28.1 C
Bhubaneswar
Friday, July 30, 2021

ପଂଚାୟତିରାଜକୁ ବିଡ଼ିଓ ରାଜରେ ପରିଣତ କରାନଯାଉ

Must read

ଭୁବନେଶ୍ୱର,୬ା୩(ନି.ପ୍ର): ଆଜି ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ଅବସରରେ ତୁରନ୍ତ ପଂଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡିକେ ସିଂ ଗତ ୧୭.୦୨.୨୦୨୦ ମସିହାରେ ଚିଠି ନଂ ୪୩/୧୪ ମାଧ୍ୟମରେ ପଂଚାୟତିରାଜ ବ୍ୟବସ୍ଥାକୁ ବିଡ଼ିଓ ରାଜରେ ପରିଣତ କରିବା ପାଇଁ ଯେଉଁ ହୀନ ଚକ୍ରାନ୍ତ କରିଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି । ଓଡ଼ିଶାରେ ବିଜେଡ଼ି ସରକାର ମାର୍ଚ୍ଚ ୫ ତାରିଖକୁ ପଂଚାୟତି ରାଜ ଦିବସ ଭାବରେ ପାଳନ କରିଥିବା ବେଳେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ଏହାକୁ ପଂଚାୟତିରାଜ ସୁରକ୍ଷା ଦିବସ ଭାବରେ ପାଳନ କରିଛିି । କାରଣ ବିଜେଡ଼ି ସରକାର ପଂଚାୟତ ରାଜ ବ୍ୟବସ୍ଥାକୁ ବିଡ଼ିଓ ରାଜରେ ପରିଣତ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପଂଚାୟିତ ପ୍ରତିନିଧିଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର ନେତାମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ରାଜ୍ୟପାଳଙ୍କୁ ୬ଦଫା ଦାବୀ ସ ମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆଜି ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ୱରଠାରେ ପଂଚାୟତିରାଜ ପ୍ରତିନିଧି ଓ ରାଜୀବ ଗାନ୍ଧୀ ପଂଚାୟତ ସଂଗଠନର କର୍ମକର୍ତାମାନେ ରାଜ୍ୟପାଳଙ୍କୁ ଭେଟି ୬ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ପାଂଚୟତିରାଜ ହେଉଛି କ୍ଷମତା ବିକେନ୍ଦ୍ରୀକରଣର ସର୍ବୋତମ ମାଧ୍ୟମ । ତୃଣମୂଳ ସ୍ତରର ବିକାଶର ଏହା ମଧ୍ୟ ଚାବି କାଠି । ଏହାକୁ ଜାତିର ପିତା ମହାତ୍ମା ଗାନ୍ଧୀ ଅନୁଭବ କରିଥିଲେ ଏବଂ ଗ୍ରାମ ସ୍ୱରାଜର ପରିକଳ୍ପନା କରିଥିଲେ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀ ଦେଶରବିକାଶ କ୍ଷେତ୍ରରେ ଏହାକୁ ପ୍ରାଥମିକତା ଦେଇ ସ ମ୍ବିଧାନ ସଂଶୋଧନ ପାଇଁ ପ୍ରୟାସକରିଥିଲେ, ଯାହା ପରବର୍ତୀ ସମୟରେ ୭୩ ତମ ଓ ୭୪ ତମ ସ ମ୍ବିଧାନ ସଂଶୋଧନଆଇନ୍ ଭାବରେ ପରିଗଣିତ । ଏହି ଆଇନ୍ ଦ୍ୱାରା ପଂଚାୟତ ବ୍ୟବସ୍ଥାକୁ ସଶକ୍ତ, ସୁଦୃଢ଼ ଏବଂ ସ୍ୱତନ୍ତ୍ର କରିବାର ପରିକଳ୍ପନା କରାଯାଇଥିଲା । ମାତ୍ର ଦୁଃଖ ଏବଂ ପରିତାପରବିଷୟ ଏହିକି ଯେ ଉପରୋକ୍ତ ସ ମ୍ବିଧାନ ସଂଶୋଧନ ଆଇନ୍କୁ ଓଡିଶା ସରକାରକେବଳ ଅବମାନନା କରୁନାହାନ୍ତି, ପଂଚାୟତିରାଜ ବ୍ୟବସ୍ଥାକୁ ଅଫିସରରାଜ ବାବିଡ଼ିଓରାଜରେ ପରିଣତ କରିଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ଗତ୧୭.୦୨.୨୦ ତାରିଖରେ ରାଜ୍ୟ ସରକାରଙ୍କର ପଂଚାୟତିରାଜ ବିଭାଗର ଶାସନସଚିବ ଶ୍ରୀ ଡି.କେ. ସିଂହ ଜିଲ୍ଲାପାଳମାନଙ୍କୁ ପଠାଇଥିବା ଏକ ଚିଠି ଯେଉଁଥିରେ କୁହାଯାଇଛିଯେ ବିଡିଓଙ୍କ ଦସ୍ତଖତ ବିନା ପଂଚାୟତର କୌଣସି ପ୍ରକଳ୍ପ ଅନୁମୋଦିତ ହୋଇପାରିବ ନାହିଁ କି ମ୍ବା ଅର୍ଥ ରାଶି କାହାକୁ ସେ ବାବଦକୁ ଦିଆଯାଇ ପାରିବ ନାହିଁ । ଏହି ଚିଠିପ୍ରମାଣିତ କରେ ଯେ ପଂଚାୟତ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କର ଆଭିମୁଖ୍ୟକ’ଣ । ଏହି ଚିଠିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।ଆଜିର ଏହି ପ୍ରତିନିଧି ଦଳରେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ, ଓଡ଼ିଶାରଆବାହକ ସୁଦର୍ଶନ ଦାସ, ଶୁଭେନ୍ଦୁ ମହାନ୍ତି, ମନୋରନ ଦାଶ, ପ୍ରକାଶ ମିଶ୍ର,ଦୀପକ ସାହୁ, ଦୀପକ ମହାପାତ୍ର,ସୁଭାଷ ପ୍ରଧାନ, ଓଡ଼ିଶା ସଂରପଂଚ ମହାସଂଘସଭାପତି ପ୍ରଦୁ୍ୟମ୍ନ ଜେନା, ସମିତି ସଭ୍ୟ ମହାସଂଘର କାର୍ଯ୍ୟକାରୀ ସଭାନେତ୍ରୀବିଷ୍ଣୁପ୍ରିୟା ·ନ୍ଦ, ନରେଶ ମହାନ୍ତି, ସତ୍ୟସ୍ମିତ ମହାନ୍ତି, ଶ୍ରିୟାସ୍ମିତା ପଣ୍ଡା, ମୋହନଜେନା, ବିଜୟାନନ୍ଦ ·ଉଳିଆ, ରଜନୀ ମହାନ୍ତି, ନିରନ ନାୟକ, ମହେଶ୍ୱର ପ୍ରଧାନ, ମାନସ ମଲ୍ଲିକ, ପିତବାସ ବେହେରା, ବିଜୟ ପ୍ରଧାନ, ମାନଭନ ରାଉତପ୍ରମୁଖ ସାମିଲ ହୋଇଥିଲେ । ରାଜ୍ୟପାଳଙ୍କୁ ଦାବୀପତ୍ର ଦେବା ଅବସରରେସଂଗଠନର ଆବାହକ ଶ୍ରୀ ଦାସ ଦାବିଗୁଡ଼ିକ ଉପରେ ସବିଶେଷ ଆଲୋଚନା କରିଥିଲେ ଏବଂ ରାଜ୍ୟପାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରସରକାରଙ୍କର ସଂପୃକ୍ତ ବିଭାଗକୁ ଏହି ଦାବୀପତ୍ର ପଠାଇବା ସହିତ ତୁରନ୍ତ ପଦକ୍ଷେପ ନେବେବୋଲି ଆଶ୍ୱସନା ଦେଇଥିଲେ । ଜିଲ୍ଲାସ୍ତରରେ ଏହି କାର୍ଯକ୍ରମକୁ ସଫଳତା ସହିତ ଆୟୋଜନ କରିଥିବାରୁ ଜିଲ୍ଲା ନେତୃତ୍ୱକୁ ଆବାହକ ଶ୍ରୀ ଦାସ ଧନ୍ୟବାଦ ଜଣାଇଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article