କଟକ,୧୮ ।୩(ନି.ପ୍ର):ଦିନକୁ ଦିନ କରୋନା ରୋଗ ମହାମାରି ରୂପ ନେବାକୁ ବସିଲାଣି । ସମଗ୍ର ବିଶ୍ୱରେ ବର୍ତମାନ ୧୩୫ରୁ ଉଦ୍ଧ୍ୱର୍ ଦେଶରେ ଏହାର କବଳିତ କରିସାରିଲାଣି । ଭାରତରେ ଦିନକୁ ଦିନ ଆକ୍ରନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜନସାଧାରଣଙ୍କ ମନରେ ଏହା କୋକୁଆ ଭୟ ସୃଷ୍ଟି କରିଛି । ହେଲେ କିଛି ଭୟଭୀତ ନହୋଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍ତକତାକୁ ପାଳନ କରାଗଲା ଏହା ରୋଗ ବ୍ୟାପିବ ନାହିଁ ବୋଲି ଖାନନଗର ଯୁବକ ସଂଘ ଏବଂ କମିଶନରରେଟ୍ ପୋଲିସ ମିଳିତ ସହଯୋଗରେ ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ସହରରେ ଶ୍ରୀରାମ ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଶିଶୁ ଭବନ ତଥା ଉଚ୍ଚନ୍ୟାୟାଳୟ ଆଦି ପ୍ରମୁଖ ସ୍ଥାନ ରହିଛି ।
ଏଥିପାଇଁ ବାଦାମବାଡ଼ି ବସ୍ ଷ୍ଟାଣ୍ଡ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ପରିଚିତ ଦିନକୁ ହଜାର ହଜାର ସଂଖ୍ୟାର ଯାତ୍ରୀ , ରୋଗୀ , ଜନସାଧରଣ ଏହି ଠାରୁ ବିଭିନ୍ନ ଅଞ୍ଚଳକୁ ଯାତାୟତ କରିଥାନ୍ତି । ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରିବା ଉଦେ୍ଦଶ୍ୟରେ ଖାନନଗର ଯୁବକ ସଂଘ ଏବଂ ବାଦାମବାଡ଼ି ଥାନା ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ଲିଫଲେଟ୍ ଜରିଆରେ ସତର୍କତା ଅବଲ ମ୍ବନ କରିବାକୁ ପରାମର୍ଶ ଦିଆଯିବା ସହ ୨ହଜାର ମାସ୍କ ମାଗଣାରେ ବଂଟନ କରାଯାଇଥିଲା । ସାନିଟାଇଜର ମାଧ୍ୟମରେ ବସ୍ ଡ୍ରାଇଭର, ହେଲପର ଏବଂ କଣ୍ଡକ୍ଟରମାନଙ୍କ ହାତକୁ ପରିଷ୍କାର କରାଯାଇଥିଲା ।
ଖାଲି ସରକାରୀ ସ୍ତରର ପ୍ରଚେଷ୍ଟାରେ ନୁହେଁ କିପରି ସବୁବର୍ଗର ଲୋକଙ୍କ ନିକଟରେ ଏହି ସଚେତନତା ବାର୍ଗ୍ଧା ପହଁଞ୍ଚିପାରିବ ସେହି ଉଦେ୍ଦଶ୍ୟରେ ଆଜି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ଯୁବକ ସଂଘ ସମ୍ପାଦକ ପ୍ରତାପ କୁମାର ସାହୁ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜୋନ୍-୬ ଏସିପି ଶୁଭନାରାୟଣ ମୁଦୁଲି, ବାଦାମବାଡ଼ି ଥାନାଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ, ଖାନନଗର ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ସମାଜସେବୀ ରଞ୍ଜନ ବିଶ୍ୱାଳ, ଯୁବକ ସଂଘ ସଭାପତି ସୀତାରାମ ବେହେରା, ସମ୍ପାଦକ ପ୍ରତାପ କୁମାର ସାହୁ, ସୁବାଷ ବେହେରା, ସଞ୍ଜୟ ବେହେରା, ସୁସିଲ ପରିଡା, ସଂଗ୍ରାମ ଦାଶ, ପ୍ରଦୀପ କୁମାର ସାହୁ ପ୍ରମୁଖ କର୍ମକର୍ତା ତଥା ବାଦାମବାଡି ଥାନା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।