36 C
Bhubaneswar
Thursday, February 25, 2021

କଂଗ୍ରେସ ପ୍ରତିନିଧି ସାମିଲ ହେବାକୁ ପିସିସି ସଭାପତିଙ୍କ ଆହ୍ୱାନ

Must read

କାଶ୍ମୀର ୱିକର ଉତ୍ପାଦଗୁଡ଼ିକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ |

ଶ୍ରୀନଗର: କାଶ୍ମୀର ୱିଲି ୱିକର୍ ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟଫର୍ମ ପରି ଆମାଜନ, ମାଇଣ୍ଟ୍ରା ଇତ୍ୟାଦି ମାଧ୍ୟମରେ ବିଶ୍ଵ ବ୍ୟାଙ୍କ...

ପ୍ରଭାସ ଓଡିଆ ଭବନ ଭୁବନେଶ୍ଵରରେ ଉଦ୍ଘାଟନ କରିଥିଲେ ।

ଭୁବନେଶ୍ବର: ଭାରତର ବିଭିନ୍ନ ମହାନଗର ନିଗମ, ଅନ୍ୟ ରାଜ୍ୟ ତଥା ବିଦେଶରେ ଓଡ଼ିଶା ବାହାରେ ରହୁଥିବା ପ୍ରାୟ ଦେଢ କୋଟି ଓଡିଆ ସେମାନଙ୍କ ମାତୃ ରାଜ୍ୟର ସାମଗ୍ରିକ ବିକାଶ ପାଇଁ...

ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ଛୁଇଁପାରେ, ଓଡ଼ିଶା ସରକାର ଧନୀ!

ଭୁବନେଶ୍ବର: ଆଜି ମଧ୍ୟ ଓଡିଶାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ ୯୨ ଟଙ୍କା ବଢୁଥିବାରୁ ଆଗାମୀ ମାସରେ ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ...

୧୯୯୯ ଓଡିଶା ଗ୍ୟାଙ୍ଗ୍ରେପରୁ ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଯାହା ପଟ୍ଟନାୟକଙ୍କୁ ତାଙ୍କ ଚେୟାର ଖର୍ଚ୍ଚ କରିଥିଲା |

ଭୁବନେଶ୍ଵର: ନ୍ୟାୟ ପାଇଁ ତାଙ୍କର ସଂଗ୍ରାମ ଏକ ଦୀର୍ଘ, ୨୨ ବର୍ଷ ସଠିକ୍ ଥିଲା | ମୃତ୍ୟୁ, ବଳାତ୍କାର ଧମକ, ଏକ ରାଜନୈତିକ ଷଡଯନ୍ତ୍ର...

ଭୁବନେଶ୍ୱର,୧୧ା୩(ନି.ପ୍ର.): ଓଡିଶାଚପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପ…ନାୟକଙ୍କ ଅଧ୍ୟକ୍ଷତାରେ ‘ଗାନ୍ଧୀ ସନେ୍ଦଶ ଯାତ୍ରା’କୁ ନେଇ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ “୧୫୦ ତମ ଜୟନ୍ତୀ” ତଥା ୯୦ ତମ ଐତିହାସିକ ‘ଦାଣ୍ଡିଯାତ୍ରା’କୁ ସ୍ମରଣ ଓ ପାଳନ ଉଦେ୍ଦଶ୍ୟରେ ନିଖିଳ ଭାରତ କଂଗ୍ରେସ କମିଟିର ପ୍ରତ୍ୟକ୍ଷ ନିରୀକ୍ଷଣ ଓ ନିଦେ୍ର୍ଦଶ ଅନୁସାରେ ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟିର ସହଯୋଗରେ “ଗାନ୍ଧୀ ସନେ୍ଦଶ ଯାତ୍ରା” ଚଳିତ ତା ୧୨/୦୩/୨୦୨୦ ରିଖ ଗୁରୁବାର ଦିନ ଅହମ୍ମଦାବାଦର ‘ସାବରମତୀ ଆଶ୍ରମ’ ଠାରୁ ପଦଯାତ୍ରା ଆର ମ୍ଭ ହୋଇ ଆସନ୍ତା ତା ୬/୪/୨୦୨୦ ରିଖ ସୋମବାର ଦିନ ‘ଦାଣ୍ଡି’ ଠାରେ ଏକ ବିରାଟ ସାଧାରଣ ସଭା ଜରିଆରେ ଶେଷ ହେବ । ପ୍ରତ୍ୟେକ ଦିନ ୧୬ ରୁ ୧୯ କି.ମି.ର ପଦଯାତ୍ରା କରାଯିବା ସହ ସମୁଦାୟ ୨୬ ଦିନ ମଧ୍ୟରେ ୩୮୬ କି.ମି.ର ପଦଯାତ୍ରା ହେବ ଓ ୩ ଦିନ ବିଶ୍ରାମ ଦିବସ ତା ୧୭/୩/୨୦୨୦, ୨୪/ ୩/୨୦୨୦ ଓ ୩୧/୩/୨୦୨୦ ରିଖ ରଖା ଯାଇଛି ।

