28.1 C
Bhubaneswar
Friday, July 30, 2021

ଅସ୍ତରଙ୍ଗ ଥାନାରେ ଆମ ପୋଲିସ ବୈଠକ

Must read

ଅସ୍ତରଙ୍ଗ ୧୫ ।୩ : ଅସ୍ତରଙ୍ଗ ଥାନା ପକ୍ଷରୁ ଶୁକ୍ରବାର ସଂନ୍ଧ୍ୟାରେ ଆମ ପୋଲିସ କାର୍ଯ୍ୟକ୍ରମ ଥାନା ଆଇ.ଆଇ.ସି ଶରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାର ମ୍ଭରେ ନିମାପଡା ଏସି.ଡି.ପି.ଓ ପ୍ରଦିପ କୁମାର ଦଳାଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବ୍ଲକ ଅନ୍ତର୍ଗତ ୧୫ ଗୋଟି ଗ୍ରାମ ପଂଚାୟତର ନିର୍ବଚିତ ଲୋକ ପ୍ରତିନିଧି, ସମାଜିକ କର୍ମୀ , ଶିକ୍ଷାବିତ୍ ଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଏହି ପୋଲିସ ବୈଠକରେ ଉପସ୍ଥିତ ରହି ଅସ୍ତରଙ୍ଗ ଅଂଚଳରେ ଆଗାମି ଦିନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ସର୍ମ୍ପକରେ ବସ୍ତୃତ ପ୍ରସ୍ଥାବ ମାନ ଉପସ୍ଥାପନ କରିଥିଲେ । ପୋଲିସ ଜନତାଙ୍କର ବନ୍ଧୁ ।

ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସହାଯ୍ୟ ସହଯୋଗ ବଢ଼ି ଚାଲିଲେ ଅଂଚଳରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଅସ୍ତରଙ୍ଗ ବ୍ୟବସାୟୀ ସଂଘର ସଭାପତି ଦୁଶ୍ମନ୍ତ କୁମାର ବେହେରା ପ୍ରକାଶ କରିଥିବା ବେଳେ, ୨୦୧୪ ମସିହାରେ ଆର ମ୍ଭ ହୋଇଥିବା ଆମ ପୋଲିସ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କୁ ନିକଟତର କରିପାରିଛି ବୋଲି ଅସ୍ତରଙ୍ଗ ବ୍ଲକ ସାଂସଦ ପ୍ରତିନିଧି ମତବ୍ୟକ୍ତ କରିଥିଲେ । ପୀର ଜାହାନିଆଁ ବେଳାଭୂମୀ , ଅସ୍ତରଙ୍ଗ ବଜାର , ବିଭିନ୍ନ ଗ୍ରାମର ଛକ ଜାଗା ସହ ଟ୍ରାଫିକ୍ ସମସ୍ୟା ସୁଧାରିବା ଏବଂ ଅଂଚଳରୁ ଅବାଧ ନିଶା କାରବାର ଦିଗରେ ପଦକ୍ଷପ ନେବାକୁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଥିଲା ।

ଅସ୍ତରଙ୍ଗ ବ୍ଲକ ଅଂଚଳରେ ୨୫ କି.ମିରୁ ଉର୍ଦ୍ଧ ସାମୁଦ୍ରିକ ବେଳାଭୂମୀ ସହ ସମୁଦ୍ରରେ ମାଛ ମାରିବା ଆଳରେ କେତକ ସନ୍ଧିଗ୍ଧ ମସô୍ୟଜୀବି ଅନୁପ୍ରବେଶ କାରିଙ୍କ ସର୍ମ୍ପକରେ ଜନସାଧାରଣ ସୂଚନା ପାଇଲେ ପୋଲିସକୁ ଜଣାଇବା ଓ ଅସ୍ତରଙ୍ଗ ଥାନାରେ କର୍ମଚାରୀ ଅଭାବ , ପେଟ୍ରୋଲିଂ ପାଇଁ ସୁରକ୍ଷିତ ଯାନ ସହ ଏହା ଏକ ସେ ମ୍ବଦନଶୀଳ ଥାନା ହୋଇଥିବାରୁ ଥାନାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ସହ ଥାନା ପାଇଁ ଚିହ୍ନଟ ହୋଇଥିବା ଯାଗ ଉପରେ ଶିଘ୍ର ଥାନା ନିର୍ମାଣ ଆର ମ୍ଭ କରିବା ପାଇଁ ରାଜ୍ୟ ମସô୍ୟଜୀବି ସଂଘ ସଭାପତି ପ୍ରଶନ୍ନ ବେହେରା ଓ ଶିକ୍ଷାବିତ୍ ପଂଚାନନ ସ୍ୱାଇଁ ନିଜର ମତବ୍ୟକ୍ତ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଡ. ହରିହର ଛାଟୋଇ, ଧର୍ମାନନ୍ଦ ବାରିକ, ପରିବେଶବିତ୍ ଶୋଭାକର ବେହେରା, ଓ.ଆଇ.ସି. ମଧୁଶ୍ମିତା ବଳ ଙ୍କ ସମେତ ଶଙ୍କରର୍ଷଣ ପ୍ରଧାନ, ଚିନ୍ମୟ କୁମାର ନାୟକ, ରୋଜାଲିନ ମଲ୍ଲ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ବହୁ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article