ିନିଆଳୀ,୧୫/୩(ନି.ପ୍ର): କଟକ ଜିଳ୍ଳା ନିଆଳୀ ଥାନା କସରଦା ଠାରେ ଗତକାଲି ରାତିରେ ଓଡିଶା ପ୍ରଶିଦ୍ଧ ଦୋପଟି ମେଳଣ ଦୋଳ ଶୋଭାଯାତ୍ରା ଚାଲିଥିବାବେଳେ ରାତି ପ୍ରାୟ ୩ଟା ସମୟରେ ଘଟିଛି ୨/ ଦୁଇଟି ଅଘଟଣ । କସରଦା ଫାଣ୍ଡି ଉପରକୁ ବୋମାମାଡ ହୋଇଥିବାବେଳେ ଏହି
ଫାଣ୍ଡି ଅଧିନ ପତ୍ରକଣା ଗ୍ରାମର ନାବାଳିକା ଦିବ୍ୟାଙ୍ଗକୁ ଦୁଷ୍କର୍ମ ହୋଇଛି । ଖବର ଅନୁଯାୟୀ ଗତକାଲି ବିଳ ମ୍ବିତ ରାତିରେ ଦୋଳ ଶୋଭାଯାତ୍ର ସମୟରେ ପୂର୍ବରୁ ଚୋରାମଦ କାରବାରରେ ସମ୍ପୃକ୍ତ ଥିବା ଦିଲିପ ପ୍ରଧାନକୁ ଫାଣ୍ଡି ପୋଲିସ ଚଢଉ କରିଥିବା ଆକ୍ରୋଶରେ ଫାଣ୍ଡି ଉପରକୁ
ବୋମା ମାଡ କରିଥିଲେ । ଯେଉଁ ବୋମା ମାଡରେ ଫାଣ୍ଡି ସମ୍ମୁଖ ଗଛର ପତ୍ର ଝଡି ଯାଇଥିବା ସହ ଏକ ଗାଡିର କାଚ ଭାଙ୍ଗିଯାଇଛି । ନିଆଳୀ ପୋଲିସ ଦିଲିପକୁ ଗିରଫ କରି ୬୦/୨୦ କେସ୍ ନଂରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି । ସେହି ଭଳି ଏହି ଶୋଭାଯାତ୍ରା ସମୟରେ ଦିବ୍ୟାଙ୍ଗ ନାବାଳିକା ମେଳଣ ବୁଲିବାକୁ ଆସିଥିବାବେଳେ ସେହି ଗ୍ରାମର କୁମର ଚରଣ ପରିଡା (୨୭) ଟଙ୍କା ଦେଖାଇ ଅନ୍ଧାରକୁ ଡାକି ନେଇ ମୁହଁରେ ଗାମୁଛା ବାନ୍ଧି ଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ଚିକôାର ଶୁଣି ପୀଡିତାକୁ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ । ଏହି ଘଟଣାରେ ନିଆଳୀ ପୋଲିସ ୬୧/ ୨୦ କେସ ନଂରେ ଦଫା ୩୭୬(୩), ୩୦୭, ୩୨୩, ୫୦୬, ପୋକସୋ ଆକ୍ଟରେ ମାମଳା ରୁଜୁ କରି ତଦନ୍ତ ଜାରୀ ରଖିଛି । ଉଭୟ ପୀଡିତା ଓ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ନିଆଳୀ ପୋଲିସ ସୂତ୍ରରୁ ସୂଚନା ମିଳିଛି । କଟକ ଗ୍ରାମାଞ୍ଚଳ ଏସ୍ପି ରାଧା ବିନୋଦ ପାଣୀଗ୍ରାହୀ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁୂଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏଠାରେ କଥା ଉଠେଯେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥାଇ କିଭଳି ୨/ଦୁଇଟି ସାଂଘାତିକ ଘଟଣା ଘଟିଗଳା । ପୋଲିସର ପରିଚାଳନାର ତୃଟି ଏଥିପାଇଁ ଦାୟୀ ବୋଲି ସାଦାରଣରେ ଆଲୋଚନା ହେଉଛି । ଯଦି ପୋଲିସ ଫାଣ୍ଡି ଉପରକୁ ଏତେ ପୋଲିସ ଉପସ୍ତିତିରେ ବୋମା ମାଡ ହେଉଛି ବା ଯଦି ପୋଲିସ ନିଯେ ସୁରକ୍ଷିତ ନୁହେଁ ତେବେ ଜନସାଧାରଣଙ୍କୁ ସୂୁରକ୍ଷା ଦେବକିଏ? ଆଜି ସଂନ୍ଧ୍ୟାରେ ଯାଦବ ସଂଘ ପକ୍ଷରୁ ପ୍ରେସମିଟ କରାଯାଇ ଦୁଷ୍କର୍ମ
ଘଟଣାରେ ଆଉ ୩ଜଣ ସମ୍ପୃକ୍ତ ଅଛନ୍ତି ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଯାଦବ ସଂଘ ରାଜରାସ୍ତାକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି ।
ଫାଣ୍ଡି ଉପରକୁ ବୋମାମାଡ଼ ଓ ଦିବ୍ୟାଙ୍ଗ ନାବାଳିକାକୁ ଗଣଦୁଷ୍କମ
