28.1 C
Bhubaneswar
Friday, July 30, 2021

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି ସମ୍ପର୍କିତ ଆଲୋଚନାଚକ୍ର

Must read

ବାଲେଶ୍ୱର,୧୫ା୩(ନି.ପ୍ର):‘ରାଷ୍ଟ୍ରୀୟ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ’ ବାଲେଶ୍ୱର ଶାଖା ପକ୍ଷରୁ ଜନସଂଖ୍ୟା ନିୟନ୍ତ୍ରଣ ଅଧିନିୟମ ପ୍ରଣୟନ ଦାବି ସମ୍ପର୍କିତ ଏକ ବିଶେଷ ଆଲୋଚନାଚକ୍ର ସହରର କାଳିଦାସପୁରସ୍ଥିତ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନୀଲ ଚୌଧୁରୀ ଏଥିରେ ଯୋଗଦେଇ ମାତ୍ରାଧିକ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏନେଇ ସଂଗଠନ ନେତୃତ୍ୱରେ ସଂଖ୍ୟାଧିକ ସାଂସଦ ଓ ବିଧାୟକ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ସେ ସୂଚନା ଦେଇଥିଲେ ।

ଜନସଂଖ୍ୟା ସାମାଧାନ ଫାଉଣ୍ଡେସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଧର୍ମେନ୍ଦ୍ର ଧମା ଏଥିରେ ଯୋଗଦେଇ ଆଶାତୀତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ବେରୋଜଗାରୀ, ଖାଦ୍ୟାଭାବ, ଅଶିକ୍ଷା ଓ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା କହିଥିଲେ । ଆଗାମୀ ଦିନରେ ଏହା ଦେଶ ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥିଲେ । ଫାଉଣ୍ଡେସନର ଓଡ଼ିଶା ପ୍ରଭାରୀ କିଷାନ ପରିଡ଼ା ଏଥିରେ ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ।

ଜିଲ୍ଲା ସଂଯୋଜକ ଶ୍ରୀନବାସ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ରାଷ୍ଟ୍ରୀୟ ସଂଯୋଜକ ବିନୟ ହିନ୍ଦୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଦସ୍ୟ ବିପିନ ମାରାଣ୍ଡି, ମୃତୁ୍ୟଞ୍ଜୟ ରାୟ ମହାପାତ୍ର, ସଂଜୟ ମହାପାତ୍ର, ଜିତେନ୍ଦ୍ର ସ୍ୱାଇଁ, ନନ୍ଦ କୁମାର ରଣା, ଶୋଭନା ମହାନ୍ତି, କମଳା ବିନ୍ଧାଣୀ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଏହି ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article