28.1 C
Bhubaneswar
Friday, July 30, 2021

ବାଦାମବାଡ଼ି ବସ୍ଷ୍ଟାଣ୍ଡରେ ୫-ଟି ସଚିବ

Must read

କଟକ,୧୧ା୩(ନି.ପ୍ର): ଆଜି ପୁଣି କଟକରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ । ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚିଥିଲେ ୫-ଟି ସଚିବ । ସେ ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାଯାଇଛି । ରାଜ୍ୟର ଏହି ସବୁଠାରୁ ବଡ଼ ବସଷ୍ଟାଣ୍ଡରେ କ’ଣ କ’ଣ ସମସ୍ୟା ରହିଛି ସେ ନେଇ ଅନୁଧ୍ୟାନ କରିଛନ୍ତି୍ । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ୍ ପରି·ଳନା ଭଳି ସମସ୍ୟା ରହିଛି ।

ଆହୁରି ମଧ୍ୟ ସୂଚନା ମିଳିଛି ଯେ ବାଦାମବାଡ଼ିର ବସଷ୍ଟାଣ୍ଡ ଖାନନଗର ଅଞ୍ଚଳକୁ ଉଠାଇ ନିଆଯିବ । ବାଦାମବାଡ଼ି ବସଷ୍ଟାଣ୍ଡ ସହ ତାଳଦଣ୍ଡା କେନାଲ, ଯୋବ୍ରା, ରାଣୀହାଟ ଅଞ୍ଚଳର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପାଣ୍ଡିଆନଙ୍କ ସହ ପୁଲିସ୍ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ ସଚିବ କ୍ରିଷନ୍ କୁମାର, କଟକ ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଏସବୁ ସ୍ଥାନର ସମସ୍ୟା ନେଇ ଅନୁଧ୍ୟାନ କରିଛନ୍ତି । ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନଙ୍କ ଏହି ଅନୁଧ୍ୟାନ ପରେ ବାଦାମବାଡ଼ି ବସଷ୍ଟାଣ୍ଡର ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ଆଶା କରାଯାଉଛି । କଟକର ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରାଯିବା ନେଇ କାର୍ଯ୍ୟ ଆର ମ୍ଭ ହୋଇଛି । ତା’ଛଡ଼ା କଟକର ରିଙ୍ଗରୋଡକୁ ଛଅଥାକିଆ କରାଯିବାର ଶିଳାନ୍ୟାସ ବି ହୋଇଛି । ଏହାପରେ ବାଦାମବାଡ଼ି ବସଷ୍ଟାଣ୍ଡର ଉନ୍ନତୀକରଣ ଲାଗି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article