କଟକ,୧୮ ।୩(ନି.ପ୍ର): ଜିଲ୍ଲାରେ କରୋନା ଭୁତାଣୁ(କୋଭିଡ- ୧୯)ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ପୂର୍ବାହ୍ନରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈ÷ଠକ ରାଜସ୍ୱ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କରୋନା ସ ମ୍ଭାବ୍ୟ ସଂକ୍ରମଣ ପ୍ରତି କୋ÷÷ଣସି ପ୍ରକାର ଭୟଭୀତ ନହୋଇ ସତର୍କତା ଓ ସଚେତନତା ଅବଲ ମ୍ବନ କରିବାକୁ ଜନସାଧାରଣଙ୍କୁ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ଅନୁରୋଧ କରିଛନ୍ତି ।
କାହାକୁ ସଂକ୍ରମଣ ନେଇ ସନେ୍ଦହ ହେଲେ, ତାଙ୍କୁ ତୁରନ୍ତ ସରକାରୀହସ୍ପିଟାଲ ଆଇସୋଲେସନ ଓାର୍ଡରେ ଭର୍ତିକରାଯାଇ ଚିକିସôା ପାଇଁ ପଦକ୍ଷେପ ନେବାକୁ ସେ ସଂପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାରେ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସଫାସୁତୁରା ରଖି ଚିକିସôା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରହିବା ସହିତ ସେଠାରେ ବିଜୁଳି ଓ ପାଣି ଅନବରତ ଯୋଗାଇ ଦେବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ପଂଚାୟତ ସ୍ତରରେ ସରପଂଚ ଓ ଅନ୍ୟ ଅଧିକାରୀ ମାନେ ଗତ ୧୪ ଦିନ ମଧ୍ୟରେ ସେମାନଙ୍କ ଅଂଚଳକୁ କୋ÷÷ଣସି ବ୍ୟକ୍ତି ବିଦେଶ କି ମ୍ବା ଅନ୍ୟ ଦୂର ସ୍ଥାନରୁ ଫେରିଥିଲେ , ସେମାନଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଘରେ ସଂକ୍ରମିତ ରୋଗୀ ନିଜେ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇରଖିବା ଏବଂ ସେହିଭଳି ସୁସ୍ଥ ଲୋକସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନଆସିବା ପାଇଁ ବାରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ,ବ୍ଲକ୍ ଓ ପଂଚାୟତ ସ୍ତରରେ ଜନସାଧାରଣ ସ୍ୱଚ୍ଛତା,ସତର୍କତା ଅବଲ ମ୍ବନ କରିବା ପାଇଁ ସଚେତନତା ଜାରି ରଖିବାକୁ ବିଭାଗୀୟ ଅଧିକାରୀ,ବ୍ଲକ୍ ଓ ପଂଚାୟତ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ତେବେ ବସ୍ ଷ୍ଟାଣ୍ଡ ,ରେଲେଓ ଷ୍ଟେସନ, ହୋଇକୋର୍ଟ, ବିଭିନ୍ନ ମନ୍ଦିର ତଥା ଅନ୍ୟାନ୍ୟ ଜନଗହଳି ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ଲୋକ ମାନେ ଏକତ୍ରୀତ ନହୋଇ ଦୂରତା ରଖି ଯାତାୟତ କରିବା ପାଇଁ ସଚେତନ କରାଯାଇଛି ।
ଜିଲ୍ଲାରେ ସମସ୍ତ ସ୍କୁଲ,କଲେଜ, ସିନେମାହଲ, ସୁଇମିଙ୍ଗପୁଲ, ଜିମ୍ ଆଦିକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ବିଶେଷକରି ଜନସାଧା ରଣ ସ୍ୱଚ୍ଛତା ଓ ପରିସ୍କାର ପରିଚ୍ଛନତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଉକ୍ତ ସମୀକ୍ଷା ବୈ÷ଠକରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ,ସିଏମସି କମିଶନର ଅନନ୍ୟା ଦାସ, ପିଡି ଡିଆରଡିଏ ମହମ୍ମଦ ଅବଦଲ ଅଖତର, ରାଜସ୍ୱ ଆୟୁକ୍ତଙ୍କ ସଚିବ ଧନୟ ହେ ମ୍ବ୍ରମ,ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡା.ସତ୍ୟବ୍ରତ ଛୋଟରାୟ, ଏସସିବି ମେଡିକାଲ ଅଧିକ୍ଷକ ଅନ୍ନଦା ପ୍ରସାଦ ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ଭୁବନାନନ୍ଦ ମହାରଣା, ରାଜସ୍ୱ ଆୟୁକ୍ତଙ୍କ ଅତିରିକ୍ତ ସଚିବ ସଂଜିତା ଦାସ, ପୁର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏମ.ଆର.ଖାନ,ଓରମାସର ଉପନିଦେ୍ର୍ଦଶକ ବିପିନ ରାଉତଙ୍କ ସମେତ ସେସୁ,ଜନସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