26 C
Bhubaneswar
Thursday, January 21, 2021

ସ୍ୱର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନିଜ ସ୍ୱଗଡକୁ ବିକାଶ ଏବେ ଏକପ୍ରକାର ଅପହଞ୍ଚ ।

Must read

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଖଲ୍ଲିକୋଟ,୭ ।୧ ସ୍ୱତନ୍ତ୍ର ଉକ୍ରଳପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଖଲ୍ଲିକୋଟ ଗଡର ରାଜା ବାହାଦୂର ସ୍ୱର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନିଜ ସ୍ୱଗଡକୁ ବିକାଶ ଏବେ ଏକପ୍ରକାର ଅପହଞ୍ଚ । ସରକାରୀ ଯୋଜନାକୁ ବାଦ ଦେଲେ ସାମୁହିକ ସ୍ୱାର୍ଥରେ ଆସିବା ଭଳି ପ୍ରକଳ୍ପ ଏଠାରେସପନ ହୋଇଛି । ରାଜନୈତିକ ଇଛାଶକ୍ତି ଅଭାବରୁ ସମସ୍ତ ସମ୍ଭାବନା ସତ୍ତ୍ୱେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଆଖିଦୃଶିଆ ବିକାଶ ସାଧନ ହୋଇପାରିନି ।ଶାସକ ଦଳ ନିୟନ୍ତ୍ରଣରେ ଏହି ନିର୍ବାଚନ ମଣ୍ଡଳୀ ବର୍ଷ ବର୍ଷ ଧରି ରହିଛି,ଅଥଚ ଏଠି ଚାଷୀଓ ଚାଷ ଅବହେଳିତ,ପର୍ଯ୍ୟଟନସ୍ଥଳ ଜରାଜୀର୍ଣ୍ଣ ସାଙ୍ଗକୁ ହୁ ହୁବଢ଼ିଛି ବେରୋଜଗାରୀ । ସ୍ୱତନ୍ତ୍ର ଉକ୍ରଳପ୍ରଦେଶ ଗଠନ ହେବାପରେ ପ୍ରଥମ ବିଧାନସଭାକୁ ଖଲ୍ଲିକୋଟ – କୋଦଳା ଅଞ୍ଚଳକୁ ନେଇ ଗଠିତ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ ତକ୍ରାଳୀନ ଖଲ୍ଲିକୋଟ ରାଜା ବାହାଦୂର ସ୍ୱର୍ଗତରାମଚନ୍ଦ୍ର ମର୍ଦ୍ଦରାଜ ଦେଓ । ସେହି ସମୟରେ ଅବିଭକ୍ତ ଗଞ୍ଜାମ ଜିଲାରେରାସ୍ତା, ସେତୁ, ଡାକ୍ତରଖାନା ଓଜଳସେଚନ ପ୍ରକଳ୍ପ ପ୍ରଭୃତି ନିର୍ମାଣ କରିଜଣେ ଯଶସ୍ୱୀ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ସମଗ୍ର ଜିଲାରେ ଶିକ୍ଷାର ବିକାଶକ୍ଷେତ୍ରରେ ସେ ଏକମାଇଲଖୁଣ୍ଟ ସ୍ଥାପନ କରିଥିଲେ । ତା’ପରଠୁ ଏହି ନିର୍ବାଚନମଣ୍ଡଳୀ ବିକାଶ କ୍ଷେତ୍ରରେ ଆଉ ସେଭଳି ଆଗକୁବଢ଼ି ପାରିନି । ତାଙ୍କ କୁଳ ବଧୂରାଣୀ ସାହେବା ସୁଜ୍ଞାନକୁମାରୀ ଦେଓ୧୯୬୧ରେ ରାଜ୍ୟ ରାଜନୀତିକୁ ଏକଉପନିର୍ବାଚନରେ ଲମ୍ପ ପ୍ରଦାନ କରିବିଜୟ ବିଜୟୀ ହୋଇଥିଲେ ।

