32.1 C
Bhubaneswar
Friday, June 25, 2021

ନିର୍ଭୟା ମା’ଙ୍କୁ ମିଳିବ ନ୍ୟାୟ

Must read

ନୂଆଦିଲ୍ଲୀ,୧୮ା୩(ନି.ପ୍ର): ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ସାଢ଼େ ୫ଟାରେ ଫାଶୀ ଦିଆଯିବା ପାଇଁ ତିହାର ଜେଲରେ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ବୁଧବାର ସକାଳେ ପବନ ଜହ୍ଲାଦ ତିହାର ଜେଲରେ ପହଂଚି ଜେଲ ପ୍ରଶାସନ ଓ ଅଧିକାରୀଙ୍କ ଉପସ୍ଥିତିରେ କିପରି ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ ତାହାର ଅଭ୍ୟାସ କରି ଛନ୍ତିନିର୍ଭୟା ଦୁଷ୍କର୍ମକାରୀ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କ ଫାଶୀରୁ ମୁକୁଳିବା ପାଇଁ ଆଇନର ସମସ୍ତ ରାସ୍ତା ବନ୍ଦ ହୋଇଯାଇ ଥିବା କୁହାଯାଉଛି ।

ରାଷ୍ଟ୍ରପତିଙ୍କ
ନିକଟରେ ୪ଜଣ ଦୋଷୀ କରି ଥିବା ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି । ଦିଲ୍ଲୀର ଏକ ଅଦାଲତ ମାର୍ଚ୍ଚ ୨୦ ସକାଳେ ୫.୩୦ରେ ନିର୍ଭୟା ଦୋଷୀଙ୍କ ଡେଥ୍ ୱାରେଂଟ ଜାରି କରିଛନ୍ତିି । ·ରି ଦୋଷୀଙ୍କୁ ଫାଶୀ ତାରିଖ ତିନିଥର ଘୁଂଚି ସାରିଲାଣି । କୁହା ଯାଉଛି କି, ମାର୍ଚ୍ଚ ୨୦ରେ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କୁ ନିଶ୍ଚୟ ଫାଶୀ ଦିଆଯିବ । ତିହାର ଜେଲ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଲେଣି । ସେଥି ପାଇଁ ଫାଶୀ ପୂର୍ବରୁ ଆଜି ତାହାର ଅଭ୍ୟାସ କରାଯାଉଛିତେବେ ·ରି ଜଣ ଦୋଷୀଙ୍କୁ ଫାଶୀ ଦେବାକୁ ଚୟନ ହୋଇଥିବା ପବନ ଜହ୍ଲାଦ ଉତର ପ୍ରଦେଶର ମେରଠରେ ରହନ୍ତି ।

ତାଙ୍କର ଦାଦା କାଲୁ ରାମ କୁଖ୍ୟାତ ଅପରାଧୀ ରାଙ୍ଗା ବିଲ୍ଲାଙ୍କୁ ଫାଶୀ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା କାରୀଙ୍କୁ ବି ସେ ଫାଶୀ ଦେଇ ଥିଲେ । ପବନ ତାଙ୍କ ଦାଦା କାଲୁ ରାମଙ୍କ ସହିତ ୫ ଥର ଫାଶୀ ଦେବା ସମୟରେ ଉପସ୍ଥିତ ଥିଲେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପବନ ପୂର୍ବରୁ ମଧ୍ୟ ୨
ଥର ତିହାର ଜେଲ ଆସି ସାରିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article