ଭୁବନେଶ୍ୱର,୧୮ା୩ା(ନି.ପ୍ର): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ ଜନସାଧାରଣଙ୍କୁ “କରୋନା ଭାଇରସ” ସଚେତନତା ଉପରେ ଅବଗତ କରାଇବା ପାଇଁ ଏକ ସ୍କାଉଟ ଗାଇଡ୍ ବ୍ରିଗେଡ ଗଠନ କରାଯାଇଅଛି । ରାଜ୍ୟର ୨୦ଟି ଜିଲ୍ଲାରୁ ୧୪୦ ଜଣ ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ ଉକ୍ତ ବ୍ରିଗେଡରେ ଯୋଗଦେଇ ନିଜ ନିଜ ଜିଲ୍ଲାରେ ସ୍କାଉଟ ଓ ଗାଇଡ୍ମାନଙ୍କୁ ନେଇ ଜନ ସଚେତନତା ସୃଷ୍ଟି କରିବା ଲାଗି ପରାମର୍ଶ ଦିଆଯାଇଥିଲା ।
କିମସ୍ର ଡାକ୍ତର ପ୍ରଣବ କୁମାର ମହାପାତ୍ର, ବି୍ରଗେଡରେ ଯୋଗଦାନ କରିଥିବା ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କୁ ପ୍ରାଞ୍ଜଳ ଭାବରେ କରୋନା ସଚେତନତା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ଆନୁସଙ୍ଗିକ ପ୍ରକି୍ରୟା ଉପରେ ଆଲୋକପାତ କରି ନିଜ ନିଜ ଅଞ୍ଚଳରେ ଏହାକୁ ପ୍ରସାର କରିବା ପାଇଁ ନିଦେ୍ର୍ଦଶ ନାମା ଦେଇଥିଲେ । ଏହି
ଉପଲକ୍ଷେ ସଚେତନତା ସଂକ୍ରାନ୍ତୀୟ ବ୍ୟାନର, ଓ ପ୍ଲାକାର୍ଡ ଛପାଯାଇ ସେମାନଙ୍କୁ ପ୍ରଦାନ କରାଯାଇଥିଲା ।
ତା୧୬ା୩ା୨୦୨୦ରିଖ ଦିନ ପ୍ରତୁ୍ୟଷରେ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ସଚେତନା ଅଭିଯାନ ନିକଟବର୍ତୀ ଅଞ୍ଚଳର ଜନସାଧାରଣଙ୍କୁ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ଉପାୟମାନ ଅବଲ ମ୍ବନ କରିବା ପାଇଁ ବୁଝା ଯାଇଥିଲା । ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏହି କର୍ମଶାଳାରୁ ଫେରି ଯାଇ ନିଜ ନିଜ ଅଞ୍ଚଳରେ କରୋନା ବିଭୀଷିକାରୁ ନିଜକୁ ସୁରକ୍ଷା ରଖିବା ନିମିତ ଜନସାଧାରଣଙ୍କୁ ଅବଗତ କରିବା ପ୍ରକ୍ରିୟା ଜାରି ରଖିବାକୁ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ପରାମର୍ଶ ଦେଇଛନ୍ତି । ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନ ଫେରିଯାଇ ନିଜ ନିଜ ଅଞ୍ଚଳରେ ଛୋଟ ଛୋଟ ଦଳରେ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରିବା ପାଇଁ ଦୃଢ଼ ସଂକଳ୍ପ ହୋଇ ନିଜ ନିଜ ଜିଲ୍ଲାକୁ ପ୍ରତ୍ୟାବର୍ତନ
କରିଥିଲେ ।