ପରବର୍ତ୍ତୀ ସମୟରେ ଖଲ୍ଲିକୋଟରୁ ବିଭିନ୍ନ ସମୟରେ ୮ଥର ଓ ପରେ କବିସୂର୍ଯ୍ୟନଗର ର୍ନିବାଚନ ମଣ୍ଡଳୀରୁ ଲଗାତର ୨ଥରରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରାଜ୍ୟ ରାଜନୀତିରେ ତାଙ୍କର ଖାତିର କାହିଁରେ କ’ଣ ନିର୍ବାଚନମଣ୍ଡଳୀ ବାସୀଙ୍କ ସେ ଅତ୍ୟନ୍ତ ପ୍ରିୟ ତାଙ୍କର ଦୀର୍ଘ ରାଜନୀତିକାଳରେ ଖଲ୍ଲିକୋଟରେ ତହସିଲ, ଅଗ୍ନିଶମ ଓ ଗ୍ରାମ୍ୟଉନ୍ନୟନ ଉପବିଭାଜନ କାର୍ଯ୍ୟାଳୟ ସ୍ଥାପନ ହୋଇଥିଲା । ଏହି ନିର୍ବାଚନମଣ୍ଡଳୀରୁ ସମାଜବାଦୀ ନେତାସ୍ୱର୍ଗତ ନାରାୟଣ ସାହୁ ୨ ଥର ନିର୍ବାଚିତହୋଇ ବେଗୁନିଆପଡା ବ୍ଲକ, କୋଦଳାଓ ସୁମଣ୍ଡଳ ହସପିଟାଲ ଓ ଶାଳିଆ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ । ସ୍ୱର୍ଗତତ୍ରିନାଥ ସାମନ୍ତରା ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ସମୟରେ କରଞ୍ଜରା ଘାଇ, ଦେବୀଝର, ମୋହନସାଗର ଓ ଖଲ୍ଲିକୋଟ ଥାନା ପ୍ରଭୃତି ପ୍ରତିଷ୍ଠା ହୋଇଥିଲା । ୨୦୦୯ଠାରୁ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ସଂରକ୍ଷିତ ହେବା ପରେ ପୂର୍ଣ୍ଣଚନ୍ଦ୍ର ସେଠୀ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇ ଅପହଞ୍ଚ ସମଲ ଗାଁକୁପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତାଓ ମକୁନ୍ଦ ପୁରଛକଠାରୁ ବିଏନପୁର ପର୍ଯ୍ୟନ୍ତ ନାବାର୍ଡ଼ ଯୋଜନାରେ ପକ୍କାରାସ୍ତା ନିର୍ମାଣ କରିଥିଲେ ।

ଏହାସହ ଗୁରାପଲ୍ଲୀ, ଡି .ଗୁହାରିଅ ।ପାଟଠାରେ ୨ଟି ମିନି ଗ୍ରୀଡ଼ନିର୍ମାଣ କରାଇଥିଲେ । ବର୍ତ୍ତମାନର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ କେବଳ ସରକାରୀ ଯୋଜନାକୁ ସାକାର ରୂପଦେବାକୁ ଉଦ୍ୟମରତା । ଏହି ନିର୍ବାଚନମଣ୍ଡଳୀ କୃଷିବହୁଳ ଅଞ୍ଚଳ ଜଳସେଚନ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡଟେକିଛି । ୪୫ଟି ପଞ୍ଚାୟତ ଓ ୨ଟିଏନଏସିରେ ପ୍ରାୟ ୧୨,୦୦୦ ହେକ୍ଟରଜମି ମଧ୍ୟରୁ ୪ ହଜାର ହେକ୍ଟର ଜମିଆବଶ୍ୟକ ଜଳସେଚନ ଅଭାବରୁ ପ୍ରାୟବର୍ଷ ତମାମ୍ ପଡିଆ ପଡୁଛି । ୨୦୦ରୁଅଧିକ କ୍ଷୁଦ୍ର, ମଧ୍ୟମ ଓ ଉଠା ଜଳସେଚନ ପ୍ରକଳ୍ପ ରହିଥିଲେ ମଧ୍ୟ ସେସବୁ ଚାଷୀଙ୍କ ହିତରେ ଆସିପାରୁନି । ଏହିସବୁ ପ୍ରକଳ୍ପପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚହୋଇଥିଲେ ହେଁ କେନାଲର ଶେଷପର୍ଯ୍ୟନ୍ତ ଜମିକୁ ଜଳ ପହଞ୍ଚି ପାରୁନି ।ଶାଳିଆଠାରୁ ଘଡ଼କା ଓ ଶାଳିଆଠାରୁ ରାଜଘାଇକୁ ସଂଯୋଗ ଯୋଜନା କେବଳ ଉଦ୍ୟମରେ ସୀମିତ ରହିଛି । ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ଅବସ୍ଥା ନ କହିବା ଭଲ ।ଡାକ୍ତରଖାନା ଗୁଡିକ ଆୟୁଷ ଡାକ୍ତର ଓ ଅବସରପ୍ରାପ୍ତ ଡାକ୍ତରଙ୍କ ମାର୍ଫତରେ ପରଚାଳିତ । ଖଲ୍ଲିକୋଟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ରବିଶେଷଜ୍ଞଙ୍କ ଦ୍ୱାରା ପ୍ରତିଦିନ ୩୦୦ ବହିଃ ଚିକିତ୍ସା ରୋଗୀଙ୍କ ସେବା ସମ୍ଭବପର ହୋଇପାରୁଛି । ଏହି ନିର୍ବାଚନମଣ୍ଡଳୀରେ ୪ଟି ମହାବିଦ୍ୟାଳୟ, ପ୍ରାୟ୪୦ଟି ହାଇସ୍କୁଲ ରହିଛି । ସବୁ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦ ଖାଲିପଡିଛି । ଶିକ୍ଷିତ, ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାରଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି ନିର୍ବାଚନମଣ୍ଡଳୀ ସମ୍ପୂର୍ଣ୍ଣଶିଳ୍ପ ବିହୀନ ।

