ଭୁବନେଶ୍ୱର,୭ ।୫(ନି.ପ୍ର): ଲକ୍ଡାଉନ୍ ଚୋରା ମଦ କାରବାରରେ ପେଣ୍ଠସ୍ଥଳୀ ପାଲଟି ଯାଇଛି ରାଜଧାନୀ ଭୁବନେଶ୍ୱର । ଗତ ଦେ ମାସ ଭିତରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ମଦ ଦୋକାନ ଆଗରେ ତାଲା ପଡ଼ିଥ ôଲେ ବି ପଛ ପଟେ ମଦ ବିକ୍ରି ·ଲିଛି ବୋଲି ପୁଲିସ ମଦ ଜବତ କରିବା ପରେ ଜାଣି ପାରିଛି । ଆଉ କେତେକ ସ୍ଥାନରେ ଅସଲି ବ୍ରାଣ୍ଡରେ ନକଲି ମଦ ବି ଚୋରାରେ ବିକ୍ରି ·ଲିଛି । ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ଚୋରା ମଦ କାରବାର ବିବା ପରେ ଚଉ ଆର ମ୍ଭ କରିଥିଲା କମିସନରେଟ୍ ପୋଲିସ । ପୁଲିସ ବିପୁଳ ପରିମାଣର ମଦ ଜବତ କରୁଛି, ହେଲେ ଫେଲ୍ ମାରୁଛି ଅବକାରୀ ଥାନା । ବିଭିନ୍ନ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ ହାତରେ ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରାୟ ୧୯୦ ଲିଟର ବିଦେଶୀ ମଦ ଜବତ ହୋଇଛି ।
ଏ ସଂକ୍ରାନ୍ତରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୩୫ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ୧୫ରୁ ନିୟମ ନମାନି ଦୋକାନ ଖୋଲିଲେ, ଜରିମାନା ଗଣିଲେ ଭୁବନେଶ୍ୱର,୬ ।୫(ନି.ପ୍ର): କୌଣସି ମାର୍କେଟ୍ କମ୍ପ୍ଲେକ୍ସରେ ଦୋକାନ ଖୋଲିପାରିବନି । ଯଦି ଗୋଟିଏ କୋଠାରେ ୫ରୁ ଅଧିକ ଦୋକାନ ଥିବ, ତେବେ ବି ଦୋକାନ ଖୋଲିପାରିବନି ବୋଲି ବିଏ ମ୍ସି ନ ିୟମ କରିଛି । ହେଲେ ଏହି ନିୟମକୁ ଉଲ୍ଲଂଘନ କରି ବହୁ ଦୋକାନୀ ଦୋକାନ ଖୋଲୁଥିବା ଦେଖିବାକୁ ମିଳୁଛି । ବିଏମ୍ସି କର୍ତୃପକ୍ଷ ବ୍ୟବସାୟୀମାନଙ୍କୁ ବାର ମ୍ବାର ତାଗିଦ୍ କରିବା ପରେ ବି କେତେକ
ଦୋକାନୀ ଏହାକୁ ମାନୁନାହାନ୍ତି । ତେଣୁ ବିଏମ୍ସି ପକ୍ଷରୁ ଜରିମାନା ଆଦାୟ ଆର ମ୍ଭ ହୋଇଛି । ବାପୁଜୀ ନଗରରେ ମୋବାଇଲ୍ ଦୋକାନ ଉପରେ ଚଢ଼ଉ ହେଉନି, ଗୋଟିଏ କୋଠାରେ ୬ରୁ ଅଧିକ ଦୋକାନ ଆଜି ଦକ୍ଷିଣ-ପୂର୍ବ ଜୋନ୍ରେ ଜନପଥରେ ଚଢ଼ଉ କରି ୭ଟି ଦୋକାନ ସିଲ୍ କରିବା ସହ ୯୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଜାରି ହୋଇଥିବା ଏସ୍ଓପି ଅନୁଯାୟୀ କେଣସି ମାର୍କେଟ୍ କମ୍ପ୍ଲେକ୍ସ (୫ରୁ ଅଧିକ ଦୋକାନ ଗୋଟିଏ କୋଠାରେ ଥିଲେ) ଖୋଲିପାରିବନି । ହେଲେ ବାପୁଜୀ ନଗରରେ ଏକ ଦୋକାନ ଏବଂ ଗିରିଦୁର୍ଗା ମନ୍ଦିର ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସେର ବହି ଦୋକାନ ଖୋଲା ଥିବାରୁ ବିଏମ୍ସି ସ୍କ୍ୱାଡ୍ ଏହି ଦୋକାନ ଉକରେ ଚଢ଼ଉ କରିଥିଲା ।
ସୂଚନା ଅନୁଯାୟୀ ବାପୁଜୀନଗରର ଉକ୍ତ ଦୋକାନରୁ ୩୦ହଜାର ଟଙ୍କା ଏବଂ ୬ଟି ବହି ଦୋକାନରୁ ୧୦ହଜାର ଟଙ୍କା ଲେଖାଏ ଜରିମାନା ହୋଇଛି । ଅଧିକ ଗାଡ଼ି ବି ଜବତ କରିଛି । ଅନ୍ୟପକ୍ଷରେ ଗତ ଏପ୍ରିଲ ମାସରେ ଅବକାରୀ ଥାନା ମାତ୍ର ୨.୭ ଲିଟର ବିଦେଶୀ ମଦ ଜବତ କରିଛି । ୮ଟି ମାମଲା ରୁଜୁ ହୋଇଥିବା ବେଳେ ୮ ଜଣଙ୍କୁ ଗିରଫ କରିବା ସହ ଗୋଟିଏ
ସ୍କୁଟି ଜବତ କରିଛି ଅବକାରୀ ଥାନା । ଲକ୍ଡାଉନ୍ ସମୟରେ ଚୋରା ମଦ କାରବାର ବୃଦ୍ଧି ନେଇ ଅବକାରୀ ବିଭାଗ ପାଖରେ ଗଦା ଗଦା ଅଭିଯୋଗ ପହଞ୍ଚି ଥିଲା । ପୋଲିସ ପାଖକୁ ମଧ୍ୟ ଫୋନ୍ ଯୋଗେ ଘନଘନ ଅଭିଯୋଗ ଆସିଥିଲା । କିନ୍ତୁ ପୋଲିସ ଚୋରା ମଦକାରବାର ହେଉଥିବା ଅଞ୍ଚଳରେ ଚଉକରି ବେଶ୍ ସଫଳ ହୋଇଥିବା ବେଳେ ଅବକାରୀ ଥାନା କାହିଁକି ଫେଲ୍ ମାରିଲା? କାହିଁକି ମଦ ବେପାରୀଙ୍କ ବିରୋଧରେ ଦୃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ? କାହିଁକି ଚୋରା ମଦ କାରବାରକୁ ରୋକିବା ପାଇଁ ପଦକ୍ଷେପ ନେଲା ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି