26 C
Bhubaneswar
Thursday, April 15, 2021

ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆର ମ୍ଭରୁ ହଙ୍ଗାମା

Must read

ଭୁବନେଶ୍ୱର,୧୧ା୩:(ନି.ପ୍ର): ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ୍ ଆର ମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା । ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ । ଗୃହ ଆର ମ୍ଭ ହେବା ପରେ ପରେ ହିଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍ଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ।
ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ସ୍ଲୋଗାନ୍ ଦେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଫଳରେ ଗୃହକୁ ୧୨ଟା ୩୦ ଯାଏ ମୁଲତବି ରଖିଛନ୍ତି ବାଚସ୍ପତି । ଆଜି ଗୃହ ଆର ମ୍ଭରେ ମୁଖ୍ୟମନ୍ତ୍ରୀ ତିନି ଜଣ ଦିବଙ୍ଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୁଣି ଥରେ ଗୃହ ଆର ମ୍ଭ ପରେ କାଳିଆ ନାଁରେ କେଳେଙ୍କାରୀ ସାଙ୍ଗକୁ ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ସରକାରୀ ଅର୍ଥ, ସରକାରଙ୍କ ନିରବତା କାହିଁକି ଶୀର୍ଷକ ମୁଲତବି ନୋଟିସ୍ ଦେଇଛି ବିଜେପି । ଯାହାକୁ ନେଇ ଆଲୋଚନା ହେବ । ସେହିପରି ବିବାଦୀୟ ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର,ଏନ୍ଆରସି ରାଜ୍ୟରେ ଲାଗୁ କରାନଯିବା ସମ୍ପର୍କରେ ବିଧାନସଭାରେ କଂଗ୍ରେସ ୨ଟି ନୋଟିସ ଦେଇଛି । ଗୋଟିଏ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇବା ସହ ଅନ୍ୟଟି ପ୍ରସ୍ତାବ ଆକାରରେ ଆଲୋଚନା ପାଇଁ ନୋଟିସ ଜରିଆରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article