27 C
Bhubaneswar
Sunday, September 27, 2020

ଡିଆଇପିଆରଓଙ୍କୁ ବନ୍ଧୁକ ଦେଖାଇ ଧମକ ଘଟଣା

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସମ୍ବଲପୁର,୧୩ା୩ (ଶ୍ରୁ.ମି) : ସ ମ୍ବଲପୁର ଜିଲା ସୂଚନା ଓ ଲୋକ ସଂପର୍କଅଧିକାରୀ(ଡିଆଇପିଆରଓ) ହେମନ୍ତ କୁମାର ନାଏକଙ୍କୁ ବନ୍ଧୁକ ଦେଖାଇ ଧମକଦେବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଦିନିକିଆ ରିମାଣ୍ଡରେ ଆଣିଥିଲାାଶୁକ୍ରବାର ଅପରାହ୍ନରେ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଅଭିଯୁକ୍ତକୁପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି । ଏହାପରେ ଅଭିଯୁ୍କ୍ତକୁ ଜେଲ୍ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଏହି ଘଟଣା ରୋଚକ ମୋଡରେଥିବାବେଳେ ପୋଲିସ ଦଫାରେ ସାମାନ୍ୟ ପରିବର୍ତନ କରିଛି । ତେବେ ତଦନ୍ତଚାଲୁ ରହିଥିବା ବେଳ ଏଥିରେ ବାଧା ଆଶଙ୍କା କରି ପୋଲିସ କିଛି କହିବାକୁ ମନାକରିଛି । ସୂଚନାଯୋଗ୍ୟ, ଏହି ଅଧିକାରୀ ଜଣକ ବୌଦ୍ଧ ଓ ଢେଙ୍କାନାଳରେ ପୂର୍ବରୁଡିଆଇପିଆରଓ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଏହି ସମୟରେ ମାସମାସ ଧରିଛୁଟିରେ ଥିବାବେଳେ ତାଙ୍କୁ ଗତ ଡିସେ ମ୍ବର ୩୧, ୨୦୧୯ରେ ସ ମ୍ବଲପୁରକୁବଦଳି କରାଯାଇଥିଲା ମାତ୍ର ସେ ସମ୍ବଲପୁରରେ ଯୋଗ ଦେବାକୁ ଅନିଛାପ୍ରକାଶ କରି ଅନ୍ୟତ୍ର ବଦଳି ହେବାକୁ ଉଦ୍ୟମ କରିଥିଲେ । ତେବେ ତାଙ୍କୁ ପଦୋନ୍ନତି ଦିଆଯିବା ସହ ସମ୍ବଲପୁରରେ ଯୋଗ ଦେବାକୁ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲା । ଏହାପରେ ସେ ବାଧ୍ୟ ହୋଇ ଗତ ୨୦ଫେବୃଆରୀ,
୨୦୨୦ରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଫେବୃଆରୀ ୨୨ ଓ ୨୩ ଛୁଟି ଥିବାରୁ ସେ ଭୁବନେଶ୍ୱର ଚାଲି ଯାଇଥିଲେ । ସେଠାରେ ବିଭିନ୍ନ ଘରୋଇ ଓ ସରକାରୀ କାମ ସାରି ଗତ ୨୮ ତାରିଖ ସକାଳେ ଭୁବନେଶ୍ୱର- ବଲାଙ୍ଗୀର ସୁପରଫାଷ୍ଟ ଏକ୍ସପ୍ରେସ ଯୋଗେ ସ ମ୍ବଲପୁର ଆସିଥିଲେ । ସ ମ୍ବଲପୁର ଷ୍ଟେସନରେପ୍ରାୟ ୧୧ଟା୩୦ରେ ଓହ୍ଲାଇବା ପରେ କିଛି ଦୃବୁର୍ତ ତାଙ୍କୁ ରେଲୱେ ଷ୍ଟେସନସମ୍ମୁଖରେ ବନ୍ଧୁକ ଦେଖାଇଥିଲେ । ମାତ୍ର ସେ ସମୟର ସିସିଟିଭି ଫୁଟେଜ୍ରେବନ୍ଧୁକ ଦେଖାଇବା ଦୃଶ୍ୟ ନଥିବା ଜଣାପଡିଛି । ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସେମାନେ ଏକ ନିଦ୍ଦିଷ୍ଟ ଚିଠି ଓ ୨ଟି ଛୁଟି ଦରଖାସ୍ତରେ ଦସ୍ତଖତ କରିବାକୁ କହିଥିଲେ । ତେବେ ଏ ଦସ୍ତଖତ କରିବା ପରେ ତାଙ୍କୁ ଛାଡି ଦେଇଥିଲେ । ଏହା ପରେ ଡିଆଇପିଆରଓ ଭୟଭୀତ ହେବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜିଲ୍ଲାପାଳ ଶୁଭମ ସକ୍ସସେନାଙ୍କୁ ଭେଟି ଘଟଣା ସ ମ୍ପ ର୍କରେ ଜଣାଇଥିଲେ । ଜିଲ୍ଲାପାଳ ତୁରନ୍ତ ଏସଂପର୍କରେ ଏସପିଙ୍କୁ କହିବା ସହ ଥାନାରେ ଏତଲା ଦେବାକୁ କହିଥିଲେ । ତେବେ ଏସପି ଡା. କନୱର ବିଶାଲସିଂ ଏହାର ଲିଖିତ ରିପୋର୍ଟ ଦେବାକୁ କହିବା ସହ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଡିଆଇପିଆର୍ଓଙ୍କୁ ପ୍ରତିଶୃତି ଦେଇଥିଲେ । ଏହାସତ୍ୱେ ଅଧିକାରୀ ଜଣକ ଥାନାରେ ଲିଖିତ ଅଭିଯୋଗ ନକରି ସୂଚନା ଓ ଲୋକ ସଂପର୍କ ବିଭାଗର ନିଦେ୍ର୍ଦଶକଙ୍କୁ ଫୋନ ଯୋଗେ କହିଥିଲେ । ଏଥିସହ ଏସଂପର୍କରେ ୨ପୃଷ୍ଟାର ଲିଖିତ ଅଭିଯୋଗ କରି ସେହି ଦିନ ରାତି ପ୍ରାୟ ସାଢେ ୧ଟାରେ ସମ୍ବଲ ପୁର ଛାଡି ଚାଲି ଯାଇଥିଲେ । ସେ ନିଜେ ତାଙ୍କ କାର ଯୋଗେ ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ ଦେଇ ଭୁବନେଶ୍ୱର ବାସଭବନରେ ପହଁଚିଥିଲେ । ଏଥିରେ ତାଙ୍କୁ ତାଙ୍କ ଅଫିସର ୨ଜଣ ଅଭିଯୁକ୍ତ ସହଯୋଗ କରିଥିଲେ । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପୋଲିସର ଏକ ୬ଜଣିଆ ଟିମ ତାଙ୍କ ଭୁବନେଶ୍ୱର ବାସଭବନକୁ ଯାଇ ପଚରାଉଚରା କରିବା ସହ ତଦନ୍ତ ଆର ମ୍ଭ କରିଥିଲେ । ତଦନ୍ତ ଠିକ୍ ଭାବେକରାନଯାଇ ଗଣମାଧ୍ୟମ ଚାପରେ ତରବରିଆ ଭାବେ ପୋଲିସ ଜିଲ୍ଲା ସୂଚନାଓ ଲୋକ ସଂପର୍କ ଅଫିସ୍ର ଡ୍ରାଇଭର ଦେବାନନ୍ଦ ରଣବିଡା (୫୭) ଓ ଷ୍ଟୋରକିପର ଅଶ୍ୱିନୀ ମାଲାକାର (୫୭)ଙ୍କ ସହ ଅନ୍ୟ ୩ଜଣଙ୍କୁ ଗିରଫକରାଯାଇଥିଲା । ତେବେ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟା ପ୍ତ ପ୍ରମାଣ ନଥିବାବେଳେ ସେମାନଙ୍କୁ ଭିନ୍ନ ଭିନ୍ନ ସମୟରେ ରିମାଣ୍ଡରେ ଅଣାଯିବା ସହ ଟିଆଇ ପ୍ୟାରେଡ କରାଯିବ ବୋଲି ଜଣାପଡିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...