28.1 C
Bhubaneswar
Friday, July 30, 2021

ହୋଲିରେ ଗଲା ୧୩ ଜୀବନ

Must read

ଭୁବନେଶ୍ୱର,୧୧ା୩(ନି.ପ୍ର): ହୋଲି ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର । ହୋଲି ଖେଳ ହିଁ କାଳ ସାଜିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଜନିତ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ନିଖୋଜ ଅଛନ୍ତି । ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଂଚଳର ୩ ଜଣ ଯୁବକ ହୋଲି ଖେଳିବା ପରେ କେନ୍ଦୁଗୁଡା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକ ନିଖୋଜ ହୋଇଯାଇଥିଲେ ।
ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁୁ ଉଦ୍ଧାର କରି ପଦ୍ମପୁର ମେଡିକାଲକୁ ନେଇଥିଲେ । ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ କେ. ବରୁଣ ଆ·ରୀ, ସୁରେଶ ଆ·ରୀ ଓ କେ. ଅଭିଷେକ୍ କୁମାର । ସେହିଭଳି ଆଳି ଥାନା ନିଆଳି ଗାଁରେ ବି ଘଟିଛି ଅଘଟଣ । ହୋଲି ଖେଳି ସାରି ଗାଧୋଇଲା ବେଳେ ବୁଡ଼ି ଯାଇଛନ୍ତି ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ କାଠଯୋଡ଼ି ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ହୋଇଛି । ୪୨ମୌଜା ଘାଟକୂଳ ନିକଟରେ ୨ ଯୁବକ ବୁଡ଼ିଯାଇଥିବା ସୂଚନା ମିଳିଛି । ଉଭୟଙ୍କୁ ଅଗ୍ନିଶମ କର୍ମ·ରୀ ଉଦ୍ଧାର କରି କଟକ ବଡ଼ମେଡିକାଲରେ ଭର୍ତି କରିଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ନେତାଜୀ ନଗର ଅଞ୍ଚଳର ନିଶାନ୍ତ ପାଢୀ ଓ ଶୁଭମ କୁମାର ବେହେରା ।

ସେହିପରି ହୋଲିରେ ଭୋଜି କରି ଫେରୁଥିବା ବେଳେ ଅଘଟଣ । ଗଛରେ ବାଇକ୍ ପିଟି ହୋଇ ଘଟଣାସ୍ଥଳରେ ୩ ସାଙ୍ଗଙ୍କ ମୃତ୍ୟୁ ହୋଇଛ । ବିରାଡିଆରୁ ଭୋଜି କରି ଫେରୁଥିବା ବେଳେ ଢେଙ୍କାନାଳ-କପିଳାସ ରାସ୍ତାର ଛଣବୋଲ ୁଅ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ୨ ଜଣ କାଇମାଟିଆ ଓ ଅନ୍ୟ ଜଣେ ରାମେଶ୍ୱରପୁରର ବୋଲି ଜଣାପଡିଛ । ସେହିପରି ଆଉ କେତେକ
ଅଂଚଳରେ ମଧ୍ୟ ଏମିତି ଅଘଟଣ ଘଟି ଲୋକଙ୍କ ମୃତ୍ୟୁ ଘଟିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article