28.1 C
Bhubaneswar
Friday, July 30, 2021

ଖାତାଧାରୀ ଧାର୍ଯ୍ୟ ଧରନ୍ତୁ

Must read

ଦେଶରେ ଘରୋଇ ବ୍ୟାଙ୍କ କ୍ଷେତ୍ରରେ ପ୍ରଥମ ଥର ପାଇଁ କୌଣସି ବ୍ୟାଙ୍କ ଦେବାଳିଆ ହେବା ପୂର୍ବରୁ ତାକୁ ପୁନଃଉଦ୍ଧାର ପାଇଁ ଆରବିଆଇ, କେନ୍ଦ୍ର ସରକାର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ଓ ଅନ୍ୟତମ ସରକାରୀ ଆର୍ଥିକ ସଂସ୍ଥା ଏଲଆଇସି ମିଳିତ ଭାବେ ଅଂଟା ଭିଡିଛନ୍ତି । ମଙ୍ଗଳବାର ଆରବିଆଇ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡକୁ ଭାଙ୍ଗି ଦିଆଯିବା ପାଇଁ ନିଷ୍ପତି ନିଆଯିବା ସହ ବ୍ୟାଙ୍କର ଖାତାଧାରୀ ମାନଙ୍କ ଅର୍ଥ ଉଠାଣ ବା ୱିଥଡ୍୍ରଆଲ ଲିମିଟକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କରିବା ପାଇଁ ନିଷ୍ପତି ନିଆଯିବା ପରେ ଖାତାଧାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେମାନଙ୍କ ଅର୍ଥ ବୁଡିଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ବ୍ୟାଙ୍କର ଏଟିଏମ ଆଗରେ ଲ ମ୍ଭା ଲାଇନ ଲାଗିଛି । କି ଦିନ କି ରାତି ଖାତାଧାରୀ ମାନେ ଅର୍ଥ ଉଠାଣ ପାଇଁ ଲାଇନରେ ରହିଛନ୍ତି । ଇତିମଧ୍ୟରେ ସରକାର ଓ ଆରବିଆଇ ଏହି ଘରୋଇ ବ୍ୟାଙ୍କକୁ ପୁନଃଉଦ୍ଧାରକୁ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ କରିଛନ୍ତି । ବ୍ୟାଙ୍କର ଏନପିଏ(ନନପ୍ରଫିଟେବଲ ଆସେଟ) ବା ଅନାଦେୟ ଋଣରେ ୮ ପ୍ରତିଶତ ବୃଦ୍ଧି ଯୋଗୁଁ ଏହା ଦେବାଳିଆ ହୋଇଯାଇଛି । ୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କ ୪ହଜାର କୋଟିରୁ ଉଦ୍ଧ୍ୱର୍ କ୍ଷତି ସହିଛି । ୨୦୦୪ରେ ପ୍ରତିଷ୍ଠିତ ହୋଇଥିବା ୟେସ ବ୍ୟାଙ୍କ ମୁଖ୍ୟତ ଏଡିବି , ୟୁରୋପିଆନ ଇନଭେଷ୍ଟମେଂଟ ବ୍ୟାଙ୍କ ପରି ଆନ୍ତର୍ଜାତିୟ ଆର୍ଥିକ ସଂସ୍ଥା ଓ ଜାପାନ ଓ ତାଇୱାନର ଅନେକ ଛୋଟ ବଡ ବ୍ୟାଙ୍କ ଠାରୁ ଋଣ ସୁତ୍ରରେ ଅର୍ଥ ଆଣି ଗ୍ରାହକ ମାନଙ୍କୁ ଋଣ ଦେଇଥିଲା । ତେବେ ଏହାର ୧୪୮୦୦ କୋଟି ଟଙ୍କାରେ ଏହାର ଅଂଶଧନକୁ ବିକିବାକୁ ଲକ୍ଷ ରଖିଥିଲା । ନିକଟରେ ଜାନୁଆରୀ ମାସରେ ପ୍ରାୟ ୯ ହଜାର କୋଟି ଟଙ୍କାରେ କାନାଡାର ଏରୱିନ ସିଂହ ବ୍ରେକ ଓ ହଂକଂର ଏସପିଜିପି ସଂସ୍ଥା ଏହାକୁ କ୍ରୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ କିନ୍ତୁ ବ୍ୟାଙ୍କ କର୍ତୃପକ୍ଷ ଏହାକୁ ପ୍ରତ୍ୟାକ୍ଷାନ କରିଦେଇଥିଲେ । ସେତେବେଳେ ବ୍ୟାଙ୍କର ଏଭଳି ନିଷ୍ପତିକୁ ନେଇ ସଂଶୟ ସୃଷ୍ଟି ହୋଇଥିଲା । ବ୍ୟାଙ୍କର ଆର୍ଥିକ ପରିଚାଳନାଗତ ତୃଟି ଯୋଗୁଁ ବ୍ୟାଙ୍କର କ୍ଷତି ବଢୁଥିବାରୁ ଆରବିଆଇ ଏହାକୁ ମୋରାଟୋରିଅମ କରିବା ପାଇଁ ନିଷ୍ପତନେଇଛନ୍ତି । ସର୍ବାଧିକ ମାସକ ମଧ୍ୟରେ ବ୍ୟାଙ୍କକୁ ପୁନରୁଦ୍ଧାର କରାଯିବା ନେଇ ଏସବିଆଇ ଓ ଏଲଆଇସି ସହ ଆରବିଆଇ ଆଲୋଚନା କରିଛନ୍ତି । ଏହି ଦୁଇ ସଂସ୍ଥା ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କ୍ରୟ କରିବା ପାଇଁ ରାଜି ହୋଇଛନ୍ତି । ବ୍ୟାଙ୍କର ଖାତାଧାରୀ ମାନେ କେବଳ ୫୦ ହଜାର ନୁହେଁ କେନ୍ଦ୍ର ସରକାରଙ୍କ ସଦ୍ୟତମ ବଜେଟରେ ନିଆଯାଇଥିବା ନିଷ୍ପତି କାରଣରୁ ୫ଲକ୍ଷ ପର୍ଯ୍ୟନ୍ତ ବୀମାରାଶି ପାଇବା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ । ଯେଉଁମାନେ ବିବାହ, ସ୍ୱାସ୍ଥ୍ୟଗତ ଚିକିତ୍ସା ଇତ୍ୟାଦି ଅତ୍ୟାବଶ୍ୟକ ଜରୁରି ପରିସ୍ଥିତିକୁ ସାମ୍ନା କରୁଥିବେ ସେଭଳି ସ୍ଥଳେ ସେମାନେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଣ କରିପାରିବେ । କିନ୍ତୁ ଏତିକିରେ ବ୍ୟାଙ୍କର ଖାତାଧାରୀଙ୍କ ସମସ୍ୟା ସରିନାହିଁ । କାରଣ ଏକାବେଳେ ଲକ୍ଷ ଲକ୍ଷ ଗ୍ରାହକ ବ୍ୟାଙ୍କର ଏଟିଏମକୁ ଅର୍ଥ ଉଠାଣ ପାଇଁ ଯିବା ଦ୍ୱାରା ଏଟିଏମରେ ଅର୍ଥ ଭରିବା ମଧ୍ୟ ସ ମ୍ଭବ ହେଉନାହିଁ । ଯଦ୍ୱାରା ପରିସ୍ଥିତି ଆହୁରି ଖରାପ ହେଉଛି । ଗୋଟିଏ ପଟେ ସରକାର ୟେସ ବ୍ୟାଙ୍କକୁ ରିଭାଇବ ପାଇଁ ଯୋଜନା ପ୍ରସ୍ତୁତ କଲାବେଳେ ଖାତାଧାରୀ କିନ୍ତୁ ଅଧର୍ଯ୍ୟ ହୋଇପଡିଛନ୍ତି । ସେମାନେ ସରକାରଙ୍କ ଉପରେ ଭରୋସା କରିବା ଉଚିତ । କାରଣ ଏକ ଘରୋଇ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ ଦୀର୍ଘ ଏକ ବର୍ଷ ହେଲା ନଜର ରଖାଯିବା ଓ ସମୟ ଥାଉଥାଉ ଏହାର ପରିଚାଳନା ସମିତିକୁ ଭଙ୍ଗ କରି ଏହାକୁ ପୁନରୁଦ୍ଧାର ପାଇଁ ପ୍ରୟାସ କରାଯିବା ଏକ ପ୍ରଶଂସନୀୟ ପଦକ୍ଷେପ । ଲୋକମାନେ ଏ ସମୟରେ ଗୁଜବ ଉପରେ ଧ୍ୟାନ
ଦେବା ଅପେକ୍ଷା ଆରବିଆଇ ଓ ସରକାରଙ୍କ ଉପରେ ଭରୋସା କରିବା ଉଚିତ । ଏଲଆଇସି ଓ ଏସବିଆଇ ମିଳିତ ଭାବେ ୪୯ ପ୍ରତିଶତ ଅଂଶଧନ କ୍ରୟ କରିବା ପାଇଁ ରାଜି ହୋଇଛନ୍ତି । ଏସବିଆଇ ଏଥିରେ ନିବେଶ କରିବା ସୂଚନା ମିଳିବା ପରେ ଗୁରୁବାର ଏହାର ସେୟାର ମୁଲ୍ୟରେ ମଧ୍ୟ ୨୫ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା । କିନ୍ତୁ ଗ୍ରାହକମାନେ ଏଟିଏମ ଓ ବ୍ୟାଙ୍କ ଆଗରେ ଯେପରି ଅଧର୍ଯ୍ୟ ହୋଇ ଲାଇନରେ ରହୁଛନ୍ତି ଏହା ଦ୍ୱାରା ଶୁକ୍ରବାର ଏହାର ସେୟାର ମୁଲ୍ୟ ଉପରେ ପୁଣି ନକାରାତ୍ମକ ପ୍ରଭାବ