ଭିଟାମାଟିରେ ଆବଶ୍ୟକ କର୍ମସଂସ୍ଥାନ ନପାଇ ଏବେ ବି ରାଜ୍ୟ ବାହାରେ ପ୍ରାୟ ୧୫ ହଜାର ପ୍ରବାସୀ ଓଡ଼ିଆ ଶ୍ରମିକ ଭାବେ କାମ କରୁଛନ୍ତି ।ଦୀର୍ଘ ୨୨ ବର୍ଷ ଧରି ନବୀନବାବୁଙ୍କ ସରକାର ନିରଙ୍କୁଶ ଭାବେ ସଂଖ୍ୟା ଗରିଷ୍ଠତାର ସହ ଭୋଟ ହାତଉଥିବା ବେଳେ ବେକାର ଯୁବକଙ୍କ ଥଇଥାନ ପାଇଁ କଳ କାରଖାନା କିମ୍ବା ଖାଦ୍ୟ ଓ କୃଷିଶିଳ୍ପଟିଏ ପ୍ରତିଷ୍ଠା ହୋଇପାରିନି । କୃଷିଭିତ୍ତିକଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, କାଜୁ ଶିଳ୍ପସାଙ୍ଗକୁ ସୂତାକଳ, ମାଛ ଓ ଫୁଲ ଚାଷ ,ଡାଇରୀ ଓ କୁକୁଡା ଫାର୍ମ ଭଳି ପ୍ରଚୁର ସମ୍ଭାବନା ସତ୍ତ୍ୱେ ତାହାକୁ ଶିଳ୍ପାୟନରେ ରୂପାନ୍ତରିତ କରାଯାଇପାରୁ ନାହିଁ ।ଶୀତଳଭଣ୍ଡାର ପ୍ରତିଷ୍ଠା, ମତ୍ସ୍ୟବୀବୀଙ୍କ ପାଇଁ ମତ୍ସ୍ୟ ଅବତରଣ ଓ ଚିଲିକା ଫ୍ରେଶପାଇଁ ପ୍ରଚୁର ସମ୍ଭାବନା ସତ୍ତ୍ୱେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସେ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଏହିନିର୍ବାଚନ ମଣ୍ଡଳର ନାରାୟଣୀ,ନିର୍ମଳଝର, ଜଗନ୍ନାଥ ମନ୍ଦିର, ଚିଲିକା ଓ ଝାଡେଶ୍ୱରଠାରୁ ଆରମ୍ଭ କରି ତାରାତାରିଣୀ ପର୍ଯ୍ୟନ୍ତ ଏକ ବିସ୍ତୃତ ପର୍ଯ୍ୟଟନ କରିଡର ସ୍ଥାପନର ଆବଶ୍ୟକତା ରହିଛି ।ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ପାଇଁଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ବହୁ ପର୍ଯ୍ୟଟନସ୍ଥଳ ଜରାଜୀର୍ଣ୍ଣ ହୋଇପଡ଼ିଲାଣି ।

