା ପ୍ଲାଇ ମିସ୍ତ୍ରି ପଙ୍କଜ ସିଂହ କହିଛନ୍ତି ଯେ ତାଙ୍କ ଠିକାଦାର ଲକ୍ଡାଉନ୍ ହେବାର ଦୁଇ ଦିନ ପରେ ବାଇକ୍ ନେଇ ବିହାର ପଳାଇଲା । ଆମକୁ କିଛି ଜଣାଇଲାନି କି ଟଙ୍କା ଦେଲାନି । ପାଖରେ ଯେତିକି ଟଙ୍କା ଥିଲା, ସେଥିରେ ୮/୧୦ ଦିନ ଚଳିଗଲୁ । ଏହାପରେ ଧାର ଉଦ୍ଧାର କରି ୧୫ଦିନ ଚଳିଲୁ । ହେଲେ ଏବେ ପାଖରେ କାମ ନାହିଁ କି ଘରକୁ ଯିବାର ବାଟ ନାହିଁ । ଠିକାଦାର ମାଧ୍ୟମରେ କାମ କରୁଥିବାରୁ ଆମକୁ କାମ ମିଳୁନି । ତେଣୁ ଚଳିବା ଏବେ କଷ୍ଟକର ହୋଇପଡ଼ିଛି

- Advertisement -ସରକାରୀ କାମ କରିବାକୁ ଠିକାଦାର ନାରାଜ

More articles

LEAVE A REPLY

Please enter your comment!
Please enter your name here

- Advertisement -ସରକାରୀ କାମ କରିବାକୁ ଠିକାଦାର ନାରାଜ

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...