36 C
Bhubaneswar
Sunday, April 11, 2021

ରାସାୟନିକ ରଙ୍ଗର ବିକ୍ରୀକୁ ନିଷିଦ୍ଧ ପାଇଁ ଦାବି

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନେଶ୍ୱର, ୬ ।୩(ନି.ପ୍ର) : ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଗାଁ ଠୁ ସହର ହୋଲି ପାଇଁ ଉତ୍ସବ ମୁଖର । ଖୋଲିଗଲାଣି ରଙ୍ଗର ପସରା । ବିଭିନ୍ନ ରଙ୍ଗର ଫଗୁ, ଗୁଲାଲ ସହ ·ଇନା ପ୍ରସ୍ତୁତ ଆକର୍ଷଣୀୟ ରାସାୟନିକ ରଙ୍ଗର ରଙ୍ଗୀନ ପ୍ୟାକ୍ରେ ସଜେଇ ହେଲାଣି ଷ୍ଟଲ୍ । ଷ୍ଟଲ୍ର ·ରିପାଖେ ଝୁଲୁଛି ବିଭିନ୍ନ ଜୀବ, ଜନ୍ତୁ ଓ କାର୍ଟୁନ ଇତ୍ୟାଦି ଆକୃତିର ପ୍ଲାଷ୍ଟିକ ପିଚ୍କାରୀ । ସମ୍ପ୍ରତି ହୋଲି ପରାମ୍ପରାରେ ଏସବୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପୂର୍ବରୁ ହୋଲିରେ ବ୍ୟବହୃତ ରଙ୍ଗ, ଅବିର ବା ଫଗୁ ଇତ୍ୟାଦି ମଣିଷ ଶରୀର ପ୍ରତି ଏକ ଔଷଧ ଥିଲା । ପ୍ରତିଷେଧକ ଓ ପ୍ରତିରୋଧକ ରୂପେ ଚର୍ମ ରୋଗକୁ ନିୟନ୍ତ୍ରଣ କରୁଥିଲା । ବର୍ତମାନ ବଜାରରେ ଉପଳବ୍ଧ ରାସାୟନିକ ରଙ୍ଗ ଆମ ସମସ୍ତଙ୍କ ପାଇଁ ସାଜିଛି ଘାତକ । ଯେମିତିକି କପର ସଲ୍ଫେଟ୍ରୁ ପ୍ରସ୍ତୁତ ହୋଇଥାଏ ସବୁଜ ରଙ୍ଗ । ଏହା ଶରୀର ସଂସ୍ପର୍ଶରେ ଆସିଲେ ଦୃଷ୍ଟିଶକ୍ତି କ୍ଷୀଣ କରିଦେଇଥାଏ । ଆଲୁମିନିୟମ୍ ବ୍ରୋମାଇଡ୍ରୁ ସିଲ୍ଭର ରଙ୍ଗ । ଯାହା ଶରୀରରେ କ୍ୟାନ୍ସର ପରି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ମରକୁ୍ୟରି ସଲ୍ଫାଇଟ୍ରୁ ଲାଲ୍ ରଙ୍ଗ । ଯାହା ଚର୍ମ କର୍କଟ ରୋଗ ସୃଷ୍ଟିରେ ସହାୟକ ହୋଇଥାଏ । ଲିଡ୍ ଅକ୍ସାଇଡ୍ରୁ କଳା ରଙ୍ଗ । ଯାହା କିଡ୍ନୀର କାର୍ଯ୍ୟକୁ ବନ୍ଦ କରିଦେବା ସହ ବ୍ୟକ୍ତିକୁ ମାନସିକସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ସତେ ଯେମିତି ରଙ୍ଗ ଡ଼ାକୁଛି ରୋଗକୁ । ଏହି ରଙ୍ଗ ମଧ୍ୟ ଜଳ ସମ୍ପଦକୁ ପ୍ରଦୂଷିତ କରିଥାଏ । ଜଳଜୀବଙ୍କ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଥାଏ । ଏତ୍ଦସହ ଆମ ରାଜ୍ୟରେ ଅନେକ ଅଞ୍ଚଳରେ ନଦୀ, ନାଳର ଜଳକୁ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇଥାନ୍ତି । ଏହି ପାଣିକୁ ମଧ୍ୟ ପିଇଥାନ୍ତି । ଯେଉଁମାନେ ଏ ଜଳକୁ ପିଇଥାନ୍ତି ବା ଗାଧୋଇଥାନ୍ତି, ସେମାନେ ସିଧାସଳଖ ରୋଗକ୍ରାନ୍ତ ହୋଇଥାନ୍ତି । ·ଷ କ୍ଷେତ ମଧ୍ୟ ପ୍ରଭାବିତ ହୋଇଥାଏ । ଅନେକ ସମୟରେ ସରକାର ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଅଥବା ପରିବେଶ ସୁରକ୍ଷା ପାଇଁ ନୂଆ ଗାଇଡ୍ଲାଇନ୍, ନିୟମ, କାନୁନ୍ ଓ ଯୋଜନା ପ୍ରସ୍ତୁତ କରିଥାନ୍ତି । ରଙ୍ଗର ଷ୍ଟଲ୍ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ସହ ଲାଇସେନ୍ସ ଦେଇଥାନ୍ତି । ଏବେ ବ୍ୟବସାୟୀମାନେ ଖୁଲାମଖୁଲା ଓ ବେଧଡ଼କ ଭାବେ ରାସାୟନିକ ରଙ୍ଗ ବିକ୍ରି କରି·ଲିଥିଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷଙ୍କ ଏଥିପ୍ରତି ଟିକିଏ ନିଘା ନଥିବା ପରି ମନେହୁଏ । ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜାତୀୟ ଯୁବ ପୁରସ୍କାରପ୍ରା ପ୍ତ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ରାସାୟନିକ ରଙ୍ଗର ବିକ୍ରୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ ବିଭାଗୀୟ କର୍ତୃପକ୍ଷଙ୍କୁ ଏକ ପ୍ରେସ୍ ବିବୃତିରେ ଦାବି କରିଛନ୍ତି

- Advertisement -ରାସାୟନିକ ରଙ୍ଗର ବିକ୍ରୀକୁ ନିଷିଦ୍ଧ ପାଇଁ ଦାବି

More articles

LEAVE A REPLY

Please enter your comment!
Please enter your name here

- Advertisement -ରାସାୟନିକ ରଙ୍ଗର ବିକ୍ରୀକୁ ନିଷିଦ୍ଧ ପାଇଁ ଦାବି

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...