28.1 C
Bhubaneswar
Friday, July 30, 2021

କରୋନା ପ୍ରଭାବରେ ବଜାରରୁ ଗାଏବ ମାସ୍କ

Must read

ବାଲେଶ୍ୱର,୧୭ା୩(ନି.ପ୍ର): କରୋନା ଭୂତାଣୁ ସଂକ୍ରମଣରୁ ବର୍ତିବା ପାଇଁ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସମ୍ପ୍ରତି ବାଲେଶ୍ୱରର ଏହାର କଳାବଜାରୀ ବେଶ୍ ବୃଦ୍ଧି ପାଇବାରେ ଲାଗିଛି । ସହରରେ ଏବେ ମାସ୍କ ମିଳୁନଥିବା ବେଳେ ବାହାରୁ ସ୍ୱଳ୍ପ ମୂଲ୍ୟରେ ଆସୁଥିବା ମାସ୍କକୁ କେତେକ ଦୋକାନରେ ବହୁଗୁଣ ଜଢ଼ା ଦଳରେ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଛି । ତେବେ ଏଭଳି ସ୍ଥିତିରେ ମାସ୍କ ଚାହିଦା ପୂରଣ ପାଇଁ ଆଗକୁ ଆସିଛି ବାଲେଶ୍ୱର ସହରର ‘ଦାଣ୍ଡକାଳୀ ସର୍ଜିକାଲ’ ନାମକ ସଂସ୍ଥା । ୨୦୦୧ ମସିହାରେ ପ୍ରତିଷ୍ଠା ହୋଇଥିବା
ଏହି ଉଦ୍ୟୋଗ ପ୍ରାଥମିକ ସ୍ତରରେ ସାନିଟାରୀ ନାପକିନ୍ ପ୍ରସ୍ତୁତ କରି ବଜାରକୁ ଯୋଗାଉଥିଲେ । ଏମିତିକି ସଫଳ ଉଦ୍ୟୋଗ ଭାବେ ଏହି ସଂସ୍ଥା ବେଶ ସୁନାମ ଅର୍ଜନ କରିପାରିଛି । ପୂର୍ବରୁ ବିଭିନ୍ନ ସରକାରୀ ଓ ବେସରକାରୀ ହସପିଟାଲ ପାଇଁ ସର୍ଜିକାଲ ଉପକରଣ ପ୍ରସ୍ତୁତ କରିବା
ସହ ଚିଙ୍ଗୁଡ଼ି ଫାର୍ମରେ ବ୍ୟବହାର ନିମନ୍ତେ ସ୍ୱଳ୍ପ ସଂଖ୍ୟାରେ ମାସ୍କ ମଧ୍ୟ ତିଆରି କରୁଥିଲେ । ସମ୍ପ୍ରତି କରୋନା ଭାଇରସର ପ୍ରକୋପ ଯୋଗୁଁ ମାସ୍କ ବ୍ୟବହାରକୁ ବୃଦ୍ଧି ପାଇଥିବା ବେଳେ ମାସ୍କର ଅଭାବକୁ ଦୃଷ୍ଟିରେ ରଖି ଦାଣ୍ଡକାଳୀ ସର୍ଜିକାଲର ମୁଖ୍ୟ ସତ୍ୟନାରାୟଣ ନାୟକ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଜାରି ରଖିଛନ୍ତି ।

୩୫ ଜଣ ମହିଳାଙ୍କୁ ନେଇ ଏହି ମାସ୍କ ତିଆରି ଚାଲିଥିବା ଦେଖିବାକୁ ମିଳିଛି । ତେବେ ପୂର୍ବରୁ ଏଠାରେ ୮ ଘତା ପରିଶ୍ରମ କରୁଥିବା ମହିଳାମାନେ ସମ୍ପ୍ରତି ୧୦ରୁ ୧୨ ଘତା ପର୍ଯ୍ୟନ୍ତ କାମ କରୁଛନ୍ତି । ଟିକେ କଷ୍ଟ ହେଉଥିଲେ ବି ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନେ ଅଧିକ ସମୟ କାର୍ଯ୍ୟ କରୁଥିବା କେତେକ ମହିଳା କର୍ମଚାରୀ କହିଛନ୍ତି । ପୂର୍ବରୁ କଲିକତାରୁ ଆସିଥିବା ଟେକ୍ନିସିଆନଙ୍କଠାରୁ ଟ୍ରେନିଂ ନେବା ପରେ ଏବେ ଉନ୍ନତମାନର ମାସ୍କ ସହଜରେ ପ୍ରସ୍ତୁତ କରିପାରୁଛନ୍ତି । ସମ୍ପୂର୍ଣ୍ଣ ହାଇଜେନିକ୍ ଉପାୟରେ ମାସ୍କ, ଗ୍ଲୋବସ ଓ ଆପୋ୍ରନ୍ ଆଦି ପରିଧାନ ପୂର୍ବକ ସେମାନେ ଏହାକୁ ତିଆରି କରୁଛନ୍ତି । ତିଆରି ହେବା ପରେ ମାସ୍କଗୁଡ଼ିକୁ ଅଲ୍ଟ୍ରାଭାୱଲେଟ୍ ମେସିନ୍ରେ ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ କରାଯାଇ ବଜାରକୁ ଛଡ଼ା ଯାଉଛି ବୋଲି କର୍ମଚାରୀମାନେ କହିଛନ୍ତି ।

ପୂର୍ବରୁ ଚୀନ୍ରୁ ଆସୁଥିବା କଞ୍ଚାମାଲ ବନ୍ଦ ହୋଇଯିବା ପରେ ଏବେ ସ୍ଥାନୀୟ ଶିଳ୍ପାନୁଷ୍ଠାନମାନଙ୍କରୁ ଏହା ସଂଗ୍ରହ କରାଯାଉଛି ବୋଲି ସଂସ୍ଥାର ମୁଖ୍ୟ ଶ୍ରୀ ନାୟକ କହିଛନ୍ତି । ସ୍ୱଳ୍ପମୂଲ୍ୟଯୁକ୍ତ ଚାଇନ୍ା ମାସ୍କ ଏବେ କଳାବଜାରୀ ହେଉଥିବା ଲକ୍ଷ୍ୟକରି ନିଜେ ଉନ୍ନତମାନର ମାସ୍କ ପ୍ରସ୍ତୁତି ପାଇଁ ପ୍ରୟାସ ଆର ମ୍ଭ କରିଛନ୍ତି । ଦୈନିକ ୩ ହଜାରୁ ଅଧିକ ମାସ୍କ ତିଆରି ହେଉଥିବା ବେଳେ ଆଗାମୀ ଦିନରେ ଆହୁରି ବୃଦ୍ଧି କରିବା ପାଇଁ ସେ ସ୍ଥିର କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ତେବେ ସ୍ଥାନୀୟ ବଜାରରେ କଞ୍ଚାମାଲ ଉପଲବ୍ଧ ଥିବା ବେଳେ ମାସ୍କ ତିଆରି କରିବାର କୌଶଳ ସମ୍ପର୍କରେ ଏସଏଚଜି ମହିଳାଙ୍କୁ ତାଲିମ ଦିଆଯାଇ ପାରିଲେ ବ୍ୟାପକ ମାତ୍ରାରେ ମାସ୍କ ପ୍ରସ୍ତୁତ ହୋଇପାରନ୍ତା । ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article