ଏଆଇସିସିର ପତ୍ର ସଂଖ୍ୟା ଓଆରଜି-୭/୩୭୫୪ ଅନୁଯାୟୀ ପ୍ରତ୍ୟେକ ପ୍ରଦେଶ କଂଗ୍ରେସ କମିଟି ଗୋଟିଏ ଦିନ ଉକ୍ତ ‘ଗାନ୍ଧୀ ସନେ୍ଦଶ ଯାତ୍ରା’ରେ ପିସିସି ସଭାପତିଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା, ସାଂସଦ, ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ, ପ୍ରାକ୍ତନ ସାଂସଦ ଓ ବିଧାୟକଗଣ, ଜିଲ୍ଲା ପରିଷଦର ଅଧ୍ୟକ୍ଷଗଣ, ପଂଚାୟତ ସମିତିର ଅଧ୍ୟକ୍ଷଗଣ, ପୌର ପରିଷଦ, ଏନ୍.ଏ.ସି.ର ଅଧ୍ୟକ୍ଷଗଣ, ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତାଗଣ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତାଗଣ ଓ ସର୍ବୋପରି ଇଚ୍ଛୁକ କଂଗ୍ରେସ କର୍ମୀମାନେ ପଦଯାତ୍ରାରେ ସାମିଲ ହେବାକୁ ନିଦେ୍ର୍ଦଶ ରହିଛି । ବିଶେଷକରି ବିଧାୟକ ଓ ସାଂସଦ ପ୍ର୍ରାର୍ଥୀମାନେ ସ୍ୱୟଂ ପଦଯାତ୍ରାରେ ସାମିଲ ହେବା ସହ ଅନୁ୍ୟନ ଜଣେ ପ୍ରତିନିଧିଙ୍କୁ ପଦଯାତ୍ରାରେ ସାମିଲ କରିବା ପାଇଁ ପିସିସି ତରଫରୁ ଅନୁରୋଧ କରାଯାଇଛି । ସୁତରାଂ ୮ମ ଦିବସ ପଦଯାତ୍ରା ତା ୧୯/୦୩/୨୦୨୦ ରିଖ ଗୁରୁବାରଓଡିଶା ପ୍ରଦେଶ କଂଗ୍ରେସ କମିଟି ନିମନ୍ତେ ଏଆଇସିସି ସ୍ଥିର କରିଥିବାରୁ ପଦଯାତ୍ରା ‘ବୋରସାଦ’ରୁ ଆର ମ୍ଭ ହୋଇ ମଧ୍ୟାହ୍ନ ବିରତ ‘ରାସ’ ଠାରେ ଓ ପଦଯାତ୍ରା ‘କନକପୁରା’ଠାରେ ଶେଷ ହୋଇ କନକପୁରା ଠାରେ ରାତ୍ରୀ ଯାପନ ହେବ ବୋଲି ସ୍ଥିର କରାଯାଇଛି ।