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ସଂରକ୍ଷଣ ଓ ମରାମତି ପାଇଁ ୭୨ଲକ୍ଷ ଟଙ୍କାର ପ୍ରକଳ୍ପ ସଂସ୍କୃତି ବିଭାଗ ନିକଟରେ ଦାଖଲ ହୋଇଥିଲେ ମଧ୍ୟ ତାହା ଏଯାବତ କାର୍ଯ୍ୟକାରୀ ହୋଇପାରିନି ।୧୬ ନମ୍ବର ଜାତୀୟ ରାଜପଥଠାରୁ ଆସିକାପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ,ଜାତୀୟ ରାଜପଥ ଠାରୁ ନିର୍ମଳଝର ଛକକୁ ସଂଯୋଗ ପାଇଁ ଏକ ବାଇପାସ ନିର୍ମାଣ,ଖଲ୍ଲିକୋଟ ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ, ଏକ ମଡେଲ ବସଷ୍ଟାଣ୍ଡ,ସୁଇମିଙ୍ଗ ପୁଲ୍, ଏକ କ୍ରୀଡା ହଷ୍ଟେଲ,ସରକାରୀ ଆଇଟିଆଇ, ମହିଳାଙ୍କ ବୈଷୟିକ ଶିକ୍ଷା ତାଲିମ ପାଇଁ ୱିମେନ ପଲିଟେକନିକ କଲେଜ ସମେତ ଖଲ୍ଲିକୋଟ ରେଳ ଷ୍ଟେସନଠାରେ ସମସ୍ତ ଦ୍ରୁତଗାମୀ ଟ୍ରେନର ରହଣୀ ବ୍ୟବସ୍ଥା,ଖଲ୍ଲିକୋଟ ନାରୟଣୀଙ୍କ ଠାରୁ ତାରାତାରିଣୀ ପର୍ଯ୍ୟନ୍ତ ଏକ ଟୁରିଷ୍ଟ ବସ୍ ପ୍ରଚଳନର ଆବଶ୍ୟକତା ରହିଛି । ସମସ୍ୟା ଓସମ୍ଭାବନା ଭିତରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଗତି କରୁଥିଲେ ହେଁ ସମ୍ଭାବନାକୁ ସାକାର ରୂପ ଦେବା ଏବଂସମସ୍ୟାରୁ ଲୋକଙ୍କୁ ନିସ୍ତାର ଦେବାକୁ ପ୍ରଶାସନିକ ଏବଂ ରାଜନୈତିକ ଇଛାଶକ୍ତିର ଘୋର ଅଭାବ ପରିଲକ୍ଷିତ ହୋଇଛି । ଆଗାମୀ ଦିନରେ ଖଲ୍ଲିକୋଟ ବାସୀଙ୍କ ଭାଗ୍ୟ ଆକାଶରେ ବିକାଶର ଉଦିତ ସୂର୍ଯ୍ୟ କେବେ ଖଲ୍ଲିକୋଟ ସ୍ପର୍ଶ କରିବ ତାହା ଦେଖିବାକୁ ବାକି ରହିଲା ।

- Advertisement -ସ୍ୱର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନିଜ ସ୍ୱଗଡକୁ ବିକାଶ ଏବେ ଏକପ୍ରକାର ଅପହଞ୍ଚ  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ସ୍ୱର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନିଜ ସ୍ୱଗଡକୁ ବିକାଶ ଏବେ ଏକପ୍ରକାର ଅପହଞ୍ଚ  ।

Latest article

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଅଟ୍ଟାରୀ-ୱାଗା କ୍ରସିଂ ମାଧ୍ୟମରେ ମୃତଦେହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ।

ପାକିସ୍ତାନ : ଗୁଜୁରାଟର କୁଚ୍‌ର ଭୁଜ୍‌ର ମିଳିତ ପଚରାଉଚରା କେନ୍ଦ୍ର (ଜେଆଇସି) ରେ ବନ୍ଦୀ ଥିବା ଚାରିଜଣ ପାକିସ୍ତାନୀ...