28.1 C
Bhubaneswar
Friday, July 30, 2021

ରାଜ୍ୟସଭା ପାଇଁ ୪ ବିଜେଡି ପ୍ରାର୍ଥୀ ନିର୍ବାଚିତ

Must read

ଭୁବନେଶ୍ୱର,୧୮ା୩(ନି.ପ୍ର):ଏପ୍ରିଲ ୨ରେ ଖାଲି ହେବାକୁ ଥିବା ୪ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ର୍ନିବାଚିତ ହୋଇଛନ୍ତି । ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି । ଆଜି ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ଶତପଥୀ ବିଜେଡିର ୪ଜଣ ରାଜ୍ୟସଭା ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କୁ ବିଜୟୀ ଘୋଷଣା କରି ବିଧିବଦ୍ଧ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି । ଏହି ୪ଜଣ ପ୍ରାର୍ଥୀ ଆସନ୍ତା ଏପ୍ରିଲ ୩ତାରିଖରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ
ବୋଲି ସୂଚନା ଦେଇ ଛନ୍ତି । ଅବଶ୍ୟ ରାଜ୍ୟସଭା ନିର୍ବାଚନରେ ଅନ୍ୟ ୪ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମାତ୍ର ଆବଶ୍ୟକ ସଂଖ୍ୟକ ସମର୍ଥକ ଓ ପ୍ରସ୍ତାବକ ନଥିବାରୁ ସେମାନଙ୍କର ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା । ସେମାନେ ହେଲେ ଗଣେଶ୍ୱର ମିଶ୍ର, ଲାଲା ଅରୁଣ କୁମାର ଷଡ଼ଙ୍ଗୀ, ମମତା ସାମନ୍ତରାୟ ଓ ଭଟାଲ ହେ ମ୍ବ୍ରମ ।

ସୂଚନାଯୋଗ୍ୟ, ଓଡ଼ିଶାରୁ ଏପ୍ରିଲ ୨ରେ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେ ମ୍ବ୍ରମ, ରଞ୍ଜିବ ବିଶ୍ୱାଳଙ୍କ ସମେତ ଅନୁଭବ ମହାନ୍ତିଙ୍କ ଯୋଗୁ ଖାଲି ପଡ଼ିଥିବା ସିଟ୍ ପାଇଁ ନିର୍ବାଚନ ଲାଗି ଚଳିତମାସ ୬ତାରିଖରେ ବିଧିବଦ୍ଧ ବିଜ୍ଞ ପ୍ତି ପ୍ରକାଶ ପାଇଥିଲା । ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇନଥିଲେ ଓ ବିଜେଡି ସମସ୍ତ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା । ତେଣୁ ବିଜେଡିର ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ଆଉ ଭୋଟ ଗ୍ରହଣର ଆବଶ୍ୟକତା ପଡ଼ି ନାହିଁ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article