ପଦଯାତ୍ରୀମାନଙ୍କ ପାଇଁ ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଖାଇବା, ରହିବାର ସମସ୍ତ ଆୟୋଜନ କରାଯାଇଛି । ପ୍ରକାଶଥାଉକି ପଦଯାତ୍ରା ସ୍ଥାନ ବୋରସାଦର ନିକଟବର୍ତୀ ରେଳ ଷ୍ଟେସନ ଆନନ୍ଦ ଜଙ୍କସନ୍ ଓ ବଡୋଦରା ଜଙ୍କସନ । ସମସ୍ତ ଉପରୋକ୍ତ ବ୍ୟକ୍ତିବିଶେଷମାନେ ପୁରୀ-ଜିଆଇଏମବି ଏକ୍ସପ୍ରେସ୍ ଟ୍ରେନ ନଂ – ୧୨୯୯୪ ରେ ତା ୧୬/୩/୨୦୨୦ ରିଖ ଟିକେଟ୍ କାଟି ଏବଂ ଅନ୍ୟଟି ପୁରୀ- ଆଜମେରଏକ୍ସପ୍ରେସ୍ ଟ୍ରେନ ନଂ – ୧୮୪୨୧ ରେ ତା ୧୬/୩/୨୦୨୦ ରିଖ ଟିକେଟ୍ କାଟି ଟିକେଟ୍ର ଅବିକଳ ନକଲ ସହ ସେମାନଙ୍କର ନାମ, ବୟସ, ଠିକଣା ଓ ମୋବାଇଲ୍ ନ ମ୍ବର ତା ୧୩/୩/୨୦୨୦ ରିଖ ସଂନ୍ଧ୍ୟା ୬ ଘଟିକା ପୂର୍ବରୁ ପିସିସି ଇ- ମେଲ୍ / ଠିକଣାରେ ପଠାଇବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପାଇଁ ପିସିସି କାର୍ଯ୍ୟାଳୟ ସଂପାଦକ ବୈଦ୍ୟନାଥ ସ୍ୱାଇଁଙ୍କ ସହ (ମୋ – ୮୦୯୩୦୬୫୦୬୭, ୦୬୭୪- ୨୫୩୫୫୭୭) ରେ ଯୋଗାଯୋଗ କରିପାରିବେ ।

ସେହିପରି ଫେରିବା ଟ୍ରେନ୍ ଏଡିଆଇ-ପୁରୀ ଏକ୍ସପ୍ରେସ୍ ଟ୍ରେନ ନଂ – ୧୮୪୦୬ ଯାହାକି ତା ୨୦/୩/୨୦୨୦ ରିଖ ସନ୍ଧ୍ୟା ୬.୪୦ ରେ ଅହମ୍ମଦାବାଦ ଜଙ୍କସନରୁ ପୁରୀ ଅଭିମୁଖେ ଛାଡୁଅଛି । ଉକ୍ତ ପ୍ରସ୍ତୁତି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, କଂଗ୍ରେସ ଦଳର ବହୁବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମେତ ପ୍ରାକ୍ତନ ପିସିସି ପଦାଧିକାରୀଗଣ, ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଓ ବିଭିନ୍ନ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁଚିନ୍ତିତ ପରାମର୍ଶ ଓ ରଣନୀତି ପ୍ରସ୍ତୁତ କରିଥିଲେ । ଏହାକୁ ଅତ୍ୟନ୍ତ ଜରୁରୀ ମନେକରି ବହୁ ସଂଖ୍ୟାରେ ଯୋଗଦେବାକୁ ଅଖିଳ ଭାରତ କଂଗ୍ରେସ କମିଟି ଉପର ସୂଚୀତ ବ୍ୟକ୍ତି ବିଶେଷମାନଙ୍କୁ ପତ୍ରସଂଖ୍ୟା ଓଆରଜି-୭/୩୭୫୪ ମାଧ୍ୟମରେ ଜଣାଇଛନ୍ତି ବୋଲି ପିସିସି ସଭାପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପଦ୍ମାକର ଗୁରୁ ଏକ ପ୍ରେସ୍ ବିଜ୍ଞ ପ୍ତିରେ ଜଣାଇଛନ୍ତି ।

