କେନ୍ଦୁଝର, ୧୮ ।୩(ନି.ପ୍ର): କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଜନସାଧାରଣ ଭୟଭୀତ ନହୋଇ ମାନସିକସ୍ତରରେ ଦୃଢ ରହି ସଚେତନ ହେବାକୁ ଜିଲ୍ଲାପାଳ ଆଶିଷ ଠାକରେ ନିବେଦନ କରିଛନ୍ତି । କରୋନା ଭାଇରସ୍ କୋଭିଡ୍-୧୯ର ପ୍ରତିରୋଧ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣୁ ଜନସାଧାରଣ ବ୍ୟକ୍ତିଗତସ୍ତରରେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଜିଲ୍ଲାବାସୀଙ୍କୁ ବାର୍ତା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଯେହେତୁ ଘାତକ କରୋନା ଭାଇରସ୍ – କୋଭିଡ୍-୧୯କୁ ମହାମାରୀ ଘୋଷଣା କରାଯାଇଛି । ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତେ ସତର୍କ ରହିବା ଏକାନ୍ତ ଆବଶ୍ୟକ । ନିଜକୁ ଓ ନିଜ ପରିବାରର ସଦସ୍ୟଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ପ୍ରତିବଦ୍ଧତାର ସହ ଦାୟିତ୍ୱ ସଂପନ୍ନ କରବାକୁ ପଡିବ । ଏଣୁ ସାମାଜିକ ଓ ଧାର୍ମିକ ଜନସମାଗମ,
ଉତ୍ସବ, ବିବାହ, ବ୍ରତ ଆଦି ସମାଗମରୁ ଦୂରେଇ ରହିବା, ଅଯଥାରେ ବାହାରକୁ ନବାହାରି ଘର ଭିତରେ ରହିବା, ଅନ୍ୟମାନଙ୍କ ସହ ମିଳାମିଶାକୁ କମ କରିବା, ବାର ମ୍ବାର ସାବୁନ୍ରେ ହାତ ଧୋଇବାକୁ ନିବେଦନ କରିଛନ୍ତି । ଏତଦ୍ବ୍ୟତୀତ ଜ୍ୱର, କାଶ, ଛିଙ୍କ, ଶ୍ୱାସକ୍ରିୟାରେ ଅସୁବିଧା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ରହିବା, ଗୁଜବ, ଅପପ୍ରଚାରରୁ ଦୂରେଇ ରହିବା ପାଇଁ ନିବେଦନ କରିଛନ୍ତି । କରୋନା ଭାଇରସ୍ କୋଭିଡ୍-୧୯ର ପ୍ରତିରୋଧ ପାଇଁ ପ୍ରସ୍ତୁତି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତ ମାର୍ଚ୍ଚ ୧୬ ତାରିଖରେ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଡିଓ, ପୌରପାଳିକାର ନିର୍ବାହୀ ଅଧିକାରୀ, ହୋଟେଲ୍ ମାଲିକ, ବସ୍ ମାଲିକ, ପରିବହନ ବିଭାଗର ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗାଁ ସ୍ତରରୁ ସହରାଂଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ
