35 C
Bhubaneswar
Sunday, May 9, 2021

ମାସକରେ ଧରାପଡ଼ିଲେଣି ହଜାରେ ଅମାନିଆ

Must read

ଭୁବନେଶ୍ୱର,୧୫/୧ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବାବେଳେ ରାଜଧାନୀରେ ଏମାନଙ୍କୁ ନିୟନ୍ତ୍ରଣ କରିବା ଏବେ କାଠିକର ପାଠହେଲାଣି । ଗତମାସରେ ଦ୍ରୁତଗତିରେ ଗାଡିଚଳାଇ ହଜାରେରୁ ଅଧିକ ବ୍ୟକ୍ତି କେବଳ ଭୁବନେଶ୍ୱର ଏକ ନମ୍ବର ଆଞ୍ଚଳିକ ପରିବହନ ଅଞ୍ଚଳରେ ଧରା ପଡିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଆରଟିଓ-୧ ଇଲାକାରେ୨୮୧୧ ଜଣ ଧରାପଡିଥିବା ବେଳେ୨୦୧୯-୨୦ ରେ ଏହି ସଂଖ୍ୟା ୩୮୧୫ରହିଥିଲା । ହେଲେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା ୨୨୩୨ହୋଇଥିବାବେଳେ ଡିସେମ୍ବର ମାସରେ ରେକର୍ଡ ସଂଖ୍ୟକ ୧୦୧୫ ଜଣଧରାପଡିଛନ୍ତି । ଦ୍ରୁତ ଓ ବେପରୁଆ ଗାଡିଚାଳନା ଯୋଗୁଁ ଏହି ଇଲାକାରେ ୨୦୨୦ରେ ୋମଟ୍‍୨୬୯ଟି ଦୁର୍ଘଟଣା ଘଟିଛି ।

ତେବେ ବେପରୁଆ ଗାଡିଚାଳନା ସହିତମଦପିଇ ଗାଡିଚଳାଇବା, ହେଲମେଟ୍‍ନପିନ୍ଧିବା, ଗାଡିଚଳାଇବାବେଳେ ମୋବାଇଲ ବ୍ୟବହାର କରବା, ଚାରିକିଆ ଯାନରେସିଟ୍‍ବେଲ୍ଟ ଆଦି ନବାନ୍ଧିବା ଆଦି ଅଭିଯୋଗରେ କେବଳ ଡିସେମ୍ବର ମାସରେ ପାଖପାଖି ୮ଶହଲାଇସେନ୍ସ ରଦ୍ଦ ହୋଇଛି । ତିନିମାସ ପାଇଁଲାଇସେନ୍ସ ରଦ୍ଦ ହୋଇଥିବାବେଳେ ଯଦି ଏହିସମୟ ଭିତରେ ବିନା ଲାଇସେନ୍ସରେ ଗାଡିଚଳାଇ ସମ୍ପୃକ୍ତ ବ୍ୟକ୍ତ ଧରାପଡନ୍ତି ତେବେ୧୦ହାଜର ଟଙ୍କାର ଜୋରିମାନା ସହିତବର୍ଷଟିଏ ଜେଲ୍‍ ଦଣ୍ଡ ଭୋଗିବାକୁ ପଡିବ ।ତେବେ ଗାଡି ଚାଳକଙ୍କ ଉପରେ ଉଭୟ ପରିବହନ ବିଭାଗ ଓ ପୁଲିସ୍‍ ତୀକ୍ଷ୍ମ ନଜରରଖିବା ସହିତ ଚଢଉକୁ ଜୋରଦାର କରିବାଫଳରେ ରାଜଧାନୀରେ ଦୁର୍ଘଟଣା କିଛିମାତ୍ରାରେ ହ୍ରାସ ପାଇଛି ।

୨୦୨୦ ମସିହାରେଆରଟିଓ-୧ ଅଞ୍ଚଳରେ ୩୩୧ଟି ଦୁର୍ଘଟଣା ଘଟିଥିବାବେଳେ ୨୦୧୯ରେ ଏହା ୩୮୨ଥିଲା । ତେବେ ଗତବର୍ଷ ଘଟିଥିବା ଦୁର୍ଘଟଣାମଧ୍ୟରେ ୧୧୬ଟି ଗୁରୁତର ଦୁର୍ଘଟଣାଥିବା ବେଳେ ଏଥିରେ ୨୭୨ ଜଣ ଆହତଓ ୧୨୧ ଜଣ ମୃତୁ୍ୟବରଣ କରିଥିଲେ ।୨୦୧୯ ରେ ମୃତୁ୍ୟସଂଖ୍ୟା ୧୮୦ରହିଥିଲା । ତେବେ ସଂଖ୍ୟାଧିକ ଦୁର୍ଘଟଣାଜାତୀୟ ରାଜପଥ ଉପରେ ଘଟୁଥିବା ରେକର୍ଡ ହୋଇଛି ।ତେବେ କରୋନା ମହାମାରୀ ସତ୍ୱେରାଜସ୍ୱ ଆଦାୟ ସେତେଟା ପ୍ରଭାବିତ ହୋଇନଥିବା ଜଣାଯାଇଛି । ଗତବର୍ଷ ଠାରୁମାତ୍ର ୩୧ କୋଟି ଟଙ୍କା କମ୍‍ ରାଜସ୍ୱମିଳିଛି । ୨୦୧୯ ଡିସେମ୍ବର ଶେଷ ସୁଦ୍ଧାଆରଟିଓ-୧ କର୍ତ୍ତୃପକ୍ଷ୧୮୧,୮୨,୨୭,୯୦୦ ଟଙ୍କାର ରାଜସ୍ୱଆଦାୟ କରିଥିବାବେଳେ ୨୦୨୦ଡିସ୍ୱେର ଶେଷସୁଦ୍ଧା ଏହି ପରିମାଣ୧୫୦କୋଟି ୨୩ ଲକ୍ଷରୁ ଅଧିକରହିଛି । ତେବେ ଆର୍ଥିକ ବର୍ଷ ସରିବାକୁଆଉ ଅଢେଇମାସ ବାକି ଥିବାବେଳେରାଜସ୍ୱ ଆଦାୟ ଢେର ବଢିବ ବୋଲିକର୍ତ୍ତୃପକ୍ଷ ଆଶା ରଖିଛନ୍ତି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article