- Advertisement -କଂଗ୍ରେସ  ପ୍ରତିନିଧି ସାମିଲ ହେବାକୁ ପିସିସି ସଭାପତିଙ୍କ ଆହ୍ୱାନ

More articles

LEAVE A REPLY

Please enter your comment!
Please enter your name here

- Advertisement -କଂଗ୍ରେସ  ପ୍ରତିନିଧି ସାମିଲ ହେବାକୁ ପିସିସି ସଭାପତିଙ୍କ ଆହ୍ୱାନ

Latest article

କାଶ୍ମୀର ୱିକର ଉତ୍ପାଦଗୁଡ଼ିକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ |

ଶ୍ରୀନଗର: କାଶ୍ମୀର ୱିଲି ୱିକର୍ ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟଫର୍ମ ପରି ଆମାଜନ, ମାଇଣ୍ଟ୍ରା ଇତ୍ୟାଦି ମାଧ୍ୟମରେ ବିଶ୍ଵ ବ୍ୟାଙ୍କ...

ପ୍ରଭାସ ଓଡିଆ ଭବନ ଭୁବନେଶ୍ଵରରେ ଉଦ୍ଘାଟନ କରିଥିଲେ ।

ଭୁବନେଶ୍ବର: ଭାରତର ବିଭିନ୍ନ ମହାନଗର ନିଗମ, ଅନ୍ୟ ରାଜ୍ୟ ତଥା ବିଦେଶରେ ଓଡ଼ିଶା ବାହାରେ ରହୁଥିବା ପ୍ରାୟ ଦେଢ କୋଟି ଓଡିଆ ସେମାନଙ୍କ ମାତୃ ରାଜ୍ୟର ସାମଗ୍ରିକ ବିକାଶ ପାଇଁ...

ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ଛୁଇଁପାରେ, ଓଡ଼ିଶା ସରକାର ଧନୀ!

ଭୁବନେଶ୍ବର: ଆଜି ମଧ୍ୟ ଓଡିଶାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ ୯୨ ଟଙ୍କା ବଢୁଥିବାରୁ ଆଗାମୀ ମାସରେ ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ...

୧୯୯୯ ଓଡିଶା ଗ୍ୟାଙ୍ଗ୍ରେପରୁ ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଯାହା ପଟ୍ଟନାୟକଙ୍କୁ ତାଙ୍କ ଚେୟାର ଖର୍ଚ୍ଚ କରିଥିଲା |

ଭୁବନେଶ୍ଵର: ନ୍ୟାୟ ପାଇଁ ତାଙ୍କର ସଂଗ୍ରାମ ଏକ ଦୀର୍ଘ, ୨୨ ବର୍ଷ ସଠିକ୍ ଥିଲା | ମୃତ୍ୟୁ, ବଳାତ୍କାର ଧମକ, ଏକ ରାଜନୈତିକ ଷଡଯନ୍ତ୍ର...

ମାର୍ଚ୍ଚ ୧ ରୁ ଆରମ୍ଭ ହେବାକୁ ଥିବା ଓଡିଶା ପ୍ଲସ୍ ୩ ପ୍ରଥମ ବର୍ଷ ଅନଲାଇନ୍ କ୍ଲାସ୍ |

ଭୁବନେଶ୍ଵର: ଓଡିଶା ଉଚ୍ଚଶିକ୍ଷା ବିଭାଗ ମାର୍ଚ୍ଚ ୧ ରୁ ଅନଲାଇନ୍ ମୋଡରେ ପ୍ରଥମ ବର୍ଷର ଛାତ୍ରମାନଙ୍କ ପାଇଁ କ୍ଲାସ୍ ଆରମ୍ଭ କରିବାକୁ ସାରା ରାଜ୍ୟରେ...