26 C
Bhubaneswar
Sunday, September 27, 2020

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ଭୁବନେଶ୍ୱର,୧୬ା୩(ନି.ପ୍ର): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଘର ମଧ୍ୟ ଭୁବନେଶ୍ୱରରେ । ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିଥିବା ଜଣାପଡ଼ିଛି । ଆର୍ଏମ୍ଆର୍ସିରେ ପରୀକ୍ଷା ପରେ ଏହା ଜଣାପଡ଼ିଥିବା ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଯୁବକ ଜଣଙ୍କ ୬ ତାରିଖ ରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ । ଦିଲ୍ଲୀରେ କିଛି ଦିନ କ୍ୱାରେଂଟିନରେ ରହିଥିଲେ । ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ । ତେବେ ୧୩ ତାରିଖରୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପ ିଟାଲ୍ ହସ୍ପି ଟାଲ୍ ଆସିଥିଲେ । ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରୀକ୍ଷଣରେ ରଖାଯାଇଛି । ଏପରିକି ସଂପୃକ୍ତ ଯୁବକ ଆସିଥିବା ଟ୍ରେନ୍ର ଯାତ୍ରୀଙ୍କୁ ମଧ୍ୟ ଖୋଜାଯିବ ବୋଲି ଜଣା ପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏ ନେଇ ସ୍ପଷ୍ଟ କରାଯାଇଛି । ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇ ଇସି) ସୁବ୍ରତ ବାଗଚୀ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଜଣେ ୩୩ ବର୍ଷୀୟ ଯୁବକ କରୋ ନାରେ ଆକ୍ରାନ୍ତ ହୋଇଛନ୍ତି । ସଂପୃକ୍ତ ଯୁବକ ଇଟାଲିରେ ଗବେ ଷଣା କରୁଥିଲେ । ୬ ତାରିଖରେ ଦିଲ୍ଲୀ ଫେରିଥିଲେ ଓ ୧୨ ତାରିଖରେ ଭୁବନେଶ୍ୱର ଆସିଥିଲେ । ୧୩ ତାରିଖରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖା ଇଥିଲେ । ପରେ୧୪ ତାରିଖରେ ଆଡମିଟ୍ ହୋଇଥିଲେ ।୧୫ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭି ଆସିଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଯେଉଁମାନଙ୍କ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଖୋଜା ହେଉଛି । କୋରନାରେ ଆକ୍ରାନ୍ତ ଯୁବକଙ୍କ ଭଉଣୀ ଏ କଥାକୁ ବିଶ୍ୱାସ କରୁ ନାହାନ୍ତି । ସେ କହିଛନ୍ତି, ମୋ ଭାଇ ମୋତେ ରାତି ସାଢ଼େ ୧୨ଟାରେ ଫୋନ୍ କରି କହିଲା ଯେ ତା ରିପୋର୍ଟ ନେଗେଟିଭ୍ ଆସିଛି । ମୋର ପ୍ରଶ୍ନ- ରାତି ୯ ଟାର ନେଗେ ଟିଭ୍ ରିପୋର୍ଟ ଆସିଲା । ରାତି ସାଢ଼େ ୧୨ଟାରେ କେମିତି ପଜେଟିଭ୍ ରିପୋର୍ଟ ହେଲା । ଯଦି କନ୍ଫର୍ମ ନଥିଲେ, ତାକୁ କାହିଁକି ଘରକୁ ପଠେଇଥିଲ । ସେ ରିପୋର୍ଟ କେମିତି ବଦଳିଲା । ତେଣୁ ଆଉ ଥରେ ଟେଷ୍ଟ କରା ଯାଉ । ନହେଲେ ହାୟର ଅଥ ରିଟି ମୋତେ ସବୁ ଜିନିଷର ପ୍ରମାଣ ଦିଅନ୍ତୁ । ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ଆଜି ଠାରୁ ଭୁବନେଶ୍ୱର ଓ କଟକର ସମସ୍ତ ମଲ୍ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ଏଗୁଡ଼ିକୁ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ପୂର୍ବରୁ ସ୍କୁଲ୍, କଲେଜ୍, ସମସ୍ତ କୋଚିଂ ସେଂଟର, ଜିମ୍, ଫିଲ୍ମ ହଲ୍ ଓ ଅନେକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରାଯାଇସାରିଛି । ଏଗୁଡ଼ିକୁ ମଧ୍ୟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...