28.1 C
Bhubaneswar
Friday, July 30, 2021

ମଲ୍ରୁ ମନ୍ଦିର, ସବୁଠି “କରୋନା’ କଟକଣା

Must read

ଭୁବନେଶ୍ୱର,୧୬ା୩(ନି.ପ୍ର): “କରୋନା’ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ମଲ୍ରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କଟକଣା ଜାରି କରାଯାଇଛି । ଏପରିକି ସୁରକ୍ଷା ଦୃଷ୍ଟିରୁ କିଛି ସ୍ଥାନରେ କିଛି ଧାର୍ମିକ କାର୍ଯ୍ୟ ଓ ଉତ୍ସବକୁ ମଧ୍ୟ ବନ୍ଦ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଜନସମାଗମକୁ ବନ୍ଦ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ମାର୍ଚ୍ଚ ୨୧ରେ ଦଶାଶ୍ୱମେଧ ଘାଟରେ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବାତିଲ କରି ଦିଆଯାଇଛି । ସେହିପରି ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ଜିଲ୍ଲା ପ୍ରଶାସନ ବାତିଲ କରି ଦେଇଛି ।

ପ୍ରତିବର୍ଷ ଚୈତ୍ର ମାସରେ ବାରୁଣୀ ସ୍ନାନ ପଡ଼ିଥାଏ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେବା ସହ ବୈତରଣୀରେ ବୁଡ଼ ପକାଇଥା’ନ୍ତି । ସେହିପରି ଜିଲ୍ଲାର ସମସ୍ତ ସରକାରୀ କର୍ମ·ରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । କରୋନା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କର୍ମ·ରୀଙ୍କ ଛୁଟି ବାତିଲ୍ ହୋଇଛି । ଏନେଇ ଟ୍ୱିଟ୍ କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଓ କଟକ ଭଳି ସ ମ୍ବଲପୁର ଓ ବ୍ରହ୍ମପୁରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଲ୍ ଗୁଡ଼ିକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବ୍ରହ୍ମପୁରର ସହରର ସବୁ ମଲ୍ ଓ ଶୋ’ ରୁମ୍ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଆଜି ନିଦେ୍ର୍ଦଶ ଦେଇଛନ୍ତି ।

ଜନସମାଗମକୁ ବନ୍ଦ କରିବାକୁ ଗତକାଲିଠୁ ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ସମସ୍ତ ସରକାରୀ କର୍ମ·ରୀଙ୍କ ଛୁଟି ବାତିଲ କରାଯାଇଛି । ସମ୍ୱଲପୁରରେ ସହରରେ ମଧ୍ୟ ସପିଙ୍ଗ ମଲ୍ ଓ ଶୋ ରୁମ୍ ବନ୍ଦ କରିବାକୁ ସେଠାକାର ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମଲ୍ ବନ୍ଦ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସ ମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିରରେ ବି କଟକଣା ଜାରି ହୋଇଛି । ସବୁ ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ହୋଇଛି । ରାଉରକେଲାରେ ପରବର୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ମଲ୍ଗୁଡ଼ିକୁ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । କୋରନା ପାଇଁ ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ସିନେମା ହଲ୍ ଓ ମେଳା ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।

କେନ୍ଦ୍ରାପଡ଼ାରେ କୋଚିଂ ସେଂଟର, ସପିଂ ମଲ୍ ବନ୍ଦ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ଢେଙ୍କାନାଳ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି । କପିଳାସ ଓବଳଦେବଜିଉ ମନ୍ଦିର ଦର୍ଶନ ପାଇଁ ମଧ୍ୟ କଟକଣା କରାଯାଇଛି । ପଂକ୍ତି ଭୋଜନ, ସପିଂ ମଲ୍ ଓ ଡିୟର ପାର୍କକୁ ବନ୍ଦ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମନ୍ଦିରରେ ମଧ୍ୟ କଟକଣା ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ କୁହାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଦେ୍ର୍ଦଶ ଦିଆଯାଇଛି । ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ।

ଉଠା ଦୋକାନୀମାନଙ୍କୁ ସମୁଦ୍ର କୂଳ ଛାଡ଼ି ·ଲିଯିବାକୁ କୁହାଯାଇଛି । ଏହାସହ ପୁରୀ ଜିଲ୍ଲା ପିପିଲିର ପ୍ରସିଦ୍ଧ ହରିରାଜପୁର ମେଳଣରେ ବି ୧୪୪ ଧାରା ଜାରି କରାଯାଇଛି । ଏଥିସହ ତୁରନ୍ତ ଦୋକାନ ବଜାର ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିଦେ୍ର୍ଦଶ ଦେଇଛି । ଅନ୍ୟପକ୍ଷରେ ଆଜି ରାଜ୍ୟନିର୍ବାଚନ କମିଶନ ପଞ୍ଚାୟତ ଉପ- ନିର୍ବାଚନକୁ ସ୍ଥଗିତ କରି ଦେଇଛନ୍ତି । ମାର୍ଚ୍ଚ ୨୪ ତାରିଖରେ ଏହି ଉପ-ନିର୍ବାଚନ ହୋଇଥା’ନ୍ତା । ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୮ ସମିତି ସଭ୍ୟ ଓ ୮୪ଟି ୱାର୍ଡ ସଭ୍ୟ ପଦବୀ ପୂରଣ ପାଇଁ ଏହି ଉପ-ନିର୍ବାଚନ ହୋଇଥା’ନ୍ତା ।ତେବେ ଏହି ଉପ-ନିର୍ବାଚନ ପାଇଁ ପରବର୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞ ପ୍ତିରେ କୁହାଯାଇଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article