ପଡି ୨୦-୨୫ପ୍ରତିଶତ ହ୍ରାସ ଘଟିଛି । ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ମଧ୍ୟ ପାଖାପାଖି ୫୦୦କୋଟି ଟଙ୍କା ଜମା ରହିଛି । ଜଗନ୍ନାଥପ୍ରେମୀ ଓ ଓଡିଶା ବାସୀ ଏହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି କାହିଁ ଜଗନ୍ନାଥଙ୍କ ଅର୍ଥ ବୁଡିଯିବନାହିଁ ତ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସ୍ଥିରତା ଆଣିବା ପାଇଁ ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାଶଙ୍କ ଦ୍ୱାରା ନିଆଯାଇଥିବା ତ୍ୱରିତ ନିଷ୍ପତି କାରଣରୁ ମୋଟ ୫ହଜାର କୋଟି ଟଙ୍କାର ପୁଞ୍ଜି ହିସାବରେ ଏହାର ପୁନଃର୍ଗଠନ ହେବ ତନ୍ମଧ୍ୟରୁ ୨୪୫୦କୋଟି ଟଙ୍କାରେ ୪୯ ପ୍ରତିଶତ ଅଂଶଧନ କ୍ରୟ ପାଇଁ ଏସବିଆଇ ଓ ଏଲଆଇସି ରାଜି ହୋଇଛନ୍ତି । ୨ଟଙ୍କା ଇକୁ୍ୟଟି ସେୟାର ହିସାବରେ ମୋଟ ୨୪ହଜାର କୋଟି ସେୟାର ବିକ୍ରି କରାଯିବ ଯାହାର ମୁଲ୍ୟ ୪୮ହଜାର କୋଟି ଲକ୍ଷ କରାଯାଇଛି । ୩ବର୍ଷ ପୂର୍ବରୁ ନିବେଷ କରିଥିବା ବ୍ୟାଙ୍କ ଏହାର ଅଂଶଧନକୁ ୨୬ ପ୍ରତିଶତରୁ ହ୍ରାସ କରିପାରିବେ ନାହିଁ ବୋଲି ଶର୍ତାବଳି ରହିଛି । ଏହାର ବୋର୍ଡକୁ ଭାଙ୍ଗି ଦେବା ସହ କ୍ଷମତାକୁ ସଂକୁଚିତ କରାଯାଇଛି । ପ୍ରତିବଦଳରେ ନୂତନ ଆଡମିନିଷ୍ଟ୍ରେଟର ଭାବେ ଏସବିଆଇର ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରଶାନ୍ତ କୁମାରଙ୍କୁ ନିଯୁକ୍ତ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କହିଛନ୍ତି ଯେ, ବ୍ୟାଙ୍କରେ କାର୍ଯ୍ୟରତ ଅଠର ହଜାରରୁ ଉଦ୍ଧ୍ୱର୍ କର୍ମଚାରୀଙ୍କ ଦରମା ସର୍ବନିମ୍ନ ଆଗାମୀ ଏକବର୍ଷ ପାଇଁ ଦିଆଯିବ । ଯେଉଁ ବ୍ୟାଙ୍କର ସେୟାର ମୂଲ୍ୟ ବର୍ଷକ ତଳେ ୨୫୦ରୁ ୩୦୦ଟଙ୍କା ମଧ୍ୟରେ ଥିଲା ତାହା ଏବେ ମାତ୍ର ୧୬ଟଙ୍କାରେ ପହଞ୍ଚିବା ନିବେଷକାରୀ ଓ ସେୟାର ବଜାର ପାଇଁ ଏକ ଭୂସ୍ଖଳନ ସଦୃଶ । ନିବେଶକାରୀଙ୍କ କୋଟି କୋଟି ଟଙ୍କା ବୁଡିଯାଇଛି । କିନ୍ତୁ ଏସବୁ ସତ୍ୱେ ଖାତାଧାରୀ ପ୍ରଭାବିତ ହେବେ ନାହିଁ ବୋଲି ସରକାର ନିଶ୍ଚିତ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କହିଛନ୍ତି ଯେ, ଖାତାଧାରୀଙ୍କ ଏକ ଟଙ୍କା ମଧ୍ୟ ବୁଡିବ ନାହିଁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ଯେତେବେଳେ ଦେଶର ଅର୍ଥମନ୍ତ୍ରୀ ଖାତାଧାରୀଙ୍କ ଟଙ୍କା ସୁରକ୍ଷିତ ଅଛି ଓ ଆତଙ୍କିତ ହେବାର ନାହିଁ ବୋଲି କହିସାରିଛନ୍ତି ଖାତାଧାରୀ ଅଧର୍ଯ୍ୟ ହୋଇ ଆତଙ୍କିତ ହେବାର ଆବଶ୍ୟକ ନାହିଁ । ବ୍ୟାଙ୍କର ସାଧାରଣ ଜମାକାରୀ ମାସକ ମଧ୍ୟରେ ୫୦ହଜାର ଟଙ୍କା ଓ ଅତ୍ୟାବଶ୍ୟକ ସ୍ଥଳେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ ଏବଂ ସେମାନଙ୍କୁ ବୀମା ଅନ୍ତର୍ଗତ ୫ଲକ୍ଷ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article