ବିଭାଗ, ବିଡିଓ ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ପ୍ରତି ଗାଁରେ ମାଇକ ଯୋଗେ ସଚେତନତା ବାର୍ତା ପ୍ରଚାର କରବା ପାଇଁ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ଆଗୁଆ ପଦକ୍ଷେପ ସ୍ୱରୂପ ବ୍ଲକ୍ / ମୁ୍ୟନିସିପାଲିଟ୍ସ୍ତରରେ ଆନୁସଙ୍ଗିକ ସୁବିଧାଥିବା ପୃଥକ ଗୃହ ବ୍ୟବସ୍ଥା କରିବାକୁ ବଡିଓ ଓ ପୌରପାଳିକାର ନିର୍ବାହୀ ଅଧିକାରୀମାନଙ୍କୁ ନିଦେ୍ର୍ଦଶକ ଦିଆଯାଇଛି । ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଡାକ୍ତର ଓ ଷ୍ଟାଫ୍ମାନଙ୍କୁ ଜାଗ୍ରତ ରଖିବା, ଜ୍ୱର, କାଶ, ଛିଙ୍କରେ ଆକ୍ରାନ୍ତ କି ମ୍ବା ଶ୍ୱାସକ୍ରିୟାରେ ଅସୁବିଧା ଭୋଗୁଥିବା ରୋଗୀଙ୍କୁ କିପରି କାଉନ୍ସେଲିଂ କରାଯିବ ଏବଂ ଚିକିତ୍ସା କରାଯିବ ସେ ସଂପର୍କରେ ଡାକ୍ତରମାନଙ୍କୁ ସଚେତନ କରାଇବା ନିମନ୍ତେ ବିହିତ
ପଦକ୍ଷେପ ନେବାକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଔଷଧ ଦୋକାନମାନଙ୍କରେ ମାସ୍କ, ସାନିଟାଇଜର ଷ୍ଟକ ତନଖି କରିବା, ସ୍କ୍ୱାର୍ଡ ଗଠନ କରି କଳାବଜାରୀଙ୍କ ଉପରେ ଚଢାଉ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ପାର୍କ, ଜିମ, ସପିଂମଲ/ ମାର୍ଟ କରିବା, ସାମାଜିକ ଓ ଧାର୍ମିକ ଉତ୍ସବ, ଶୋଭାଯାତ୍ରା ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟନସ୍ଥଳୀ ଓ ଦେବଦେବୀ ପୀଠମାନଙ୍କରେ ଜନସମାଗମକୁ ବାରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ପ୍ରକାଶ କରିଥିଲେ ।
ହୋଟେଲ୍ / ଲଜିଂମାନଙ୍କରେ ଜନସମାଗମକୁ ଏଡାଇବା ସହିତ କରୋନା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କଡା ନିଦେ୍ର୍ଦଶ ଦିଆଯାଇଛି । ହୋଟେଲ୍ / ଲଜିଂମାନଙ୍କରେ ରହୁଥିବା ବ୍ୟକ୍ତିମାନଙ୍କ ସଂପର୍କରେ ବିବରଣୀ ପ୍ରତିଦିନ ପ୍ରଦାନ କରିବା ପାଇଁ ଏବଂ ହୋଟେଲ୍ରେ
ରହୁଥିବା ଯଦି କୌଣସି ବ୍ୟକ୍ତିଠାରେ ଜ୍ୱର, କାଶ, ଛିଙ୍କ ଲକ୍ଷଣ ଦେଖାଯାଏ ତୁରନ୍ତ ଏ ସଂପର୍କରେ କଂଟ୍ରୋଲ୍ରୁମ୍ ଫୋନ୍ ନଂ- ୦୬୭୬୬-୨୫୫୪୩୭ ଟୋଲ୍ ଫ୍ରି ନ ମ୍ବର-୧୦୭୭କୁ ଜଣାଇବାକୁ ନିଦେ୍ର୍ଦଶ ଦିଆଯାଇଛି । ବସ୍ମାଲିକମାନେ ବସ୍ଗୁଡିକୁ ପ୍ରତିଦିନ ୩ /୪ଥର ଡେଟଲ / ସାନିଟାଇଜରରେ ଭଲଭାବେ ସଫା ସୁତୁରା କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ ଟ୍ରକ୍ ମାଲିକମାନେ ଡ୍ରାଇଭର / ହେଲ୍ପରମାନଙ୍କର ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଘାସିନାଥ ମୁର୍ମୁ,ଜାତୀୟ ରାଜପଥ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସନ୍ତୋଷ କୁମାର ନାୟକ, ସିଡିଏମ୍ଓ ଡା. ଅଶୋକ ଦାଶ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।